Hindi News >>Home >>Odisha State

Cuttack News: ନେମାଳରେ ଆତଙ୍କ, ରାତି ଅଧରେ ଆସିଲେ ଗୁଳି ଫୁଟାଇ ଲୁଟିଲେ

Cuttack News in Odia:  ବିଳମ୍ବିତ ରାତିରେ ଆସି ଲୋକଙ୍କୁ ଡରାଇଲେ। ଆଉ କିଛି ଫାଙ୍କା ଗୁଳି ଚାଳନା କଲେ । ଆଉ ତାପରେ....।   କଟକ(Cuttack) ଜିଲ୍ଲା ନେମାଳ ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଛନ୍ତି। ବାଲି ଘାଟକୁ ନେଇ ଏଭଳି ଘଟଣା ଘଟିଥିବା ବେଳେ ତିନି ରୁ ଚାରି ଜଣ ଦୁବୃର୍ତ୍ତମାନେ ଏଭଳି ଘଟଣା ଘଟାଇଛନ୍ତି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisement
Cuttack News: ନେମାଳରେ ଆତଙ୍କ, ରାତି ଅଧରେ ଆସିଲେ ଗୁଳି ଫୁଟାଇ ଲୁଟିଲେ
Stop
Trilochan Das|Updated: May 28, 2023, 01:21 PM IST

Cuttack News in Odia: ରାତି ଅଧରେ ଆସିଲେ,ଭୟଭିତ କରିବା ପାଇଁ ମିଛି ମିଛିକା ଫାଙ୍କା ଗୁଳି ଚାଳନା କଲେ (Blank Firing At Ballighat Nemala ) । ପାଖରେ ଥିବା ଜେସିବି ଗାଡିକୁ ନିଆଁ ଲଗାଇଦେଲେ ଆଉ କର୍ମଚାରୀ ମାନଙ୍କ ପାଖରେ ଥିବା ସମସ୍ତ ଟଙ୍କା ଲୁଟିନେଲେ । ତେବେ, ଏହି ଘଟଣା ଶୁଣି ଆପଣ ଭାବୁଥିବେ ଯେ, ଏ କୈଣସି ମାଓବାଦୀଙ୍କ କାଣ୍ତ ହୋଇଥିବ ନିଶ୍ଚୟେ । ଆଉ ଏହି ଘଟଣା କୈଣସି ମାଓ ଅଞ୍ଚଳରେ ଘଟିଥିବା କିନ୍ତୁ ନାଁ । ଏହି ଘଟଣା କୌଣସି ମାଓବାଦୀମାନେ ଘଟଣା ଘଟାଇ ନାହାଁନ୍ତି କି ଇଏ କେଉଁ ମାଓ ଅଞ୍ଚଳର ଘଟଣା ନୁହେଁ । କଟକ(Cuttack) ଜିଲ୍ଲା ନେମାଳ ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଛନ୍ତି। ବାଲି ଘାଟକୁ ନେଇ ଏଭଳି ଘଟଣା ଘଟିଥିବା ବେଳେ ତିନି ରୁ ଚାରି ଜଣ ଦୁବୃର୍ତ୍ତମାନେ ଏଭଳି ଘଟଣା ଘଟାଇଛନ୍ତି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

 ଅଭିଯୋଗ ଅନୁଯାୟୀ ଗତକାଲି (ଶନିବାର) ବିଳମ୍ବିତ ରାତିରେ ନେମାଳ ଥାନା ନଗସପୁର ଠାରେ ଦୀର୍ଘ ଦିନ ହେବ ଏକ ବାଲିଘାଟ ରହିଛି । ଅନୁମାନ କରାଯାଏ କୌଣସି ଘଟଣାକୁ ନେଇ ପୂର୍ବରୁ ପ୍ରସ୍ତୁତ ହୋଇ ଆସିଥିବା ତିନି ରୁ ଚାରି ଜଣ  ଦୁବୃର୍ତ୍ତ (Miscreants)ବାଲି ଘାଟରେ ଆତଙ୍କ ସୃଷ୍ଟି କରିଥିଲେ  । ବାଲିଘାଟର କର୍ମଚାରୀଙ୍କ ଅଭିଯୋଗ ମୁତାବକ,ଚାରି ଜଣ ଦୁବୃର୍ତ୍ତ ପ୍ରଥମେ ଫାଙ୍କା ଗୁଳିଚଳନା କରି ସେମାନଙ୍କ ଠାରୁ ୩୫ ହଜାର ଟଙ୍କା ଲୁଟି ନେବା ସହ ବାଲିଘାଟରେ ଥିବା ଜେସିବି ଗାଡିକୁ ପେଟ୍ରୋଲ ଢାଳି ନିଆଁ ଲାଗାଇ ଦେଇଥିଲେ ସେମାନେ । ଏହା ଦେଖି କର୍ମଚାରୀମାନେ ଭୟରେ ଥରିବାକୁ ଲାଗିଥିଲେ । ଏବଂ ନିମିଶକ ମଧ୍ୟରେ ଦୁବୃର୍ତ୍ତମାନେ ଚମ୍ପଟ ମାରିବା ପରେ ବାଲିଘାଟ କର୍ମଚାରୀ ଜୀବନ ବିକଳରେ ପାଖ ଗାଁ କୁ ଆସି ଖବର ଦେଇଥିଲେ । 

 

Also Read: Snana Yatra 2023: ସ୍ନାନ ଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଏବେଠୁ ଜମିଲାଣୀ ଭିଡ଼, ଭକ୍ତଙ୍କ ପାଇଁ ଲାଗୁ ହେବ ଏହି ନୂଆ ନିୟମ

Also Read: Balangir News: ବାଃ ବାଃରେ ପ୍ରେମିକ ! ସମ୍ପର୍କରେ ଫାଟ ହେବାରୁ ପ୍ରେମିକାର ପରିବାର ଉପରେ...

ଏନେଇ ସେମାନେ ସ୍ଥାନୀୟ ନେମାଳ ଥାନାକୁ ଜଣାଇଥିଲେ । ନେମାଳ ପୋଲିସ ଘଟଣାକୁ ଗୁରୁତର ସହ ନେଇ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିବା ସହ ବାଲିଘାଟ କର୍ମଚାରୀ ଙ୍କ ବୟାନ ରେକର୍ଡ କରି ଫେରିଛି । ଏବଂ ତଦନ୍ତକୁ ଜୋରଦାର କରିଛି । ତେବେ ଏହି ଘଟଣା ପଛରେ ଅସଲ ଉଦ୍ଦେଶ୍ୟ କଣ ରହିଛି ତାହାକୁ ନେଇ ପୋଲିସ ଛାନଭିନ ଚଳାଇଛି । ଅନ୍ୟପଟେ ଆଶଙ୍କା କରାଯାଉଛି ବାଲି ମାଫିଆଙ୍କ ଭିତରେ କୌଣସି ନା କୌଣସି ବ୍ୟବସାୟୀକ ଶତ୍ରୁତାକୁ ନେଇ ଏଭଳି କାଣ୍ତ ଘଟିଛି । ପୋଲିସର ତଦନ୍ତ ପରେ ପ୍ରକୃତ ସତ ପଦାକୁ ଆସିବ ବୋଲି ଜଣାପଡିଛି । 

Also Read: Sunday Remedies: ରବିବାର ଦିନ କରନ୍ତୁ ଏହି ସବୁ ଉପାୟ, କ୍ୟାରିୟରରେ ପାଇବେ ସଫଳତା ସାଙ୍ଗକୁ ରହିବନି ଧନର ଅଭାବ!

Also Read: Horoscope Today 28 May 2023: ଆଜି ୬ଟି ରାଶି ପାଇଁ ଅତ୍ୟନ୍ତ ଶୁଭ, ଏହି ୨ଟି ରାଶି ରୁହନ୍ତୁ ଅତି ସାବଧାନ: ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର?

Read More
{}{}