Hindi News >>Home >>Odisha State

Srimandira: ଏଥର କାର୍ତ୍ତିକ ମାସରେ ହବିଷ୍ୟାଳି ପାଳିବେ ପଞ୍ଚୁକ ୪ ଦିନ

Srimandira: ଏଥର କାର୍ତ୍ତିକ ମାସରେ ହବିଷ୍ୟାଳି ପାଳିବେ ପଞ୍ଚୁକ ୪ ଦିନ। ଲକ୍ଷ୍ମୀ ନୃସିଂହ ବେଶ କ୍ଷୟ ପଡୁଥିବାରୁ ଏହି ବେଶ କରାଯିବ ନାହିଁ। ଏଥିସହ ଏପ୍ରିଲ ୧୪ ରେ ହେବ ପଣା ସଂକ୍ରାନ୍ତି ସେ ନେଇ ଆଜି ନିଷ୍ପତି ନିଆଯାଇଛି।ଏବଂ ରଥଯାତ୍ରା ସମୟରେ ୧୩ ଦିନିଆ ଅଣସର ତିଥି କ୍ଷୟ ପଡୁଥିବାରୁ ଅନବସର ସମୟରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ଗୋଟାଏ ଦିନରେ କେବଳ ନୀତି କାନ୍ତି କରାଯିବ।

Advertisement
Srimandira: ଏଥର କାର୍ତ୍ତିକ ମାସରେ ହବିଷ୍ୟାଳି ପାଳିବେ ପଞ୍ଚୁକ ୪ ଦିନ
Stop
Sanjaya Kumar Mohapatra|Updated: Feb 12, 2024, 06:04 PM IST

Srimandira: ଏଥର କାର୍ତ୍ତିକ ମାସରେ ହବିଷ୍ୟାଳି ପାଳିବେ ପଞ୍ଚୁକ ୪ ଦିନ। ଲକ୍ଷ୍ମୀ ନୃସିଂହ ବେଶ କ୍ଷୟ ପଡୁଥିବାରୁ ଏହି ବେଶ କରାଯିବ ନାହିଁ। ଏଥିସହ ଏପ୍ରିଲ ୧୪ ରେ ହେବ ପଣା ସଂକ୍ରାନ୍ତି ସେ ନେଇ ଆଜି ନିଷ୍ପତି ନିଆଯାଇଛି।ଏବଂ ରଥଯାତ୍ରା ସମୟରେ ୧୩ ଦିନିଆ ଅଣସର ତିଥି କ୍ଷୟ ପଡୁଥିବାରୁ ଅନବସର ସମୟରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ଗୋଟାଏ ଦିନରେ କେବଳ ନୀତି କାନ୍ତି କରାଯିବ। ଏ ନେଇ ମୋହର ମାରିଲା ଆଜି ବସିଥିବା ପାଞ୍ଜି ସମୀକ୍ଷା ବୈଠକ ବୈଠକ ।ଚଳିତ ବର୍ଷ ଅନବସର ହେବ ୧୩ ଦିନିଆ ପକ୍ଷ ହେଉଛି ।ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଉଭା ଯାତ୍ରା ଓ ନେତ୍ରୋତ୍ସବ ଗୋଟିଏ ଦିନରେ ହେବ ।ତେବେ କେବଳ ନବଯୌବନ ନୀତି ହେବ ମାତ୍ର ଚଳିତ ବର୍ଷ ନବଯୌବନ ଦର୍ଶନ ହେବ ନାହିଁ।

ଶ୍ରୀମନ୍ଦିରରେ ଆସନ୍ତା ବର୍ଷ ପାଳିତ ହେବାକୁ ଥିବା ପର୍ବପର୍ବାଣୀ ଓ ଯାନିଯାତ୍ରାକୁ ନେଇ ବିଭିନ୍ନ ପାଞ୍ଜିରେ ଅମେଳକ ଓ ଦ୍ୱନ୍ଦ୍ୱ ଦୂର ହୋଇଛି।ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିବା ପାଞ୍ଜି ସମୀକ୍ଷା ବୈଠକରେ ଚୁଡାନ୍ତ ନିଷ୍ପତ୍ତି ନିଆଯାଇଛି।ଏପ୍ରିଲ ୧୪ ରେ ହିଁ ଶ୍ରୀମନ୍ଦିରରେ ପାଳିତ ହେବ ପଣା ସଂକ୍ରାନ୍ତି।ଏଥିସହ ୧୩ ଦିନିଆ ଅଣସର ପକ୍ଷ ,୪ ଦିନିଆ ପଞ୍ଚୁକ୍ ଓ ଲକ୍ଷ୍ମୀ ନୃସିଂହ ବେଶ୍ ନ ହେବା ନେଇ ମୋହର ମାରିଛି ପାଞ୍ଜି ସମୀକ୍ଷା ବୈଠକ।ସେହିପରି ୨୦୨୫ ଫେବୃୟାରୀ ୨ ତାରିଖରେ ହେବ ଶ୍ରୀପଞ୍ଚମୀ ବା ସରସ୍ବତୀ ପୂଜା।୧୯୫୯ ମସିହା ଏବଂ ୧୯୭୧-୭୨ ମସିହା ଆଧାରରେ ୧୩ ଦିନିଆ ଅନବସର ପକ୍ଷ ନୀତି କରାଯିବ।ଶ୍ରୀମନ୍ଦିରରେ ଚାଲୁଥିବା ହାତଗଣତି ଗଣନା ଅନୁସାରେ ଅନବସର ନୀତି ୧୫ ଦିନ କରାଯିବ।ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଦିନ ହିଁ ନେତ୍ରୋତ୍ସବ ଓ ଉଭା ଯାତ୍ରା ହେବ।

ତେବେ ସାମନ୍ତ ଚନ୍ଦ୍ରଶେଖରଙ୍କ ସିଦ୍ଧାନ୍ତ ଦର୍ପଣ ଗଣନା ଅନୁଯାୟୀ ଏପ୍ରିଲ ୧୩ ତାରିଖ ହିଁ ପଣା ସଂକ୍ରାନ୍ତି।ମୁକ୍ତି ମଣ୍ଡପ ପଣ୍ଡିତ ସଭା ପକ୍ଷରୁ ଉପସ୍ଥାପନ କରାଯାଇଥିବା ଗଣନାକୁ ସେମାନେ ଗ୍ରହଣ କରିନାହାନ୍ତି ।ଏପ୍ରିଲ ୧୩ ତାରିଖ ପଣା ସଂକ୍ରାନ୍ତି ବୋଲି ଅନେକ ପାଞ୍ଜିରେ ଉଲ୍ଲେଖ ରହିଛି।ତେବେ ପାଣ୍ଡୁଲିପି ଓ ସମସ୍ତ ଗଣନା ଆଧାରରେ ୧୩ ତାରିଖ ନୁହେଁ ବରଂ ୧୪ ତାରିଖ ହିଁ ପଣା ସଂକ୍ରାନ୍ତି ବୋଲି ସ୍ପଷ୍ଟ କରିଛି ମୁକ୍ତି ମଣ୍ଡପ ପଣ୍ଡିତ ସଭା।ଆସନ୍ତା ବର୍ଷ ପଞ୍ଚୁକରେ ଗୋଟିଏ ଦିନ କ୍ଷୟ ପଡୁଥିବାରୁ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୪ ଦିନ ହେବ।ଏହି କ୍ଷୟ କାରଣରୁ ଲକ୍ଷ୍ମୀ ନୃସିଂହ ବେଶ ହେବ ନାହିଁ ।ସେହିଭଳି ୧୩ ଦିନିଆ ଅଣସର ପକ୍ଷ ପଡୁଥିବାରୁ ମହାପ୍ରଭୁଙ୍କ ସମସ୍ତ ଗୁପ୍ତ ରୀତି ,ନୀତି କିଭଳି କରାଯିବ ସେ ନେଇ ପୂଜାପଣ୍ଡା ଓ ଦଇତାପତିଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ପୁନଃ ବୈଠକ ବସିବ।୧୯୫୯ ମସିହା ଓ ୧୯୭୧-୭୨ ମସିହାରେ ୧୩ ଦିନିଆ ଅନବସର ପକ୍ଷ ସମୟରେ ଯେଭଳି ନୀତି କାନ୍ତି ହୋଇଥିଲା ସେହି ଅନୁସାରେ ଚଳିତ ବର୍ଷ ନୀତି କାନ୍ତି କରିବାକୁ ନିଷ୍ପତ୍ତି ହୋଇଛି।

 ତେବେ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ହିଁ ନେତ୍ରୋତ୍ସବ ଓ ଉଭା ଯାତ୍ରା ହେବାକୁ ଥିବାରୁ ପହଣ୍ଡି ଓ ରଥଟଣାରେ ବିଳମ୍ବ ଘଟିପାରେ। ତା ପୂର୍ବଦିନ ରାତିରେ ନବଯୌବନ ନୀତି କରାଯିବ ।ମାତ୍ର ୧୩ ଦିନିଆ ଅଣସର ପକ୍ଷ ଯୋଗୁଁ ନବଯୌବନ ଦର୍ଶନ ହେବ ନାହିଁ । ସେପଟେ ଆସନ୍ତା ୧୪ ତାରିଖ ସନ୍ଧ୍ୟା ୬.୩୧ ରୁ ୮.୫୫ ମଧ୍ୟରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠ ଅନୁକୂଳ ହେବ।

Read More
{}{}