Hindi News >>Home >>Odisha State

ହବିଷ୍ୟାଳୀ ପାଇଁ ରାଜ୍ୟ ସରକାରଙ୍କ ବିଶେଷ ବ୍ୟବସ୍ଥା

'ରାଈଦାମୋଦର ବ୍ରତ' ପାଳନ କରିବା ନିମିତ୍ତ ଓଡ଼ିଶା ସରକାରଙ୍କ ଦ୍ୱାରା ହବିଷ୍ୟାଳୀ ମାଆମାନଙ୍କ ରହଣୀ, ଶ୍ରୀ ଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ ଏବଂ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପୁରୀଙ୍କ ସହାୟତାରେ କରାଯାଉଛି । 

Advertisement
ହବିଷ୍ୟାଳୀ ପାଇଁ ରାଜ୍ୟ ସରକାରଙ୍କ ବିଶେଷ ବ୍ୟବସ୍ଥା
Stop
Soubhagya Ranjan Mishra|Updated: Sep 30, 2023, 05:35 PM IST

ପୁରୀ: ଶ୍ରୀକ୍ଷେତ୍ରରେ ପ୍ରତିବର୍ଷ କାର୍ତ୍ତିକ ମାସରେ 'ରାଈଦାମୋଦର ବ୍ରତ' ପାଳନ କରିବା ନିମିତ୍ତ ଓଡ଼ିଶା ସରକାରଙ୍କ ଦ୍ୱାରା ହବିଷ୍ୟାଳୀ ମାଆମାନଙ୍କ ରହଣୀ, ଶ୍ରୀ ଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ ଏବଂ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପୁରୀଙ୍କ ସହାୟତାରେ କରାଯାଉଛି । ଚଳିତ ବର୍ଷ ପୁରୀରେ ହବିଷ୍ୟାଳୀ ବ୍ରତ ପାଳନ କରିବା ପାଇଁ ଆଗ୍ରହୀ ମାଆମାନେ ଅକ୍ଟୋବର ୩ (October 3) ତାରିଖଠାରୁ ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ଅନଲାଇନ ଲିଙ୍କ୍ https:/edistrict.odisha.gov.in ମାଧ୍ୟମରେ ନିଜର ନାମ ପଞ୍ଜୀକରଣ (Name Registration) କରାଇପାରିବେ ଅଥବା ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମାଧ୍ୟମରେ ମଧ୍ୟ ଆବେଦନ କରିପାରିବେ ।

ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ନି ସରକାରୀ କାର୍ଯ୍ୟାଳୟ ପକ୍ଷରୁ ଫୋନ ନମ୍ୱର ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ- 9692720594, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ- 9437302618, ଜିଲ୍ଲା କ୍ରୀଡା ଅଧିକାରୀ- 7735517482, ଜିଲ୍ଲା କାର୍ଯ୍ୟାଳୟ- 06751 222664

Also Read- Rupa Pintu: ରୂପା ପିଣ୍ଟୁଙ୍କ ଫେସବୁକ ପେଜରେ ଅଶ୍ଲୀଳ ଭିଡିଓ

Also Read- Most Expensive Tree: କେଉଁ ଗଛ ଦୁନିଆର ସବୁଠୁ ଦାମୀ? ତାହାର ଦାମ କେତେ ? ଜାଣନ୍ତୁ...

Read More
{}{}