Hindi News >>Home >>Odisha State

Single Window: ପ୍ରଥମ ଦଫାରେ ୨୬ ଶିଳ୍ପ ପାଇଁ ଅନୁମତି ଦେଲା ବିଜେପି ସରକାର, ୧୪ ଜିଲ୍ଲାରେ ୧୯ ହଜାର ନିଯୁକ୍ତି ସମ୍ଭାବନା

  ମୋହନ ମାଝିଙ୍କ ସରକାର ପ୍ରଥମ ଦଫାରେ ୨୬ଟି ଶିଳ୍ପକୁ ସିଙ୍ଗଲ୍‍ ଓ୍ୱିଣ୍ଡୋ ବ୍ୟବସ୍ଥାରେ ଅନୁମୋଦନ ପ୍ରଦାନ କରିଛନ୍ତି। ଏହାଦ୍ୱାରା ରାଜ୍ୟର ୧୪ ଜିଲ୍ଲା ଉପକୃତ ହେବେ ଏବଂ ଏଠାରେ ୧୯ ହଜାର ୩୬୪ ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସମୁଦାୟ ୫୯୯୨.୯୨ କୋଟି ଟଙ୍କା ବିନିଯୋଗ ହେବ ବୋଲି କମ୍ପାନୀଗୁଡ଼ିକ ଦେିଥିବା ପ୍ରସ୍ତାବରୁ ସ୍

Advertisement
Single Window: ପ୍ରଥମ ଦଫାରେ ୨୬ ଶିଳ୍ପ ପାଇଁ ଅନୁମତି ଦେଲା ବିଜେପି ସରକାର, ୧୪ ଜିଲ୍ଲାରେ ୧୯ ହଜାର ନିଯୁକ୍ତି ସମ୍ଭାବନା
Stop
Prabhudatta Moharana|Updated: Jul 10, 2024, 09:57 PM IST
Single Window ଭୁବନେଶ୍ବର:  ମୋହନ ମାଝିଙ୍କ ସରକାର ପ୍ରଥମ ଦଫାରେ ୨୬ଟି ଶିଳ୍ପକୁ ସିଙ୍ଗଲ୍‍ ଓ୍ୱିଣ୍ଡୋ ବ୍ୟବସ୍ଥାରେ ଅନୁମୋଦନ ପ୍ରଦାନ କରିଛନ୍ତି। ଏହାଦ୍ୱାରା ରାଜ୍ୟର ୧୪ ଜିଲ୍ଲା ଉପକୃତ ହେବେ ଏବଂ ଏଠାରେ ୧୯ ହଜାର ୩୬୪ ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସମୁଦାୟ ୫୯୯୨.୯୨ କୋଟି ଟଙ୍କା ବିନିଯୋଗ ହେବ ବୋଲି କମ୍ପାନୀଗୁଡ଼ିକ ଦେିଥିବା ପ୍ରସ୍ତାବରୁ ସ୍ପଷ୍ଟ ହୋଇଛି। 
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ରାଜ୍ୟର ୧୩୦ତମ ସିଙ୍ଗଲ୍‍ ଓ୍ୱାଣ୍ଡୋ କମିଟି ବୈଠକ ବସିଥିଲା। ଏଥିରେ ଇସ୍ପାତ, ରାସାୟନିକ ପଦାର୍ଥ, ଅକ୍ଷୟ ଶକ୍ତି, ବୟନଶିଳ୍ପ, ଉତ୍ପାଦନ, ପ୍ୟାକେଜିଂ, ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି, ଭିତ୍ତିଭୂମି ଏବଂ ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇ ଆବେଦନଗୁଡ଼ିକୁ ଚର୍ଚ୍ଚା ମାଧ୍ୟମରେ ମଞ୍ଜୁର କରାଯାଇଥିଲା। ଏହି ପଦକ୍ଷେପ ଦ୍ୱାରା  ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ଝାରସୁଗୁଡ଼ା, ବୌଦ୍ଧ, କୋରାପୁଟ, ବାଲେଶ୍ୱର, କଟକ, ଭଦ୍ରକ ଓ ପୁରୀ ଆଦି ୧୪ଟି ଜିଲ୍ଲା ଉପକୃତ ହେବା ସମ୍ଭାବନା ରହିଛି। 
 
ଆସନ୍ତୁ ନଜର ପକାଇବା କେଉଁ ଜିଲ୍ଲାରେ କେଉଁ ପ୍ରକଳ୍ପ  ପ୍ରତିଷ୍ଠା ଲାଗି ସରକାର ଅନୁମତି ପ୍ରଦାନ କରିଛନ୍ତି: 
ମୟୂରଭଞ୍ଜରେ ଜିଏମ୍ ଆଇରନ୍ ଆଣ୍ଡ ଷ୍ଟିଲ୍ କମ୍ପାନୀ ଲିମିଟେଡର ୭୪୫ କୋଟି ଟଙ୍କା ବିନିଯୋଗରେ ୦.୨୩ ଏମ୍‍ଟିପିଏ କ୍ଷମତା ବିଶିଷ୍ଟ ସମନ୍ବିତ ଇସ୍ପାତ କାରଖାନା ସହ ୪୫ ମେଗାୱାଟର ସିପିପି ପ୍ରତିଷ୍ଠା କରିବ
ଶ୍ରୀ ଗଣେଶ ମେଟାଲିକ୍ସ ଲିମିଟେଡ୍ ୬୦୪.୯୯ କୋଟି ଟଙ୍କା ବ୍ୟୟରେ ସୁନ୍ଦରଗଡ଼ରେ ଇସ୍ପାତ କାରଖାନାକୁ ସମ୍ପ୍ରସାରଣ କରିବ
ଟାଇମ୍ସ ଷ୍ଟିଲ ଆଣ୍ଡ ପାୱାର ପ୍ରାଇଭେଟ୍ ଲିମିଟେଡ୍ ସୁନ୍ଦରଗଡ଼ରେ ୪୩୨.୫୦ କୋଟି ଟଙ୍କା ବିନିଯୋଗରେ ଲାଭଦାୟକ ପେଲେଟ୍, ଫେରୋ ଆଲଏଜ୍, ବିଲେଟ୍, ରୋଲିଂ ମିଲ୍ ସୁବିଧା ଏବଂ କାରଖାନା ସମ୍ପ୍ରସାରଣ
ଆର୍ଯ୍ୟାନ ଇସ୍ପାତ ଆଣ୍ଡ ପାୱାର ପ୍ରାଇଭେଟ ଲିମିଟେଡ ୩୨୩ କୋଟି ଟଙ୍କା ବ୍ୟୟରେ ସମ୍ବଲପୁରରେ ଏସଏମଏସ, ସିପିପି, ରୋଲିଂ ମିଲ ଏବଂ ଏମଏସ ପାଇପ ଉତ୍ପାଦନ ୟୁନିଟ ସ୍ଥାପନ, ପ୍ରକଳ୍ପକୁ ବୃଦ୍ଧି କରାଯିବ। ଏହାଦ୍ୱାରା ୧୫୦୦ ନିଯୁକ୍ତି ସୃଷ୍ଟି ହେବ। 
ଏସ୍ଏସ୍ଏବି ଏନର୍ଜି ଆଣ୍ଡ ମିନେରାଲ୍ସ ଲିମିଟେଡ୍ କେନ୍ଦୁଝରରେ ୨୧୨.୦୦ କୋଟି ଟଙ୍କା ବିନିଯୋଗରେ ପେଲେଟ୍ ପ୍ଲାଣ୍ଟ, ଏସ୍ଏମ୍ଏସ୍, ରୋଲିଂ ମିଲ୍ ଏବଂ ସିପିପି ସ୍ଥାପନ କରି ୧୧୦୭ ନିଯୁକ୍ତି ସୁଯୋଗ ପ୍ରଦାନ
ଭାସ୍କର ଷ୍ଟିଲ୍ ଓ ଫେରୋ ଆଲୟ ପ୍ରାଇଭେଟ୍ ଲିମିଟେଡ୍ (ୟୁନିଟ୍ ଅଫ୍ କେଏଆଇ ଷ୍ଟିଲ୍) ସୁନ୍ଦରଗଡ଼ରେ ୫୩୦ କୋଟି ଟଙ୍କା ବିନିଯୋଗରେ ୮୮୦ ନିଯୁକ୍ତି ସୁଯୋଗ ସୃଷ୍ଟି
ସମ୍ବଲପୁରର ଶ୍ୟାମଶକ୍ତି ମେଟାଲ୍ସ ପ୍ରାଇଭେଟ୍ ଲିମିଟେଡ୍ ରେଙ୍ଗାଲିରେ ୬୫୦ କୋଟି ଟଙ୍କା ବିନିଯୋଗରେ ଏକ ଢାଞ୍ଚାଗତ ଓ ପାଇପ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରି ୫୫୨ ନିଯୁକ୍ତି ସୃଷ୍ଟି 
କାବକନ୍ ଇଣ୍ଡିଆ ଲିମିଟେଡ୍ ୧୬୦.୦୦ କୋଟି ଟଙ୍କା ବ୍ୟୟରେ ସୁନ୍ଦରଗଡ଼ରେ ଆଲୁମିନିୟମ କଣ୍ଡକ୍ଟର, ତାର ରଡ୍ ଓ କେବୁଲ୍ ପାଇଁ ଏକ ଉତ୍ପାଦନ ୟୁନିଟ୍ ସ୍ଥାପନ କରି ୧୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ
ଶ୍ରେୟସ ଆଲୁମିନିୟମ ଆଣ୍ଡ ଆଲଏଜ୍ ପ୍ରାଇଭେଟ୍ ଲିମିଟେଡ୍ ଝାରସୁଗୁଡ଼ାରେ ୫୨ କୋଟି ଟଙ୍କା ବିନିଯୋଗରେ ଏକ ହାଇ ଗ୍ରେଡ୍ ଇଲେକ୍ଟ୍ରିକାଲ୍ ମ୍ୟାନେଜରିଂ ରଡ୍ ଏବଂ ଆଲୟ ରଡ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରି ୧୦୦ ନିଯୁକ୍ତି ସୃଷ୍ଟି କରିବ
ଏଟର୍ନିସ୍ ଫାଇନ୍ କେମିକାଲ୍ସ ଲିମିଟେଡ୍ ଗଞ୍ଜାମରେ ୩୦୦ କୋଟି ଟଙ୍କା ବିନିଯୋଗରେ ଏକ ପରଫ୍ୟୁମେରି ଉପାଦାନ ଉତ୍ପାଦନ ୟୁନିଟ୍ ସ୍ଥାପନ କରି ୪୦୦ ନିଯୁକ୍ତି ସୃଷ୍ଟି କରିବ
ଓଡ଼ିଶା କେମ୍ଟେକ୍ ପ୍ରାଇଭେଟ୍ ଲିମିଟେଡ୍ ଜଗତସିଂହପୁରରେ ଦୁଇଟି ପର୍ଯ୍ୟାୟରେ ୧୪୯.୪୫ କୋଟି ଟଙ୍କା ବିନିଯୋଗ କରି ଏକ ସ୍ୱତନ୍ତ୍ର ରାସାୟନିକ ଉତ୍ପାଦନ ୟୁନିଟ୍ ସ୍ଥାପନ କରି ୧୫୦ ନିଯୁକ୍ତି ସୃଷ୍ଟି
ଇଣ୍ଡିଆନ ଏକ୍ସପ୍ଲସିଭସ ପ୍ରାଇଭେଟ ଲିମିଟେଡ୍ ୫୪.୬୦ କୋଟି ଟଙ୍କା ବିନିଯୋଗରେ କେନ୍ଦୁଝରରେ ଏକ ବାଣିଜ୍ୟିକ ବିସ୍ଫୋରକ ଉତ୍ପାଦନ ୟୁନିଟ୍ ସ୍ଥାପନ କରି ୧୨୬ ନିଯୁକ୍ତି ସୃଷ୍ଟି
ଅକ୍ଷୟ ଶକ୍ତି କ୍ଷେତ୍ରରେ ଏନଭିରୋକେୟାର ଇନଫ୍ରାସୋଲ୍ୟୁସନ ପ୍ରାଇଭେଟ ଲିମିଟେଡ ବୌଦ୍ଧରେ ୩୫୧ କୋଟି ଟଙ୍କା ବିନିଯୋଗରେ ୧୦୦ ମେଗାୱାଟର ଏକ ଗ୍ରାଉଣ୍ଡ ମାଉଣ୍ଟେଡ୍ ସୋଲାର ଫଟୋଭୋଲଟାଇକ୍ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ସ୍ଥାପନ କରି ୬୦ ଟି ନିଯୁକ୍ତି ସୃଷ୍ଟି
ସୋଲିସ ସୋଲାର ପ୍ରାଇଭେଟ୍ ଲିମିଟେଡ୍ ୫୯.୫୦ କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧାରେ ସୋଲାର ମଡ୍ୟୁଲ୍ ପାଇଁ ଏକ ଉତ୍ପାଦନ କାରଖାନା ସ୍ଥାପନ କରି ୧୨୦ ନିଯୁକ୍ତି ସୃଷ୍ଟି
ବୟନ ଓ ପୋଷାକ କ୍ଷେତ୍ରରେ ଶ୍ରୀ ହରି ସ୍ପିନର୍ସ ପ୍ରାଇଭେଟ୍ ଲିମିଟେଡ୍ ସୁନ୍ଦରଗଡ଼ରେ ୧୨୯.୬୮ କୋଟି ଟଙ୍କା ବିନିଯୋଗରେ ଏକ କପା ସୂତା ସ୍ପିନିଂ ମିଲ୍ ୟୁନିଟ୍ ସ୍ଥାପନ କରି ୭୦୦ ନିଯୁକ୍ତି ସୃଷ୍ଟି
ଇଣ୍ଡିଆନ୍ ଷ୍ଟିଚ୍ସ୍ ପ୍ରାଇଭେଟ୍ ଲିମିଟେଡ୍ ୫୦.୫୫ କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧାରେ ଏକ ପୋଷାକ ଉତ୍ପାଦନ କାରଖାନା ସ୍ଥାପନ କରି ୧୦୨୮ ନିଯୁକ୍ତି ସୃଷ୍ଟି
ଋଷିଲ ଡେକୋର ଲିମିଟେଡ କୋରାପୁଟରେ ୫୦୪ କୋଟି ଟଙ୍କା ବିନିଯୋଗରେ ଏକ ଏମଡିଏଫ ଏବଂ ପ୍ରି-ଲେମିନେଟେଡ୍ ଏମଡିଏଫ ଉତ୍ପାଦନ ୟୁନିଟ୍ ସ୍ଥାପନ କରି ୨୮୫ ନିଯୁକ୍ତି ସୃଷ୍ଟି
ପ୍ରତାପ ସିନ୍ଥେଟିକ୍ସ ଲିମିଟେଡ୍ ବାଲେଶ୍ୱରରେ ୧୦୨.୫୦ କୋଟି ଟଙ୍କା ବିନିଯୋଗରେ ପିପି ବୁଣା ବ୍ୟାଗ୍, ଲେମିନେଟେଡ୍ ବ୍ୟାଗ୍, ବ୍ଲକ୍ ବଟମ୍ ବ୍ୟାଗ୍ ଏବଂ ଏଫ୍ ଆଇବିସି ପାଇଁ ଏକ ଉତ୍ପାଦନ ୟୁନିଟ୍ ସ୍ଥାପନ କରି ୫୫୦ ନିଯୁକ୍ତି ସୃଷ୍ଟି
ପ୍ଲାଷ୍ଟିକ ଓ ପ୍ୟାକେଜିଂ କ୍ଷେତ୍ରରେ ଏସଜିବିଏଲ୍ ଇନଫୋସିଷ୍ଟମସ୍ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାରେ ୬୦.୦୩ କୋଟି ଟଙ୍କା ବିନିଯୋଗରେ ଏକ ଫୁଡ୍ ଗ୍ରେଡ୍ ଆସେପ୍ଟିକ୍ ପ୍ୟାକେଜିଂ (ଟେଟ୍ରାପ୍ୟାକ୍) ଉତ୍ପାଦନ ୟୁନିଟ୍ ସ୍ଥାପନ କରି ୧୦୪ ନିଯୁକ୍ତି ସୃଷ୍ଟି ୨୦) ଇଷ୍ଟ ଇଣ୍ଡିଆ ପ୍ୟାକେଜିଂ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାରେ ୫୧.୦୦ କୋଟି ଟଙ୍କା ବିନିଯୋଗରେ କାର୍ଟନ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରି ୧୫୦ ନିଯୁକ୍ତି ସୃଷ୍ଟି
କେଏସବି ପ୍ୟାକେଜିଂ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ ୫୩.୫୧ କୋଟି ଟଙ୍କା ବିନିଯୋଗରେ କଟକରେ ଟେଟ୍ରାପାକ୍ କଣ୍ଟେନର ଉତ୍ପାଦନ ୟୁନିଟ୍ ସ୍ଥାପନ
ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ନନ୍ଦରାଜ ଆଗ୍ରୋଟେକ୍ ପ୍ରାଇଭେଟ୍ ଲିମିଟେଡ୍ ୯୨.୬୦ କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧାରେ ମସଲା ଉତ୍ପାଦନ ୟୁନିଟ୍ ସ୍ଥାପନ କରି ୮୮୨ ନିଯୁକ୍ତି ସୃଷ୍ଟି
ଡିଏନ୍ ସି ସେଲ୍ ପ୍ରାଇଭେଟ୍ ଲିମିଟେଡ୍ ୫୦.୪୩ କୋଟି ଟଙ୍କା ବିନିଯୋଗରେ ଭଦ୍ରକରେ ଏକ ସ୍ୱୟଂଚାଳିତ ଆଧୁନିକ ରାଇସ୍ ମିଲ୍ ପ୍ରତିଷ୍ଠା କରି ୯୮ ନିଯୁକ୍ତି ସୃଷ୍ଟି
ଆଇଟି ଓ ଭିତ୍ତିଭୂମି କ୍ଷେତ୍ରରେ ପଣ୍ଡା ଇଷ୍ଟେଟ୍ ଖୋର୍ଦ୍ଧାରେ ୧୧୨.୮୦ କୋଟି ଟଙ୍କା ବିନିଯୋଗରେ ଆଇଟି ଭିତ୍ତିଭୂମିର ବିକାଶ କରି ୪,୫୦୦ ନିଯୁକ୍ତି ସୃଷ୍ଟି
ଶୈଳବାଳା ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ୍ ଲିମିଟେଡ୍ ୭୩.୨୦ କୋଟି ଟଙ୍କା ବିନିଯୋଗରେ ପୁରୀରେ ଏକ ରିସୋର୍ଟ ପ୍ରତିଷ୍ଠା କରି ୧୬୫ ନିଯୁକ୍ତି ସୁଯୋଗ ସୃଷ୍ଟି
ଗୋଦାବରୀ କମୋଡିଟିଜ୍ ଲିମିଟେଡ୍ ୮୮.୫୮ କୋଟି ଟଙ୍କା ବିନିଯୋଗରେ ସୁନ୍ଦରଗଡ଼ରେ ୩ ଏମ୍ଟିପିଏ କୋଇଲା ଧୋଇବା ପ୍ରକଳ୍ପ ସ୍ଥାପନ କରି ୧୩୦ ଜଣ ନିଯୁକ୍ତି ସୁଯୋଗ ସୃଷ୍ଟି
Read More
{}{}