Hindi News >>Home >>Odisha State

Odisha Election 2024: ନିର୍ବାଚନ ଲଢ଼ିବେ ସେବାୟତ ଗୌରୀଶଙ୍କର ସିଂହାରୀଙ୍କ ପୁଅ

Odisha Election 2024: ପୁରୀ ବିଧାନସଭା ଆସନରେ ସ୍ୱାଧିନ ପ୍ରାର୍ଥୀ ଭାବେ ଲଢିବେ ଜଣେ ଯୁବ ସେବାୟତ। ବୟସ ମାତ୍ର ୨୫। ବରିଷ୍ଠ ସେବାୟତ ଗୌରୀଶଙ୍କର ସିଂହାରୀଙ୍କ ପୁଅ। ଶ୍ରୀଜଗନ୍ନାଥ ଧାମର ସୁରକ୍ଷା ଓ ବିକାଶର ନାରା ନେଇ ଏଥର ନିର୍ବାଚନ ରଣାଙ୍ଗନରେ ପଦାର୍ପଣ କରିବେ। 

Advertisement
Odisha Election 2024: ନିର୍ବାଚନ ଲଢ଼ିବେ ସେବାୟତ ଗୌରୀଶଙ୍କର ସିଂହାରୀଙ୍କ ପୁଅ
Stop
Sanjaya Kumar Mohapatra|Updated: Apr 08, 2024, 11:08 AM IST

Odisha Election 2024: ପୁରୀ ବିଧାନସଭା ଆସନରେ ସ୍ୱାଧିନ ପ୍ରାର୍ଥୀ ଭାବେ ଲଢିବେ ଜଣେ ଯୁବ ସେବାୟତ। ବୟସ ମାତ୍ର ୨୫। ବରିଷ୍ଠ ସେବାୟତ ଗୌରୀଶଙ୍କର ସିଂହାରୀଙ୍କ ପୁଅ। ଶ୍ରୀଜଗନ୍ନାଥ ଧାମର ସୁରକ୍ଷା ଓ ବିକାଶର ନାରା ନେଇ ଏଥର ନିର୍ବାଚନ ରଣାଙ୍ଗନରେ ପଦାର୍ପଣ କରିବେ। ଶ୍ରୀକ୍ଷେତ୍ର ବାସୀଙ୍କ ଉପରେ ବିଶ୍ୱାସ ରଖିଛନ୍ତି। ସମସ୍ତଙ୍କ ଆଶିର୍ବାଦ ରହିଲେ ସେ ସଫଳତା ପାଇବେ ବୋଲି କହିଛନ୍ତି। ଶ୍ରୀକ୍ଷେତ୍ର ବିଶ୍ୱ ମାନଚିତ୍ରରେ ଏକ ପ୍ରମୁଖ ଧାର୍ମିକ ପିଠ ଓ ପର୍ଯ୍ଯଟନ କ୍ଷେତ୍ର ଭାବେ ପରିଚିତ। ମାତ୍ର ଏଠାରେ ଭକ୍ତ ଓ ପର୍ଯ୍ଯଟକଙ୍କ ସମସ୍ଯା ତାଙ୍କୁ ଗଭୀର ମର୍ମାହତ କରିଥିବାରୁ ନିର୍ବାଚନରେ ସାମିଲ ହେବାକୁ ବାଧ୍ୟ ହୋଇଛନ୍ତି। ଶ୍ରୀଜଗନ୍ନାଥଙ୍କ ମାଟିରେ ଅନେକ ସମସ୍ଯା ଥିବା ବେଳେ ସମାଧାନର ବାଟ ମିଳିଲା ନାହିଁ ଫଳରେ ଏଭଳି ପଦକ୍ଷେପ ନେବାକୁ ନିର୍ବାଚନକୁ ଓହ୍ଲାଇଛି।

ଜଣେ ସେବାୟତଙ୍କ ପୁଅ ହିସାବରେ ସମସ୍ତେ ମୋତେ ସହଯୋଗର ହାତ ବଢାନ୍ତୁ ଆଉ ଆଶିର୍ବାଦ ଦିଅନ୍ତୁ। ସୁଯୋଗ ମିଳିଲେ ଶ୍ରୀକ୍ଷେତ୍ରବାସୀଙ୍କ ସେବା କରିବା ସହ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି କରିବେ ବୋଲି କହିଛନ୍ତି ପ୍ରାର୍ଥୀ ହରେକୃଷ୍ଣ ସିଂହାରୀ। ସେପଟେ ସହର ଏକ ଆଧ୍ୟାତ୍ମିକ ସ୍ଥଳ ହୋଇଥିଲେ ମଧ୍ୟ ଏଠାରେ ଦିନକୁଦିନ ଅପରାଧ ବଢି ଚାଲିଛି, ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡିଛି,ଉନ୍ନତି ମୁଳକ କାର୍ଯ୍ୟ ନାମରେ ଅର୍ଥ ବାଟମାରଣା ହେଉଛି, ପ୍ରତିବାଦ କଲେ ଆକ୍ରମଣ ହେଉଛି ବୋଲି ଅଭିଯୋଗ କରିଛନ୍ତି । ଏଣୁ ପୁଅକୁ ଆଶିର୍ବାଦ କରି ପୁରୀବାସୀଙ୍କ ସେବା କରିବାର ସୁଯୋଗ ଦେବାକୁ ସାମ୍ବାଦିକ ସମ୍ମିଳନୀରେ ନିବେଦନ କରିଛନ୍ତି ପିତା ଗୌରୀଶଙ୍କର।

{}{}