Hindi News >>Home >>Odisha State

Srimandira Ratna Bhandara: ଖୁବ୍ ଶୀଘ୍ର ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନଗଣତି କାର୍ଯ୍ୟ

Srimandira Ratna Bhandara: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରୁ ରତ୍ନଗଣତି ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁବାର ଦ୍ୱିତୀୟ ଉଚ୍ଚସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ଜଷ୍ଟିସ ଅରଜିତ ପଶାୟତଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ହାଇଲେବଲ୍ କମିଟିର ସଦସ୍ୟ, ପରିଚାଳନା କମିଟିର କିଛି ସଦସ୍ୟ ଉପସ୍ଥିତ ଥିଲେ। 

Advertisement
Srimandira Ratna Bhandara: ଖୁବ୍ ଶୀଘ୍ର ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନଗଣତି କାର୍ଯ୍ୟ
Stop
Zee Odisha Desk|Updated: May 10, 2024, 07:49 AM IST

Srimandira Ratna Bhandara: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରୁ ରତ୍ନଗଣତି ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁବାର ଦ୍ୱିତୀୟ ଉଚ୍ଚସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ଜଷ୍ଟିସ ଅରଜିତ ପଶାୟତଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ହାଇଲେବଲ୍ କମିଟିର ସଦସ୍ୟ, ପରିଚାଳନା କମିଟିର କିଛି ସଦସ୍ୟ ଉପସ୍ଥିତ ଥିଲେ। ଭରଚୁଆଲ୍ ମୁଡରେ ଏଏସଆଇ ଓଡିଶା ମୁଖ୍ୟ ଡି.ବି ଗଡନାୟକ,,ଓ ହାଇଲେବଲ୍ କମିଟିର ସଦସ୍ୟ ଡକ୍ଟର ରମାକାନ୍ତ ପଣ୍ଡା ବୈଠକରେ ଯୋଡି ହୋଇ ଆଲୋଚନାରେ ଭାଗ ନେଇଥିଲେ। ପ୍ରାୟ ଦେଢଘଣ୍ଟା ପର୍ଯ୍ୟନ୍ତ ବୈଠକରେ ରତ୍ନଗଣତି ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

 ଭକ୍ତମାନେ ଯେଉଁ ସମୟରେ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ନଥିବେ ସେହି ସମୟରେ ରତ୍ନଗଣତି ପ୍ରକ୍ରିୟା ସହଜ ହେବ। ତେଣୁ ରଥଯାତ୍ରା ସମୟରେ ରତ୍ନଗଣତି କରାଯିବା କଥା କହିଥିଲେ କମିଟିର ଅଧକ୍ଷ ଅରଜିତ ପଶାୟତ। ତେବେ ବୈଠକ ପୂର୍ବରୁ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ସାନିଧ୍ୟ ଗ୍ରହଣ କରିଥିଲେ କମିଟି ଅଧ୍ଯକ୍ଷ ଜଷ୍ଟିସ ଅରିଜିତ ପଶାୟତ। ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ସମୟରେ ଗଣମାଧ୍ୟମର ଉତ୍ତର ରଖିଥିଲେ। ପ୍ରଥମ ବୈଠକରେ ଯେଉଁ ଯେଉଁ ତଥ୍ୟ ମଗାମାଇଥିଲା ତାହାର ଟିକନିକ ରିପୋର୍ଟ ତାଙ୍କର ହସ୍ତଗତ ହୋଇଛି। ମହାପ୍ରଭୁ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ପ୍ରାୟ ୧୧ଦିନ ଶ୍ରୀମନ୍ଦିରରେ ରୁହନ୍ତି ନାହିଁ। ଏହି ସମୟରେ ରତ୍ନଭଣ୍ଡାର ଖୋଲି ରତ୍ନାଳଙ୍କାରର ଗଣତି ମଣତି ସହ ମରାମତି କାର୍ଯ୍ୟ କରାଯାଇପାରିବ। ଏଣୁ ଚଳିତବର୍ଷ ରଥଯାତ୍ରାରେ ଏହିକାର୍ଯ୍ଯ ସଫଳତା ପୂର୍ବକ ସରିବ ବୋଲି ଆଶା କରାଯାଉଛି।

Read More
{}{}