Hindi News >>Home >>Odisha State

State BJP: ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଫେରାଦ ହେବ ବିଜେପି, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଦେବ ସ୍ମାରକପତ୍ର

ଭୁବନେଶ୍ୱର: ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥାରେ ଶାସନ ଚାଲୁ ନାହିଁ। ସରକାରଙ୍କ ନିମ୍ନସ୍ତରରୁ ଆରମ୍ଭ କରି ଉଚ୍ଚପଦସ୍ଥ କର୍ମଚାରୀମାନେ ଦଳୀୟ କର୍ମୀ ଭଳି କାରତଯ୍ୟ କରୁଛନ୍ତି। ସରକାରୀ ବିଜ୍ଞାପନରେ ଜାଣିଶୁଣି ଶାସକ ଦଳର ଚିହ୍ନ ଲଗାଯାଉଛି। ଏହା ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ। ଏଣୁ ତୁରନ୍ତ ଏଥିରେ ହସ୍ତକ୍ଷପ ଦାବି କରି ରାଜ୍ୟ ବିଜେପିର ବିଧାୟକ

Advertisement
State BJP: ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଫେରାଦ ହେବ ବିଜେପି, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଦେବ ସ୍ମାରକପତ୍ର
Stop
Zee Odisha Desk|Updated: Oct 12, 2023, 02:34 PM IST

State BJP: ଭୁବନେଶ୍ୱର: ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥାରେ ଶାସନ ଚାଲୁ ନାହିଁ। ସରକାରଙ୍କ ନିମ୍ନସ୍ତରରୁ ଆରମ୍ଭ କରି ଉଚ୍ଚପଦସ୍ଥ କର୍ମଚାରୀମାନେ ଦଳୀୟ କର୍ମୀ ଭଳି କାରତଯ୍ୟ କରୁଛନ୍ତି। ସରକାରୀ ବିଜ୍ଞାପନରେ ଜାଣିଶୁଣି ଶାସକ ଦଳର ଚିହ୍ନ ଲଗାଯାଉଛି। ଏହା ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ। ଏଣୁ ତୁରନ୍ତ ଏଥିରେ ହସ୍ତକ୍ଷପ ଦାବି କରି ରାଜ୍ୟ ବିଜେପିର ବିଧାୟକ ମାନେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଏ ନେଇ ସ୍ମରକପତ୍ର ଦେବେ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି। 

ଶ୍ରୀ ମିଶ୍ରଙ୍କ କହିବା ଅନୁସାରେ ବିଧାୟକଙ୍କ ଦିଲ୍ଲୀ ଗସ୍ତ ନେଇ କାର୍ଯ୍ୟସୂଚୀ ନିର୍ଦ୍ଧାରଣ ହୋଇ ନାହିଁ। କିନ୍ତୁ ଖୁବ୍‍ ଶୀଘ୍ର ୨୨ଜଣଯାକ ବିଧାୟକ ଦିଲ୍ଲୀଗସ୍ତ କରିବେ। ରାଜ୍ୟରେ କିପରି ଜନସାଧାରଣ ପ୍ରଭାବିତ ହେଉଛନ୍ତି, ବିକାଶ ଯାତ୍ରା ଠପ୍‍ ହୋଇଛି ଏବଂ ସାମ୍ବିଧାନିକ ପ୍ରକ୍ରିୟାକୁ ସମସ୍ତଙ୍କ ଆଖି ଆଗରେ ଦଳି ଦିଆଯାଇଛି ତାହାର ଉଦାହରଣ ଏହି ସ୍ମାରକପତ୍ରରେ ଉଲ୍ଲଖ ରହିବ। 

ନିର୍ବାଚନ କମିଶନଙ୍କୁ ମଧ୍ୟ ଏହିକ୍ରମରେ ସେମାନେ ଭେଟିବେ। ଗୃହମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ଦଳୀୟ ସଭାପତିଙ୍କୁ ମଧ୍ୟ ଭେଟି ଏ ବାବଦରେ ଉଲ୍ଲେଖ କରିବେ। ଏହା ସହ ରାଜ୍ୟର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲାଗି ବିଭିନ୍ନ ମନ୍ତ୍ରୀଙ୍କୁ ମଧ୍ୟ େଭଟିବୁ ବୋଲି ସେ କହିଛନ୍ତି। 

‘ଓଡ଼ିଶାରେ ସାମ୍ବିଧାନିକ ବ୍ୟବସ୍ଥାରେ ଶାସନ ଚାଲୁ ନାହିଁ। ପିଅନଠୁ ନେଇ ଆଇଏଏସ୍‍ ପର୍ଯ୍ୟନ୍ତ ସମସ୍ତେ ଦଳୀୟ ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ଏହାକୁ ନେଇ ଆମେ ଏକ ସ୍ମାରକପତ୍ର ପ୍ରସ୍ତୁତ କରୁଛୁ। ଏହାକୁ ନେଇ ଆମେ ସେମାନଙ୍କୁ ଭେଟିବୁ’ ବୋଲି କହିଛନ୍ତି ଜୟ ନାରାୟଣ। 

ଆଜି ସାମ୍ବାଦିକମାନଙ୍କ ସହ ଆଲୋଚନା କରିବା ସମୟରେ ଜୟନାରାୟଣ ପ୍ରଥମେ ମାଲକାନଗିରି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଉଦ୍‍ଘାଟନ କରିଥିବା ବସ୍‍ ପରିବହନ ଯୋଜନାକୁ ସମାଲୋଚନା କରିଥିଲେ। କହିଥିଲେ, ସରକାର ଜାଣିଶୁଣି ଏହାର ବିଜ୍ଞାପନରେ ଶଙ୍ଖ ଚିହ୍ନକୁ ବ୍ୟବହାର କରିଛନ୍ତି। ଏହା ଏକ ଗଣତାନ୍ତ୍ରିକ ପରମ୍ପରାକୁ ଉଲ୍ଳଂଘନ କରୁଛି ବୋଲି ସେ କହିଛନ୍ତି। 

ଓଡ଼ିଶା ୨୦୨୪ରେ ନିର୍ବାଚନ ମୁହାଁ ହେବାକୁ ଯାଉଛି। ସାଧାରଣ ନିର୍ବାଚନ ସହ ଏଠାରେ ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ଏଣୁ ନିର୍ବାଚନକୁ ଆଖି ଆଗରେ ରଖି ସରକାର ଅନେକ ଜନ ମଙ୍ଗଳକାରୀ ଯୋଜନା ଘୋଷଣା କରୁଛନ୍ତି।  ନିକଟରେ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ସହାୟତା, ୨ ଲକ୍ଷ ମହିଳାଙ୍କୁ ସ୍କୁଟର କିଣିବା ଲାଗି ସୁଧ ବିହୀନ ଋଣ ସହାୟତା, ୧୪୯ଟି ଓ୍ୱାର୍ଡରେ ଡ୍ରିଙ୍କ୍‍ ଫ୍ରମ୍‍ ଟ୍ୟାପ୍‍ ଯୋଜନା, ପୂଜା ପାଇଁ ପଡ଼ିଆ ଭଡ଼ା ଛାଡ଼ ପରେ ଆଜି ସରକାର ଲୋକେସନ୍‍ ଆକ୍‍ସେସିବିଲିଟି ମଲ୍ଟିମୋଡାଲ ଇନିସିଏଟିଭ୍‍ ( ଲକ୍‍ମି) ଯୋଜନାରେ ୧୬୦୦ ବସ୍‍ ଚଳାଚଳ ପାଇଁ ଯୋଜନା ଉଦ୍‍ଘାଟନ କରିଛନ୍ତି। 

ଲକ୍ଷ୍ମୀ ଯୋଜନାକୁ ନେଇ କଂଗ୍ରେସ ମଧ୍ୟ ସରକାରଙ୍କୁ ସମାଲୋଚନା କରିଛି। ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, କେତେ ଯୋଜନା ଆସିକି ଗଲାଣି। ନିର୍ବାଚନକୁ ଆଖି ଆଗରେ ରଖି ସରକାର ଏ ଯୋଜନା ପ୍ରଣୟନ କରିଛନ୍ତି। ଅପରପକ୍ଷେ ଏହି ଯୋଜନାର ଚିହ୍ନରେ ଶଙ୍ଖ ଚିହ୍ନ ରଖାଯିବା ଠିକ୍‍ ନୁହେଁ ବୋଲି ସେ କହିଛନ୍ତି। ଲୋକଙ୍କ ଟିକସରେ ଦଳୀୟ ପ୍ରଚାର କରାଯାଉଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି।

Also Read: Coal Mines layoffs: କୋଇଲା ଖଣି ଶ୍ରମିକଙ୍କୁ ମାଡ଼ି ଆସୁଛି ବିପଦ, ଦିନକୁ ୧୦୦ ଛଟେଇ; ଓଡ଼ିଶା ହେବ ସର୍ବାଧିକ କ୍ଷତିଗ୍ରସ୍ତ

Also Read: Laxmi Bus: ‘ଲକ୍ଷ୍ମୀ ’ବସ୍ ଯୋଜନାର ଶୁଭାରମ୍ଭ କଲେ ନବୀନ, ଜାଣନ୍ତୁ ପ୍ରଥମ ପର୍ଯ୍ୟାୟରେ ଗଡି଼ବ କେତୋଟି ବସ୍?

Read More
{}{}