Hindi News >>Home >>Odisha State

Heat Wave Alert: ହିଟ୍ ଓ୍ବେଭ୍ ପାଇଁ ଏହି ଜିଲ୍ଲାରେ ବଦଳିଲା ସ୍କୁଲ୍ ସମୟ

Heat Wave: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଦିନ ୧୦ଟା ପରେ ଘରୁ ପଦାକୁ ବାହାରିବା ମୁସ୍କିଲ୍ ହୋଇପଡୁଛି । ଆଉ  ଟାଣ ଖରା ଯୋଗୁଁ ଦିନ ୧୨ ପରେ ରାସ୍ତା ଘାଟ ବି ଶୂନଶାନ୍ ହୋଇପଡୁଛି। ଟାଣ ଖରାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଗତ କିଛି ଦିନ ତଳେ ଅଙ୍ଗନବାଡି ଓ ସ୍କୁଲ୍ ଗୁଡିକ ସକାଳୁଆ କରିବା ପାଇଁ ଘୋଷଣା କରିଥିଲେ। 

Advertisement
ସୌଜନ୍ୟ-ସୋସିଆଲ୍ ମିଡିଆ
Stop
Zee Odisha Desk|Updated: Apr 04, 2024, 10:20 AM IST

Heat Wave: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଦିନ ୧୦ଟା ପରେ ଘରୁ ପଦାକୁ ବାହାରିବା ମୁସ୍କିଲ୍ ହୋଇପଡୁଛି । ଆଉ  ଟାଣ ଖରା ଯୋଗୁଁ ଦିନ ୧୨ ପରେ ରାସ୍ତା ଘାଟ ବି ଶୂନଶାନ୍ ହୋଇପଡୁଛି। ଟାଣ ଖରାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଗତ କିଛି ଦିନ ତଳେ ଅଙ୍ଗନବାଡି ଓ ସ୍କୁଲ୍ ଗୁଡିକ ସକାଳୁଆ କରିବା ପାଇଁ ଘୋଷଣା କରିଥିଲେ। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ଏପ୍ରିଲ୍ ୨ ତାରିଖ ଠାରୁ ରାଜ୍ୟରେ ସକାଳୁଆ ପାଠ ପଢା ସ୍କୁଲ୍ ଗୁଡିକରେ ମଧ୍ୟ ଆରମ୍ଭ ହୋଇଛି । କିନ୍ତୁ ଗ୍ରୀଷ୍ମ ପ୍ରବାହ ସମ୍ବଲପୁର ଜିଲ୍ଲାରେ ଅଧିକ ଅନୁଭୂତ ହେବାରୁ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ଗୁଡିକ ସକାଳ ୬ରୁ  ୧୦ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି, ଶ୍ରମିକ ମାନେ ମଧ୍ୟ ଦିନ ୧୧ରୁ ୩ଟା ପର୍ଯ୍ୟନ୍ତ ଟାଣ ଖରାରେ କାମ କରିପାରିବେ ନାହିଁ ବୋଲି କଟକଣା ଲଗାଇଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । 

ALSO READ: Entertainment News: ପୁଣି କଳା ଜଗତରୁ ଆସିଲା ଦୁଃଖଦ ଖବର, ଆଖିବୁଜିଲେ ଆଉ ଜଣେ ଲୋକପ୍ରିୟ ଅଭିନେତା

ଏନେଇ ସହରର ସମସ୍ତ ଛକ ଗୁଡୁକରେ ଜଳଛତ୍ର ଖୋଲିବା ସହ ପାନୀୟ ଜଳ ସମସ୍ୟା ଥିବା ଅଂଚଳରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇବାକୁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି। ଏହାସହ ଜିଲ୍ଲାରେ ଥିବା ସମସ୍ତ ଅଂଶୁଘାତ ଓ୍ବାର୍ଡକୁ ଖୋଲିବା ସହ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ବି ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଏବେ ଉପର ମୁହାଁ ରହିଛି ପାରଦ। ବୁଧବାର ଦିନ ରାଜ୍ୟର ୧୦ ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଛି। ୪୧.୮ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ମାଲକାନଗିରି ୪୧.୬, ଟିଟିଲାଗଡ ଓ ବଲାଙ୍ଗୀର ୪୧.୫,  ଅନୁଗୁଳୁ ୪୧.୩,  ଭବାନୀପାଟଣା  ୪୧, ଝାରସୁଗୁଡା ୪୦.୮, ନୟାଗଡ଼୪୦.୬, ସମ୍ବଲପୁର  ତାଳଚେରର ଦିନ ତାପମାତ୍ରା ୪୦.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ୪ ଦିନ ଏବେ ଆଭ୍ୟନ୍ତରୀଣ ଓଡି଼ଶାର ପାରଦ ୩୯ରୁ ୪୧ ଡିଗ୍ରୀ  ଓ ଉପକୂଳ ଓଡି଼ଶାରେ  ଦିନ ତାପମାତ୍ରା ୩୭.୩୯ ଡିଗ୍ରୀ ମଧ୍ୟରେ ରହିବା ନେଇ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।  

Read More
{}{}