Hindi News >>Home >>Odisha State

ବଢିବ କି ଛୁଟି? ଏହିସବୁ ଜିଲ୍ଲାରେ ସକାଳୁଆ ସ୍କୁଲ ନେଇ ଜିଲ୍ଲାପାଳ ନେବେ ନିଷ୍ପତି…

Summer Vacation Extended: ଦିନ ୯ଟା ପରେ ଘରୁ ବାହାରିବା ମୁସ୍କକିଲ ହୋଇପଡୁଛି । ଖାଲି ଏତିକି ନୁହେଁ, ଦିନ ୧୨ଟା ବେଳକୁ ରାସ୍ତାଘାଟ ମଧ୍ଯ ଶୂନଶାନ୍ ହୋଇପଡୁଛି । ଅତି ଜରୁରୀ ନ ହେଲେ ଲୋକେ ଘରୁ ବାହାରିବା କଥା ଚିନ୍ତା ମଧ୍ୟ କରୁନାହାନ୍ତି । ତେବେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସରକାର ପିଲାଙ୍କ ଖରା ଛୁଟି ଅବଧିକୁ ବଢାଇଥିଲେ ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Jun 20, 2023, 08:45 AM IST

Summer Vacation Extended: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ (Heat Wave) । ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଓ ଟାଣ ଖରାରେ ଛଟପଟ ହେଉଛନ୍ତି ଲୋକେ । ଗତ କିଛି ଦିନ ହେବ ରାଜ୍ୟରେ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଡ଼ହଡ଼ହ ଖରାରେ ସନ୍ତୁଳି ହେଉଛି ସାରା ଓଡିଶା । ଅସହ୍ୟ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ସ୍ଥିତି ଏମିତି ହେଉଛି ଯେ, ଦିନ ୯ଟା ପରେ ଘରୁ ବାହାରିବା ମୁସ୍କକିଲ ହୋଇପଡୁଛି । ଖାଲି ଏତିକି ନୁହେଁ, ଦିନ ୧୨ଟା ବେଳକୁ ରାସ୍ତାଘାଟ ମଧ୍ଯ ଶୂନଶାନ୍ ହୋଇପଡୁଛି । ଅତି ଜରୁରୀ ନ ହେଲେ ଲୋକେ ଘରୁ ବାହାରିବା କଥା ଚିନ୍ତା ମଧ୍ୟ କରୁନାହାନ୍ତି । ତେବେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସରକାର ପିଲାଙ୍କ ଖରା ଛୁଟି ଅବଧିକୁ ବଢାଇଥିଲେ ।

ସୂଚନା ଅନୁଯାୟୀ, ନିକଟରେ ପ୍ରଚଣ୍ତ ରୌଦ୍ରତାପ ଲାଗି ସରକାର ଖରା ଛୁଟି ଅବଧିକୁ (Summer Vacation Extended) ଦୁଇ ଦିନ ବଢାଇଥିଲେ । ଫଳରେ ଆସନ୍ତା ୧୯ ତାରିଖ ପରିବର୍ତ୍ତେ ଜୁନ୍ ୨୧ ତାରିଖରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଖୋଲିବ ବୋଲି ଗଣଶିକ୍ଷା ବିଭାଗ (school and mass education department odisha) ପକ୍ଷରୁ ନିର୍ଦ୍ଦେଶନାମା ଦିଆଯାଇଥିଲା । କିନ୍ତୁ କିଛି ଜିଲ୍ଲାରେ ଜିଲ୍ଲାପାଳମାନେ ଗ୍ରୀଷ୍ମ ପ୍ରବାହ ଉପରେ ନଜର ରଖିଛନ୍ତି । ଆଗାମୀ ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, ଅନୁଗୁଳ, ସୋନପୁର, ବଲାଙ୍ଗୀର ଓ ଝାରସୁଗୁଡ଼ା ଆଦି ଜିଲ୍ଲାରେ ସକାଳୁଆ ସ୍କୁଲ କିମ୍ବା ଛୁଟି ଘୋଷଣା କରିପାରନ୍ତି ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି । ସେପଟେ ଡ଼ହଡ଼ହ ଖରାରେ ଭାଜି ହେଉଥିବା ରାଜ୍ୟବାସୀଙ୍କୁ ଖୁବଶୀଘ୍ର ମିଳିବ ଆଶ୍ବସ୍ତି ।

 

ଆଉ ମାତ୍ର ୨ରୁ ୩ ଦିନ ମଧ୍ଯରେ ମୌସୁମୀ (Monsoon) ଓଡ଼ିଶା ଛୁଇଁପାରେ ବୋଲି ପାଣିପାଗ ବିଭାଗ (Bhubaneswar Meteorological Department)  ପକ୍ଷରୁ ଆକଳନ କରାଯାଇଛି । ଆଗମୀ ୨୧ ତାରିଖରେ ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ  ହେବ । ୨୨ ତାରିଖ ବେଳକୁ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ପୂର୍ବାନୁମାନ କରିଛି । ସେପଟେ ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ମୌସୁମୀ ପ୍ରବେଶ କରିଥିବା ବେଳେ ରାଜ୍ୟରେ ଏଥିଲାଗି ପାଗ ଅନୁକୂଳ ହେଉଛି ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି । ତେବେ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ବାଭାବିକ ରହିପାରେ ।

ଏହା ବି ପଢନ୍ତୁ-Rathayatra 2023: ରତ୍ନବେଦୀରୁ ରଥକୁ ଆସିବେ ଶ୍ରୀଜୀଉ: ଅପେକ୍ଷାରତ, ରଥ, ପଥ, ଭକ୍ତ

ଏହା ବି ପଢନ୍ତୁ-Amarnath Yatra 2023: ଅମରନାଥ ତୀର୍ଥଯାତ୍ରୀଙ୍କ ପାଇଁ ଆସିଲା ବଡ଼ ଖବର, ଜାମୁ ଠାରେ ଉପଲବ୍ଧ ହେବ ଏହି ବିଶେଷ ସୁବିଧା

ସେପଟେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ଆଜିଠୁ ତାପମାତ୍ରା କମିଥିଲେ ମଧ୍ଯ ପଶ୍ଚିମ ଓଡ଼ିଶାରେ ସ୍ଥିତିରେ ସେତେଟା ସୁଧାର ଆସିବ ନାହିଁ । ସୋମବାର ଦିନ ରାଜ୍ୟର କିଛି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଥିଲା । ସୁନ୍ଦରଗଡ଼ରେ ୪୪.୦୮, ଝାରସୁଗୁଡ଼ା ୪୧.୦୬, ରାଉରକେଲା ୪୦.୦୮, ସମ୍ବଲପୁରରେ ୪୦.୦୫, ଟିଟଲାଗଡ଼ ୪୦.୦୫ ଓ ଯାଜପୁର ୪୦.୦୫, ହିରାକୁଦରେ ୪୧.୦୧ ଡ଼ିଗ୍ରୀ ସେଲସିୟମ ତାପମାତ୍ରା ରହିଥିଲା ।

 

ଏହା ବି ପଢନ୍ତୁ-Vande Bharat Express: ଖୁବଶୀଘ୍ର ଏହି ୫ଟି ରୁଟରେ ଦୌଡ଼ିବ ବନ୍ଦେ ଭାରତ, ଜାଣନ୍ତୁ କେବେ?

ଏହା ବି ପଢନ୍ତୁ-Ration Card: ଆଉ ମିଳିବନି ମାଗଣା ରାସନ: ୨ କୋଟି କାର୍ଡ ବାତିଲ୍ !

 

 

 

 

 

 

 

 

 

 

 

Read More
{}{}