Hindi News >>Home >>Odisha State

Superstition: ପୁଅର ମୃତଦେହ ଦେଖି ଗଡ଼ିଯାଉଛି ମା'...ରାହା ଧରି କହୁଛି ଠାକୁରାଣୀ କରିବେ ରକ୍ଷା

Balasore News: ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ମୃତ ପିଲାକୁ ଜୀବତ କରିବା ପାଇଁ ଠାକୁରାଣୀଙ୍କ ନିକଟରେ ଚାଲିଛି ପୂଜାର୍ଚ୍ଚନା । ମୃତ ପୁଅକୁ ଜୀବିତ କରିବା ପାଇଁ ପରିବାର ଲୋକେ ପୂଜାର୍ଚ୍ଚନା କରୁଥିବା କରୁଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

Advertisement
Superstition: ପୁଅର ମୃତଦେହ ଦେଖି ଗଡ଼ିଯାଉଛି ମା'...ରାହା ଧରି କହୁଛି ଠାକୁରାଣୀ କରିବେ ରକ୍ଷା
Stop
Priyambada Rana|Updated: Sep 04, 2023, 02:06 PM IST

Balasore News: ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ମୃତ ପିଲାକୁ ଜୀବତ କରିବା ପାଇଁ ଠାକୁରାଣୀଙ୍କ ନିକଟରେ ଚାଲିଛି ପୂଜାର୍ଚ୍ଚନା । ମୃତ ପୁଅକୁ ଜୀବିତ କରିବା ପାଇଁ ପରିବାର ଲୋକେ ପୂଜାର୍ଚ୍ଚନା କରୁଥିବା କରୁଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଝାଡପିମ୍ପଳ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ସୂଚନା ଅନୁଯାୟୀ ଝାଡପିମ୍ପଳ ଗ୍ରାମର ତ୍ରୀପାନ ଦଣ୍ତପାଟଙ୍କ  ୧୪ ବର୍ଷର ନାବାଳକ ପୂତ୍ର ପୁଅ ଜୀବନ ଗତକାଲି ଘର ନିକଟରେ ଥିବା ଏକ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ  ଘରକୁ ଆଉ ଫେରି ନଥିଲେ । ତାଙ୍କ ଭାଇ ଅନେକ ଖୋଜା ଖୋଜି କରିବା ପରେ ଜୀବନ ଅଚେତ ଅବସ୍ଥାରେ ପୋଖରୀରେ ଭାସୁଥିବାର ଦେଖି ପାଟି କରିବାରୁ ଗ୍ରାମବାସୀ ପହଞ୍ଚି ତାଙ୍କୁ ଉଦ୍ଧାର କରି ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରକୁ ନେଇଥିଲେ, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ପୋଖରୀର ମାଲିକ ସେଠାରେ ବିଦ୍ଯୁତ ସଂଯୋଗ କରିଥିବାରୁ ବିଦ୍ଯୁତ ସଂଷ୍ପର୍ଶରେ ଆସି ଜୀବନଙ୍କ ମୃତ୍ଯୁ ହୋଇଥିବା ଜଣା ପଡିବା ପରେ ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲେ। ତେବେ ଏହି ସମୟରେ ଗାଁର ଜଣେ ବ୍ଯକ୍ତି ଗାଁ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କଲେ ମୃତ ପୁଅ ଜୀବିତ ହୋଇଯିବ ବୋଲି କହିବା ପରେ ପରିବାର ଲୋକେ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥିବା ଦେଖବାକୁ ମିଳିଥିଲା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ପୂଜାର୍ଚ୍ଚନା ପରେ ମୃତ ପୁଅ ଜୀବିତ ନହେବାରୁ ପୁଣି ପରିବାର ଲୋକେ ଜଳେଶ୍ବର ଜିକେ ଭଟ୍ଟର ହସ୍ପିଟାଲକୁ ନେଇ ଥିଲେ, ସେଠାରେ ମଧ୍ଯ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ, ଯାହା ଫଳରେ ମୃତ ପୁଅକୁ ଧରି ପରିବାର ଲୋକେ ନିରାଶ ହୋଇ ଘରକୁ ଫେରିଥିଲେ, ତେବେ ଆଜିର ବିଜ୍ଞାନ ଯୁଗ ରେ ମୃତ ପିଲାର ଜୀବନ ବଞ୍ଚାଇବା ପାଇଁ ଠାକୁରାଣୀ ଙ୍କ ନିକଟରେ ପୂଜାର୍ଚ୍ଚନା କରିବା ଘଟଣା ସମଗ୍ର ଅଞ୍ଚଳ ରେ ଚର୍ଚ୍ଚାର ବିଷୟ ପାଲଟିଛି।

ଦେଖନ୍ତୁ ଭିଡିଓ: 

Also Read: Bhadrak News: ହୋଟେଲରେ ରାତି କାଟୁଥିଲେ ପ୍ରେମୀଯୁଗଳ ; ହେଲେ ହଠାତ୍‌ ଝୁଲିପଡିଲେ ପ୍ରେମିକ

Read More
{}{}