Hindi News >>Home >>Odisha LifeStyle and Others

Chandra Grahan 2023: ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ଛତିଶା ନିଯୋଗ ପରେ ସମୟ ଧାର୍ଯ୍ୟ..

Chandra Grahan 2023:ଅକ୍ଟୋବର ୨୮ ତାରିଖ ଅର୍ଥାତ କୁମାର ପୂର୍ଣ୍ଣିମାରେ ପଡ଼ୁଛି ପୂର୍ଣ୍ଣିମାରେ ପଡ଼ୁଛି ଚନ୍ଦ୍ର ଗ୍ରହଣ (chandra grahan 2023) । ଏନେଇ ପୁରୀ ଶ୍ରୀମନ୍ଦିରରେ (Puri Jagannath Temple) ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତିକାନ୍ତି । ସୂଚନା ଅନୁଯାୟୀ, ଚଳିତ ବର୍ଷ କୁମାର ପୂର୍ଣ୍ଣିମା ଦିନ ରାହୁଗ୍ରସ୍ତ ଖଣ୍ତ ଗ୍ରାସ ଚନ୍ଦ୍ର ଗ୍ରହଣ (Chandra grahan 2023) ପଡୁଥିବାରୁ ଏନେଇ ଶ୍ରୀମନ୍ଦିରରେ (Srimandir) ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତି। 

Advertisement
 Chandra Grahan 2023: ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ଛତିଶା ନିଯୋଗ ପରେ ସମୟ ଧାର୍ଯ୍ୟ..
Stop
Priyambada Rana|Updated: Oct 17, 2023, 07:22 AM IST

Chandra Grahan 2023:ଅକ୍ଟୋବର ୨୮ ତାରିଖ ଅର୍ଥାତ କୁମାର ପୂର୍ଣ୍ଣିମାରେ ପଡ଼ୁଛି ପୂର୍ଣ୍ଣିମାରେ ପଡ଼ୁଛି ଚନ୍ଦ୍ର ଗ୍ରହଣ (chandra grahan 2023) । ଏନେଇ ପୁରୀ ଶ୍ରୀମନ୍ଦିରରେ (Puri Jagannath Temple) ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତିକାନ୍ତି । ସୂଚନା ଅନୁଯାୟୀ, ଚଳିତ ବର୍ଷ କୁମାର ପୂର୍ଣ୍ଣିମା ଦିନ ରାହୁଗ୍ରସ୍ତ ଖଣ୍ତ ଗ୍ରାସ ଚନ୍ଦ୍ର ଗ୍ରହଣ (Chandra grahan 2023) ପଡୁଥିବାରୁ ଏନେଇ ଶ୍ରୀମନ୍ଦିରରେ (Srimandir) ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତି। ପୁରୀକୁ ରାତି ୧ ଘଣ୍ଟା ୪ ମିନିଟ୍‌ ୫୫ ସେକେଣ୍ଡେରେ ସ୍ପର୍ଶ କରୁଛି ଚନ୍ଦ୍ର ଗ୍ରହଣ। ତେଣୁ ଗ୍ରହଣ(Grahana) ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ଅପରାହ୍ଣ ୪ ଘଣ୍ଟା ୪ ମିନିଟ୍‌ ୫୫ ସେକେଣ୍ଡରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ କରାଯାଇଛି।

ତେଣୁ ନୀତିକାନ୍ତିକୁ କିପରି ଶୃଙ୍ଖଳାର ସହ ସମପନ କରାଯିବ ସେ ନେଇ ଗତକାଲି ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଆଲୋଚନା କରାଯାଇ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ନିର୍ଦ୍ଧାରଣ ହୋଇଛି । ୨୮ ତାରିଖ ଦିନ ରାତି ୨ଟା ସମୟରେ ଦ୍ୱାର ଫିଟାଯାଇ ଜଗନ୍ନାଥ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହେବ। ରାତି ୩ଟାରେ ମଙ୍ଗଳ ଆଳତି ସମ୍ପନ୍ନ ହେବା ପରେ ଭୋର ସାଢେ ୪ରୁ ସାଢେ ୫ଟା ମଧ୍ୟରେ ରାଧା ଦାମୋଦର ବେଶ, ୨୮ ତାରିଖ ସକାଳ ୮ରୁ ସାଢେ ୮ଟା ମଧ୍ୟରେ ବାଳଭୋଗ ଓ ଅପରାହ୍ନ ୨ଟା ସମୟରେ ଗ୍ରହଣ ମହାସ୍ନାନ ହେବାର କାର୍ଯ୍ୟକ୍ରମ ରହିଛି ।

ଏହି ଗ୍ରହଣ ରାତି ୧ଟା ବାଜି ୪ ମିନିଟରୁ ଆରମ୍ଭ ହୋଇ ୨ଟା ବାଜି ୨୪ ମିନିଟରେ ଶେଷ ହେବ। ଅର୍ଥାତ୍ ଗ୍ରହ ୧ ଘଣ୍ଟା ୧୭ ମିନିଟ୍ ପର୍ଯ୍ୟନ୍ତ ରହିବ । ଗ୍ରହଣ ଲାଗିବାର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିବା ୪ ଘଣ୍ଟା ୪ ମିନିଟ୍ ରୁ ରାତି ୨ଟା ବାଜି ୨୪ ମିନିଟ୍ ପର୍ଯ୍ୟନ୍ତ ପାକତ୍ୟାଗ ହେବ । କିନ୍ତୁ ଏପଟେ ଶ୍ରୀମନ୍ଦିରରେ ଗ୍ରହଣ ସ୍ପର୍ଶ ହେବା ମାତ୍ରେ ନୀତିକାନ୍ତି ଆରମ୍ଭ ହୋଇଥାଏ । ପ୍ରଥମେ ମାର୍କେଣ୍ଡେୟ ଆଶ୍ରମ, ଅଙ୍ଗିରା, ଭୃଗୁ ଶେଷରେ କଣ୍ଡୁ ଆଶ୍ରମ ବିଜେ କରିଥାନ୍ତି । ଚକ୍ରରାଜ ସୁଦର୍ଶନ (chakraraj sudarshan) ମଧ୍ୟାହ୍ନ ଧୂପ ପରେ ରତ୍ନ ସିଂହାସନରୁ ଆସି ଚଉଦୋଳରେ ବିଜେ ହୋଇ ପରିକ୍ରମା କରିଥାଆନ୍ତି । ପାକତ୍ୟାଗ ପୂର୍ବରୁ ଚକ୍ରରାଜ ସୁଦର୍ଶନ ରତ୍ନସିଂହାସନରେ (Ratna Singhasana) ବିଜେ କରିଥାଆନ୍ତି । ଗ୍ରହଣ ସ୍ପର୍ଶ କରିବା ସମୟରୁ ହିଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ନାନ ଓ ଗ୍ରହଣ ଖଇକୋରା ଭୋଗ ନୀତି ସମାପନ ହୋଇଥାଏ । 

Also Read: ଏହି ଦିନ ପଡୁଛି ଚନ୍ଦ୍ର ଗ୍ରହଣ, ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତିକାନ୍ତି

Read More
{}{}