Hindi News >>Home >>Odisha State

Summer Vacation Extended: ବଢିଲା ଖରା ଛୁଟି, ଜୁନ୍ ୧୯ ପରିବର୍ତ୍ତେ ଏହି ଦିନ ଖୋଲିବ ସ୍କୁଲ

Summer Vacation Extended: ଦିନ ୯ଟା ପରେ ଘରୁ ବାହାରିବା ମୁସ୍କକିଲ ହୋଇପଡୁଛି । ଖାଲି ଏତିକି ନୁହେଁ, ଦିନ ୧୨ଟା ବେଳକୁ ରାସ୍ତାଘାଟ ମଧ୍ଯ ଶୂନଶାନ୍ ହୋଇପଡୁଛି । ଅତି ଜରୁରୀ ନ ହେଲେ ଲୋକେ ଘରୁ ବାହାରିବା କଥା ଚିନ୍ତା ମଧ୍ୟ କରୁନାହାନ୍ତି । ତେବେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସରକାର ପିଲାଙ୍କ ଖରା ଛୁଟି ଅବଧିକୁ ବଢାଇଛନ୍ତି ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Jun 17, 2023, 08:07 AM IST

Summer Vacation Extended:ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ (Heat Wave) । ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଓ ଟାଣ ଖରାରେ ଛଟପଟ ହେଉଛନ୍ତି ଲୋକେ । ଗତ କିଛି ଦିନ ହେବ ରାଜ୍ୟରେ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଡ଼ହଡ଼ହ ଖରାରେ ସନ୍ତୁଳି ହେଉଛି ସାରା ଓଡିଶା । ଅସହ୍ୟ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ସ୍ଥିତି ଏମିତି ହେଉଛି ଯେ, ଦିନ ୯ଟା ପରେ ଘରୁ ବାହାରିବା ମୁସ୍କକିଲ ହୋଇପଡୁଛି । ଖାଲି ଏତିକି ନୁହେଁ, ଦିନ ୧୨ଟା ବେଳକୁ ରାସ୍ତାଘାଟ ମଧ୍ଯ ଶୂନଶାନ୍ ହୋଇପଡୁଛି । ଅତି ଜରୁରୀ ନ ହେଲେ ଲୋକେ ଘରୁ ବାହାରିବା କଥା ଚିନ୍ତା ମଧ୍ୟ କରୁନାହାନ୍ତି । ତେବେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସରକାର ପିଲାଙ୍କ ଖରା ଛୁଟି ଅବଧିକୁ ବଢାଇଛନ୍ତି ।

ସୂଚନା ଅନୁଯାୟୀ, ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖ ପରିବର୍ତ୍ତେ ଏଣିକି ପିଲାଙ୍କ ଛୁଟି ଅବଧିକୁ ଦୁଇ ଦିନ ବଢାଯାଇଛି । ଆସନ୍ତା ୧୯ ତାରିଖ ପରିବର୍ତ୍ତେ ଜୁନ୍ ୨୧ ତାରିଖରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଖୋଲିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଗତ ୨ ଦିନ ହେବ ବିସ୍ଫୋରକ ରୂପ ନେଇଛି ତାତି । ଗତ ୧୩ ଓ ୧୪ ତାରିଖରେ ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୩୪ ଡ଼ିଗ୍ରୀ ରହିଥିଲା ବେଳେ ଗୁରୁବାର ଦିନ ତାତି ବଢି ୪୨.୪ ଡ଼ିଗ୍ରୀରେ ପହଁଞ୍ଚିଥିଲା, ସେହିପରି ଶୁକ୍ରବାର ଦିନ ତାପମାତ୍ରାରେ ପୂର୍ଣ୍ଣବାର ବୃଦ୍ଧି ଘଟି ଏହା ୪୪.୬ ଡ଼ିଗ୍ରୀରେ ପହଁଞ୍ଚିଥିଲା । ତାପମାତ୍ରା ବୃଦ୍ଧି କାରଣରୁ ଫିକା ପଡ଼ିଥିଲା ରଜ ମଉଜ । ଏନେଇ ପାଣିପାଗ ବିଶେଷଜ୍ଞ ଶରତ ସାହୁ କହୁଛନ୍ତି ଯେ, ଆରବ ସାଗରରେ ରହିଥିବା ବାତ୍ୟା ‘ବିପର୍ଯ୍ୟୟ’ (cyclone biparjoy) ପ୍ରଭାବରେ ବାତ୍ୟା ଆଖପାଖ ଅଞ୍ଚଳରେ ବାୟୁ ତଳୁ ଉପରକୁ ଉଠୁଛି ଅର୍ଥାତ୍ ପାଖପାଖି ୧୨ କିମି ଉଚ୍ଚକୁ ଉଠି ଉର୍ଧ୍ବମୁଖୀ ହେଉଛି । ଯାହା ଫଳରେ ସେହି ଅଞ୍ଚଳ ଥଣ୍ତା ରହିଛି । ଏହା ପରେ ସେହି ପବନ କିଛି ଦୂର ଯିବା ପରେ ପୁଣି ତଳକୁ ଖସୁଛି । ଯାହା ଫଳରେ କେନ୍ଦ୍ରୀୟ ଭାରତରେ ଅଧିକ ଗରମ ଅନୁଭୂତ ହେଉଛି । ସାଧାରଣତଃ ବାୟୁ ଉର୍ଧ୍ବମୁଖୀ ହେଲେ ତାତି କମିଥାଏ । ଫଳରେ କେନ୍ଦ୍ରୀୟ ଭାରତରେ ବାୟୁ ନିମ୍ନମୁଖୀ ହେବା ସହ ତାପମାତ୍ରା ବଢିଛି । ଅନ୍ୟପଟେ ରାଜସ୍ଥାନ ପଟୁ ଉତ୍ତର- ପଶ୍ଚିମ ଶୁଷ୍କ ପବନ ଓଡିଶାକୁ ପ୍ରବାହିତ ହେଉଥିବାରୁ ଓଡ଼ିଶା ତଥା ଉପକୂଳରେ ତାତି ବଢିବାରେ ଲାଗିଛି । ୧୮ ତାରିଖ ଆଡ଼କୁ ଏହି ପବନର ଦିଗ ପରିବର୍ତ୍ତନ ହେବ । ଉତ୍ତର-ପଶ୍ଚିମରୁ ଓଡ଼ିଶାକୁ ପବନ ପ୍ରବାହିତ ନ ହୋଇ ଦକ୍ଷିଣ- ପଶ୍ଚିମରୁ ବାୟୁ ପ୍ରବାହିତ ହେବ । ଯାହା ଫଳରେ ରାଜ୍ୟରେ ତାତି କମିବା ଆରମ୍ଭ ହେବ । କିନ୍ତୁ ଆଭ୍ୟନ୍ତର ଓ ପଶ୍ଟିମ ଓଡ଼ିଶାରେ ବର୍ତ୍ତମାନ ତାତି କମିବା ନେଇ କୌଣସି ସମ୍ଭବନା ନାହିଁ ।

ଏହା ବି ପଢନ୍ତୁ-Health tips: କ୍ଷୀର ପିଇଲେ କମେ କି ଡାଇବେଟିସ ଆଶଙ୍କା? ଆସନ୍ତୁ ଜାଣିବା କଣ କହୁଛି ଅଧ୍ୟୟନ

ସେପଟେ ଜୁନ୍ ମାସ ଅଧା ହୋଇସାରିଥିବା ବେଳେ ମୌସୁମୀର (Monsoon) ଦେଖା ନାହିଁ । ଯଦି ୧୮ରୁ ୧୯ ତାରିଖ ଆଡ଼କୁ ପ୍ରାକ୍ ମୌସୁମୀ ବର୍ଷା ହେବ ତେବେ ୨୦,୨୧ ତାରିଖ ଆଡ଼କୁ ମୌସୁମୀ ଓଡ଼ିଶା ଛୁଇଁପାରେ । ତେବେ ବର୍ତ୍ତମାନ ସ୍ଥିତିରେ ୨୩ ବା ୨୪ ଆଡ଼କୁ ମୌସୁମୀ (Monsoon ) ଓଡିଶା ଛୁଇଁପାରେ ବୋଲି ପାଣିପାଗ ବିଭାଗ (Bhubaneswar Meteorological Department) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସେପଟେ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ୫ଟି ଜିଲ୍ଲାକୁ ଅରେଞ୍ଜ (orange warning) ଓ ୧୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ (Yellow Warning) ଜାରି କରାଯାଇଛି । ଉପକୂଳ ଜିଲ୍ଲା ଗୁଡ଼ିକରେ ଆଗାମୀ ୩ ଦିନ ଯାଏଁ କାଳବୈଶାଖୀ ବର୍ଷାର ସମ୍ଭାବନା ଥିବା ବିଭାଗ ପକ୍ଷରୁ କୁହାଯାଇଛି ।

 

 

 

 

 

 

 

 

 

 

Read More
{}{}