Hindi News >>Home >>Odisha State

Odisha News: କେନ୍ଦୁଝରରେ ଆରମ୍ଭ ହେଲା ୩୭ ତମ ଷ୍ଟେଟ୍ ମହିଳା ଓ ପୁରୁଷ ହ୍ୟାଣ୍ଡବଲ୍ ଚମ୍ପିଆନସିପ୍

Odisha News: କେନ୍ଦୁଝର ଠାରେ ରାଜ୍ୟ ସ୍ଥରୀୟ ମହିଳା ଓ ପୁରୁଷ ହ୍ୟାଣ୍ଡବଲ୍ ଚମ୍ପିଆନସିପ୍ ଆରମ୍ଭ ହୋଇଛି । ଏହି ମ୍ୟାଚ ଜୁନ ୭ ରୁ ଆରମ୍ଭ ହୋଇଥିବା ବେଳେ ୯ ରିଖ ପର୍ଯ୍ୟନ୍ତ କେନ୍ଦୁଝର ହ୍ୟାଣ୍ଡବଲ ଷ୍ଟାଡ଼ିୟମରେ ଚାଲିବ । ଏହି ୩୭ ତମ ପୁରୁଷ ଓ ମହିଳା ଷ୍ଟେଟ ଚମ୍ପିଆନସିପରେ ରାଜ୍ୟର ୧୬ଟି ପୁରୁଷ ଓ ୧୨ଟି ମହିଳା ଦଳ ସାମିଲ ହୋଇଛନ୍ତି ।

Advertisement
Odisha News: କେନ୍ଦୁଝରରେ ଆରମ୍ଭ ହେଲା ୩୭ ତମ ଷ୍ଟେଟ୍ ମହିଳା ଓ ପୁରୁଷ ହ୍ୟାଣ୍ଡବଲ୍ ଚମ୍ପିଆନସିପ୍
Stop
Abhaya mohanty|Updated: Jun 08, 2024, 01:52 PM IST

Odisha News: କେନ୍ଦୁଝର ଠାରେ ରାଜ୍ୟ ସ୍ଥରୀୟ ମହିଳା ଓ ପୁରୁଷ ହ୍ୟାଣ୍ଡବଲ୍ ଚମ୍ପିଆନସିପ୍ ଆରମ୍ଭ ହୋଇଛି । ଏହି ମ୍ୟାଚ ଜୁନ ୭ ରୁ ଆରମ୍ଭ ହୋଇଥିବା ବେଳେ ୯ ରିଖ ପର୍ଯ୍ୟନ୍ତ କେନ୍ଦୁଝର ହ୍ୟାଣ୍ଡବଲ ଷ୍ଟାଡ଼ିୟମରେ ଚାଲିବ । ଏହି ୩୭ ତମ ପୁରୁଷ ଓ ମହିଳା ଷ୍ଟେଟ ଚମ୍ପିଆନସିପରେ ରାଜ୍ୟର ୧୬ଟି ପୁରୁଷ ଓ ୧୨ଟି ମହିଳା ଦଳ ସାମିଲ ହୋଇଛନ୍ତି । ଯେଉଁଥିରେ ୪୫୦ ରୁ ଉର୍ଦ୍ଧ ଖେଳାଳୀ ଓ ୨୦ ରୁ ଉର୍ଦ୍ଧ ଅଫିସିଆଲ ସାମିଲ ହେଇଛନ୍ତି । ଏହି ଖେଳରେ ରାଜ୍ୟସଭା ସାଂସଦ ତଥା ପୂର୍ବତନ ଜାତୀୟ ହ୍ୟାଣ୍ଡବଲ ଖେଳାଳୀ ସୁବାଶିଷ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛିନ୍ତି ।

ଏହି ଖେଳରେ ଖେଳାଳୀମାନେ ପୁରଷ ଖେଳାଳୀମାନେ ମୁନିସିପାଲଟି କଲ୍ୟାଣ ମଣ୍ଡପ ଓ ମହିଳା ଖେଳାଳୀମାନେ ଗୁଜୁରାଟି ସମାଜରେ ରହିବାର ବ୍ୟବସ୍ଥା କରାଯାଇଛି । ଅଫିସିଆଲ ତଥା ରାଜ୍ୟ ସଂଘର ଅତିଥି ମାନେ ବିଭିନ୍ନ ହୋଟେଲ ରେ ରହିବା ବ୍ୟବସ୍ଥା ହୋଇଛି । ଖେଳ ଶୁକ୍ରବାର ସଂଧ୍ୟା ୫ ଟା ରୁ ଆରମ୍ଭ ହେବାର ଥିଲା ହେଲେ ପ୍ରବଳ ବର୍ଷା ପାଇଁ ଉଦଘାଟନି ଉତ୍ସବ ନିଳମ୍ବରେ ଆରମ୍ଭ ହୋଇଥିଲା । ଏହି ଉତ୍ସବରେ ରାଜ୍ୟ ସଂଘର ସଭାପତି ବିପ୍ଲବ ଚୌଧୁରୀ , ସମ୍ପାଦକ ମାନସ କୁମାର ସିଂ , ଉପ ସଭାପତି ସୁରେଷ ପାଢୀ , କୋଷାଧ୍ୟକ୍ଷ ସିତେନ୍ଦ୍ର ନାଥ ଦାଶ ଉପସ୍ଥିତ ଥିଲେ । ସଭାକୁ ଜିଲ୍ଲା ସଂଘର ସଭାପତି ଇଂ ବସନ୍ତ କୁମାର ଧାନୀ ସଭାପତିତ୍ଵ କରିଥିବା ବେଳେ ସମ୍ପାଦକ ରିତିକ ଅଧିକାରୀ ସ୍ଵାଗତ ତଥା ଧନ୍ୟବାଦ ଭାଷଣ ଦେଇଥିଲେ । 

ଏ-ଥିରେ ମୁଖ୍ୟ ଆକର୍ଷଣ ଥିଲା ହ୍ୟାଣ୍ଡବଲ ପରିବାରର ଝିଅ ଚିରଶ୍ରି ସାଗରିକା ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।ତାପରେ ରାତି ୮ଟା ୩୦ରେ ମ୍ୟାଚ ଆରମ୍ଭ ହୋଇଥିଲା । ପ୍ରଥମ ଉଦଘାଟନୀ ମ୍ୟାଚରେ କେନ୍ଦୁଝର ସହିତ ଭୁବନେଶ୍ଵରର ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କେନ୍ଦୁଝର ଭୁବନେଶ୍ଵରକୁ ୨୩ - ୧୨ ଗୋଲ ରେ ପରାସ୍ତ କରିଛି । ଏହି ମ୍ୟାଚ କୁ ଗଞ୍ଜାମର ସନ୍ଦିପ ଓ ପ୍ରୋମଦ ପରିଚାଳନା କରିଥିଲେ ।

 

 

{}{}