Hindi News >>Home >>Odisha State

Odisha News: ସମ୍ବଲପୁରରେ ଜମି ଜାଲିଆତି ଘଟଣା ,ତଦନ୍ତ ଆରମ୍ଭ କଲେ ରାଜ୍ୟ ମାନବାଧିକାର କମିଶନ୍

 Odisha News: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ବହୁମୂଲ୍ୟ ଜମି ଜାଲିଆତି ଘଟଣା । ଏହି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି ରାଜ୍ୟ ମାନବାଧିକାର ନିର୍ଦ୍ଦେଶକ ପ୍ରାଣବିନ୍ଦୁ ଆଚାର୍ଯ୍ୟ । ସୂଚନା ଅନୁଯାୟୀ ବୁଢାରଜା ନିବାସୀ ଅଭେଦାନନ୍ଦ ପାଣିଗ୍ରାହୀଙ୍କର ଅଭିଯୋଗ ଅନୁଯାୟୀ ତାଙ୍କର ମାଆଙ୍କ ନାମରେ ଥିବା ବୁଢାରଜା ଅଂଚଳର ବହୁମୂଲ୍ୟ ଜମିକୁ ତାଙ୍କର ଭଣଜା ଅଭିଷେକ ପଣ୍ଡା ନିଜର ବୋଲି ଦର୍ଶାଇ ପୁରୁଣା ଘର ଗୁଡିକୁ ଭଙ୍ଗାଭାଙ୍ଗି କରିଥିଲେ । ଏ ବାବଦରେ ମାମୁଁ ଅଭେଦାନନ୍ଦ ଅଇଁଠା ପାଲି ଥାନାରେ ଅଭିଯୋଗ କଲା ପରେ ସେଠାରେ ଉଭୟ ପକ୍ଷଙ୍କୁ ଡକା ଯାଇଥିଲା । 

Advertisement
Odisha News: ସମ୍ବଲପୁରରେ ଜମି ଜାଲିଆତି ଘଟଣା ,ତଦନ୍ତ ଆରମ୍ଭ କଲେ ରାଜ୍ୟ ମାନବାଧିକାର କମିଶନ୍
Stop
Zee Odisha Desk|Updated: Nov 04, 2023, 02:55 PM IST

(ସମ୍ବଲପୁର, ଅଜୟ ନାଥ) Odisha News: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ବହୁମୂଲ୍ୟ ଜମି ଜାଲିଆତି ଘଟଣା । ଏହି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି ରାଜ୍ୟ ମାନବାଧିକାର ନିର୍ଦ୍ଦେଶକ ପ୍ରାଣବିନ୍ଦୁ ଆଚାର୍ଯ୍ୟ । ସୂଚନା ଅନୁଯାୟୀ ବୁଢାରଜା ନିବାସୀ ଅଭେଦାନନ୍ଦ ପାଣିଗ୍ରାହୀଙ୍କର ଅଭିଯୋଗ ଅନୁଯାୟୀ ତାଙ୍କର ମାଆଙ୍କ ନାମରେ ଥିବା ବୁଢାରଜା ଅଂଚଳର ବହୁମୂଲ୍ୟ ଜମିକୁ ତାଙ୍କର ଭଣଜା ଅଭିଷେକ ପଣ୍ଡା ନିଜର ବୋଲି ଦର୍ଶାଇ ପୁରୁଣା ଘର ଗୁଡିକୁ ଭଙ୍ଗାଭାଙ୍ଗି କରିଥିଲେ । ଏ ବାବଦରେ ମାମୁଁ ଅଭେଦାନନ୍ଦ ଅଇଁଠା ପାଲି ଥାନାରେ ଅଭିଯୋଗ କଲା ପରେ ସେଠାରେ ଉଭୟ ପକ୍ଷଙ୍କୁ ଡକା ଯାଇଥିଲା । 

ସେଠାରେ ଭଣଜା ମଧ୍ୟ ସଦ୍ୟ କିଛି ମାସ ପୂର୍ବରୁ ତାଙ୍କ ନାମରେ ହୋଇଥିବା ଜମିର ପଟା ଓ କାଗଜ ପତ୍ର ଦେଖାଇଥିଲେ । ପୋଲିସ ସେଥିପାଇଁ ମାମୁଁ ଅଭେଦାନନ୍ଦଙ୍କୁ ଜାଗା ଛାଡିବାକୁ କହିଥିଲେ । ତା ପରେ ଅଭେଦାନନ୍ଦ SPଙ୍କୁ ଦେଖା କରିଥିବା କହିଥିଲେ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ରାଜ୍ୟ ମାନବାଧିକାର କମିଶନ ନିକଟରେ ଫେରାଦ ହୋଇଥିଲେ । ସେଇଠୁ ତଦନ୍ତ କରି ରିପୋର୍ଟ ପ୍ରଦାନ କରାଯିବାକୁ ନିର୍ଦେଶ ଆସିଥିଲା ।

କିନ୍ତୁ ବହୁ ଦିନ ବିତିଯିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ସେ ଭୁବନେଶ୍ୱର ରାଜ୍ୟ ମାନବାଧିକାର କମିଶନରଙ୍କ ନିକଟ ରେ ହାଜର ହୋଇ ପୁଣି ଅଭିଯୋଗ କଲେ । ସେହି ଅଭିଯୋଗ ଆଧାରରେ ଗତକାଲି ସ୍ୱତନ୍ତ୍ର ପୋଲିସ ମହା ନିର୍ଦେଶକ ପ୍ରାଣବିନ୍ଦୁ ଆଚାର୍ଯ୍ୟ ଆସି ଘଟଣାର ତଦନ୍ତ କରିଥିଲେ। କିନ୍ତୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ । ଏହି ସମ୍ପୂର୍ଣ ଘଟଣାରେ ତହସିଲ ଓ ପୋଲିସ ର ଭୂମିକା ସନ୍ଦେହ ଘେରରେ ରହିଥିବା ଆଶଙ୍କା କରାଯାଉଛି । ସମ୍ପୃକ୍ତ ଜମି ଜାଲିଆତି ଘଟଣା ସମୟରେ ରହିଥିବା ତହସିଲଦାର ଙ୍କୁ ମଧ୍ୟ ଏ ବାବଦରେ ପ୍ରଶ୍ନ କରାଯାଇଥିଲା, କିନ୍ତୁ ସେ ମଧ୍ୟ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ ।

{}{}