Hindi News >>Home >>Odisha State

ଏହି ୨ ଜିଲ୍ଲାରେ ବଢିଲା ଖରା ଛୁଟି, ବିଦ୍ୟାଳୟ ଖୋଲିବା ପରେ ହେବ ସକାଳୁଆ ସ୍କୁଲ…

School Holidays Extended: ପ୍ରଚଣ୍ତ ରୌଦ୍ରତାପ ଲାଗି ସରକାର ଖରା ଛୁଟି ଅବଧିକୁ ଦୁଇ ଦିନ ବଢାଇଥିଲେ । ଫଳରେ ଆସନ୍ତା ୧୯ ପରିବର୍ତ୍ତେ ଜୁନ୍ ୨୧ ତାରିଖରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଖୋଲିବ ବୋଲି ଗଣ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଦିଆଯାଇଥିଲା ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Jun 20, 2023, 02:38 PM IST

Summer Vacation Extended: ସାରା ଓଡ଼ିଶାରେ ଜାରି ରହିଛି ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ (Heat Wave) । ଅସହ୍ୟ ଗରମ ସାଙ୍ଗକୁ ଓ ଟାଣ ଖରାରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ସ୍ଥିତି ଏମିତି ହେଉଛି ଯେ, ଦିନ ୯ଟା ପରେ ଘରୁ ବାହାରିବା ମୁସ୍କକିଲ ହୋଇପଡୁଛି । ଖାଲି ଏତିକି ନୁହେଁ, ଦିନ ୧୨ଟା ବେଳକୁ ରାସ୍ତାଘାଟ ମଧ୍ଯ ଶୂନଶାନ୍ ହୋଇପଡୁଛି । ଅତି ଜରୁରୀ ନ ହେଲେ ଲୋକେ ଘରୁ ବାହାରିବା କଥା ଚିନ୍ତା ମଧ୍ୟ କରୁନାହାନ୍ତି । ତେବେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ୨ ଜିଲ୍ଲାରେ ପୁଣି ବଢିଛି ସ୍କୁଲ ଛୁଟି । ସୂଚନା ଅନୁଯାୟୀ, ନିକଟରେ ପ୍ରଚଣ୍ତ ରୌଦ୍ରତାପ ଲାଗି ସରକାର ଖରା ଛୁଟି ଅବଧିକୁ (Summer Vacation Extended) ଦୁଇ ଦିନ ବଢାଇଥିଲେ । ଫଳରେ ଆସନ୍ତା ୧୯ ପରିବର୍ତ୍ତେ ଜୁନ୍ ୨୧ ତାରିଖରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଖୋଲିବ ବୋଲି ଗଣ ଶିକ୍ଷା ବିଭାଗ (school and mass education department odisha) ପକ୍ଷରୁ ନିର୍ଦ୍ଦେଶନାମା ଦିଆଯାଇଥିଲା ।

କିଛି ଜିଲ୍ଲାରେ ତାତି ସାଙ୍ଗକୁ ଗ୍ରୀଷ୍ମ ପ୍ରବାହର ମାତ୍ରା ଅଧିକ ରହିଥିବା ବେଳେ ଆଗାମୀ ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, ଅନୁଗୁଳ, ସୋନପୁର, ବଲାଙ୍ଗୀର ଓ ଝାରସୁଗୁଡ଼ା ଆଦି ଜିଲ୍ଲାରେ ସକାଳୁଆ ସ୍କୁଲ କିମ୍ବା ଛୁଟି ଘୋଷଣା କରିପାରନ୍ତି ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଟ୍ବିଟ୍ କରି ସୋମବାର ସୂଚନା ଦିଆଯାଇଥିଲା । ତେବେ ଦୁଇ ଜିଲ୍ଲାରେ ୨୧ ପରିବର୍ତ୍ତେ ୨୨ ତାରିଖରେ ସ୍କୁଲ ଖୋଲିବା ନେଇ ନୋଟିସ୍ ଜାରି କରାଯାଇଛି । ଏହା ସହ ବିଦ୍ୟାଳୟ ସମୟରେ ମଧ୍ଯ ପରିବର୍ତ୍ତନ ହୋଇଛି । ଏହି ଦୁଇ ଜିଲ୍ଲାରେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ଝାରସୁଗୁଡ଼ା ଜିଲ୍ଲାର ସବୁ ବିଦ୍ୟାଳୟ ୨୨ ତାରିଖରେ ଖୋଲିବ । ଏହାପରେ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ଚାଲିବ । ସ୍କୁଲ ସମୟକୁ ୬ଟା ୩୦ରୁ ଦିନ ୧୦ଟା ଯାଏଁ ଧାର୍ଯ୍ୟ କରାଯାଇଛି । ସେହିପରି ସମ୍ବଲପୁର ଜିଲ୍ଲାରେ ମଧ୍ଯ ୨୨ ତାରିଖରେ ସ୍କୁଲ ଖୋଲିବ । ବିଦ୍ୟାଳୟ ଖୋଲିବା ପରେ ୨୨ରୁ ୨୪ ତାରିଖ ଯାଏଁ ସକାଳ ସାଢେ ୬ଟାରୁ ଦିନ ୧୦ଟା ଯାଏଁ ସ୍କୁଲ ଚାଲିବା ନେଇ ଜିଲ୍ଲାପାଳଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି । ଏହାପରେ ଆସନ୍ତା ୨୬ ତାରିଖଠାରୁ ନିୟମିତ ସମୟରେ ସ୍କୁଲ ଚାଲିବ।

Also Read-Rath Yatra 2023: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ନେଇ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ସେପଟେ ଡ଼ହଡ଼ହ ଖରାରେ ଭାଜି ହେଉଥିବା ରାଜ୍ୟବାସୀଙ୍କୁ ଖୁବଶୀଘ୍ର ମିଳିବ ଆଶ୍ବସ୍ତି । ଆଉ ମାତ୍ର ୨ରୁ ୩ ଦିନ ମଧ୍ଯରେ ମୌସୁମୀ (Monsoon) ଓଡ଼ିଶା ଛୁଇଁପାରେ ବୋଲି ପାଣିପାଗ ବିଭାଗ (Bhubaneswar Meteorological Department)  ପକ୍ଷରୁ ଆକଳନ କରାଯାଇଛି । ଆଗମୀ ୨୧ ତାରିଖରେ ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ  ହେବ । ୨୨ ତାରିଖ ବେଳକୁ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ପୂର୍ବାନୁମାନ କରିଛି । ସେପଟେ ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ମୌସୁମୀ ପ୍ରବେଶ କରିଥିବା ବେଳେ ରାଜ୍ୟରେ ଏଥିଲାଗି ପାଗ ଅନୁକୂଳ ହେଉଛି ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି । ତେବେ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ବାଭାବିକ ରହିପାରେ । ସେପଟେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ଆଜିଠୁ ତାପମାତ୍ରା କମିଥିଲେ ମଧ୍ଯ ପଶ୍ଚିମ ଓଡ଼ିଶାରେ ସ୍ଥିତିରେ ସେତେଟା ସୁଧାର ଆସିବ ନାହିଁ । ସୋମବାର ଦିନ ରାଜ୍ୟର କିଛି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଥିଲା । ସୁନ୍ଦରଗଡ଼ରେ ୪୪.୦୮, ଝାରସୁଗୁଡ଼ା ୪୧.୦୬, ରାଉରକେଲା ୪୦.୦୮, ସମ୍ବଲପୁରରେ ୪୦.୦୫, ଟିଟଲାଗଡ଼ ୪୦.୦୫ ଓ ଯାଜପୁର ୪୦.୦୫, ହିରାକୁଦରେ ୪୧.୦୧ ଡ଼ିଗ୍ରୀ ସେଲସିୟମ ତାପମାତ୍ରା ରହିଥିଲା ।

 

Read More
{}{}