Hindi News >>Home >>Odisha State

Women Reservation Bill: ମହିଳା ସଂରକ୍ଷଣ ବିଧେୟକ ସମ୍ପର୍କରେ ବିଜେଡିରୁ କହିବେ ସର୍ମିଷ୍ଠା ଓ ରାଜଶ୍ରୀ, କଂଗ୍ରେସ କଲା ସମର୍ଥନ

Women Reservation Bill: ସର୍ମିଷ୍ଠା ସେଠୀ ହେଉଛନ୍ତି ଯାଜପୁରର ସାଂସଦ ଏବଂ ଜଗତସିଂହପୁରର ସାଂସଦ ଭାବେ ରାଜଶ୍ରୀ ମଲ୍ଲିକ ସଂସଦରେ ପ୍ରତିନିଧିତ୍ୱ କରୁଛନ୍ତି। ଆଜି ପୂର୍ବାହ୍ଣରେ ଆଲୋଚନା ଆରମ୍ଭ କରି ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ୱାଲ୍‍ ମହିଳା ଆରକ୍ଷଣ ବିଲ୍‍ ସଂସଦରେ କେବେ କେମିତି ଉପସ୍ଥାପନ କରାଯାଇଥିଲା ଏବଂ ତାହା କିପରି ସମ୍ପୂର୍ଣ୍ଣତା ଲାଭ କରିପାରି ନଥିଲା ତାହା ବର୍ଣ୍ଣନା କରିଥିଲେ।

Advertisement
Women Reservation Bill: ମହିଳା ସଂରକ୍ଷଣ ବିଧେୟକ ସମ୍ପର୍କରେ ବିଜେଡିରୁ କହିବେ ସର୍ମିଷ୍ଠା ଓ ରାଜଶ୍ରୀ, କଂଗ୍ରେସ କଲା ସମର୍ଥନ
Stop
Zee Odisha Desk|Updated: Sep 20, 2023, 01:13 PM IST

Women Reservation Bill: ଭୁବନେଶ୍ୱର: ଲୋକସଭାରେ ବିଜେଡଇ ସାଂସଦ ସର୍ମିଷ୍ଠା ସେଠୀ ଏବଂ ରାଜଶ୍ରୀ ମଲ୍ଲିକ ଆଜି ମହିଳା ଆରକ୍ଷଣ ବିଲ୍‍ ସମ୍ପର୍କରେ ନିଜର ମତ ରଖିବେ। ଅମୃତକାଳରେ ଭାରତକୁ ନୂଆ ଦିଗ ଦେବା ଲାଗି ଉଦ୍ଦିଷ୍ଟ ଲାଗି ବିଜେପି ନେତୃତ୍ୱାଧୀନ ସରକାର ଗତକାଲି ଏହି ବିଧେୟକ ଉପସ୍ଥାପନ କରିଥିଲେ। ଏହାପରେ ଆଲୋଚନା ଆରମ୍ଭ ହୋଇଥିଲା। ଆଜି ବିଜେଡି ପକ୍ଷରୁ ନିଜର ମନ୍ତବ୍ୟ ରଖିବା ଲାଗି ଲୋକସଭାରେ ସମୟ ମିଳିବା ସମ୍ଭାବନା ରହିଛି। 

ସର୍ମିଷ୍ଠା ସେଠୀ ହେଉଛନ୍ତି ଯାଜପୁରର ସାଂସଦ ଏବଂ ଜଗତସିଂହପୁରର ସାଂସଦ ଭାବେ ରାଜଶ୍ରୀ ମଲ୍ଲିକ ସଂସଦରେ ପ୍ରତିନିଧିତ୍ୱ କରୁଛନ୍ତି। ଆଜି ପୂର୍ବାହ୍ଣରେ ଆଲୋଚନା ଆରମ୍ଭ କରି ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ୱାଲ୍‍ ମହିଳା ଆରକ୍ଷଣ ବିଲ୍‍ ସଂସଦରେ କେବେ କେମିତି ଉପସ୍ଥାପନ କରାଯାଇଥିଲା ଏବଂ ତାହା କିପରି ସମ୍ପୂର୍ଣ୍ଣତା ଲାଭ କରିପାରି ନଥିଲା ତାହା ବର୍ଣ୍ଣନା କରିଥିଲେ। ପୂର୍ବରୁ ଉପସ୍ଥାପିତ ହୋଇଥିବା ସମସ୍ତ ବିଲ୍‍ ଆଇନ ଅନୁସାରେ ଖାରଜ ହୋଇଛି ଏବଂ ଏହା ନୂତନ ବିଲ୍‍ ହୋଇଥିବାରୁ ଏହାକୁ ପାରିତ କରିବାକୁ ଶ୍ରୀ ମେଘଓ୍ୱାଲ୍‍ ସାଂସଦମାନଙ୍କୁ ଅନୁରୋଧ କରିଥିଲେ। 

ଏହାପରେ ରାୟବରେଲିରୁ କଂଗ୍ରେସ ସାଂସଦ ସୋନିଆ ଗାନ୍ଧି ପ୍ରଥମ ବକ୍ତା ଭାବେ ଏହି ବିଧେୟକକୁ ସମର୍ଥନ କରି ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏହି ବିଲ୍‍ ପାରିତ ହେବା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ସ୍ୱପ୍ନ ପୂରଣ ହେବ ବୋଲି କହିଥିଲେ। ଏହି ବିଲ୍‍କୁ ନେଇ ସେ ଖୁସି ସହ ଉଦବେଗ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ଏତେଦିନ ହେଲା ମହିଳାମାନେ ଏହି ଅଧିକାର ପାଇବା ପାଇଁ ଅପେକ୍ଷା କରିଛନ୍ତି। କିନ୍ତୁ ଏହି ବିଲରେ ଆହୁରି ଅନେକ ବର୍ଷ ଅପେକ୍ଷା କରିବାକୁ କୁହାଯାଇଛି। ଯାହାକୁ କଂଗ୍ରେସ ବିରୋଧ କରୁଛି। ଏହା ଭାରତୀୟ ମହିଳାଙ୍କ ପାଇଁ ଘୋର ଅନ୍ୟାୟ ବୋଲି ସେ କହିଥିଲା। ଏଥିପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ସେ ଦାବି କରିଥିଲେ। 
 
ସଂସଦ ଓ ରାଜ୍ୟ ବିଧାନସଭାଗୁଡ଼ିକରେ ସମୁଦାୟ ଆସନର ୩୩% ଆସନକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବା ଉଦ୍ଦେଶ୍ୟରେ ସଂସଦରେ  ଆଲୋଚନା ପାଇଁ ଏହି ବିଲ୍‍ ଉପସ୍ଥାପିତ ହୋଇଛି। ଏହାର ନାଁ ରହିଛି ‘ନାରୀଶକ୍ତି ବନ୍ଦନ ଅଧିନିୟମ’। ନୂଆ ସଂସଦ ଭବନର ପ୍ରଥମ ବିଧେୟକ ଭାବେ ଏହାକୁ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ୱାଲ୍‍ ଉପସ୍ଥାପନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ସର୍ବଦଳ ସହମତିରେ ପାରିତ କରିବା ପାଇଁ ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରିଛନ୍ତି। ଚଳିତ ଅଧିବେଶନରେ ଏହି ବିଧେୟକ ପାରିତ ହେବାର ସମ୍ଭାବନା ରହିଛି କନ୍ତୁ ନୂଆ ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣ ଓ ଜନଗଣନା ପରେ ଯାଇ ଏହାକୁ ଲାଗୁ କରାଯିବ ବୋଲି ବ୍ୟବସ୍ଥା ରହିଛି ଯାହାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ସମାଲୋଚନା କରିଛି। ଏହି ବିଲ୍‍ ଆଇନରେ ପରିଣତ ହୋଇ ଲାଗୁ କରାଗଲେ ସଂସଦରେ ମହିଳାଙ୍କ ସଂଖ୍ୟା ୧୮୧ରେ ପହଞ୍ଚିବ। ୧୫ ବର୍ଷ ଲାଗି ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ। ପ୍ରତି ସୀମା ନିର୍ଦ୍ଧାରଣ ସମୟରେ ଏହି ଆରକ୍ଷଣ ବ୍ୟବସ୍ଥା ବଦଳିବ। ଆଜି ଏହି ବିଲ୍‍ ସମ୍ବିଧାନର ୧୨୮ ତମ ସଂଶୋଧନ ବିଧେୟକଭାବେ ଗ୍ରହଣ ପାଇଁ ଉପସ୍ଥାପନ କରାଯିବ। 

ଯେହେତୁ ରାଜ୍ୟମାନଙ୍କ ଅଧିକାର ଏଥିରେ ରହିଛି, ଏହି ବିଲ୍‍ ପାରିତ କରିବା ଲାଗି ଅତିକମରେ ୫୦ ପ୍ରତିଶତ ରାଜ୍ୟ ସେମାନଙ୍କ ବିଧାନସଭାରେ ଏହାକୁ ଗୃହୀତ କରିବା ଆବଶ୍ୟକ। ଆମ ରାଜ୍ୟ ସରକାର ଏ ଦିଗରେ ଅନେକ ଥର ଦାବି କରି ଆସିଛନ୍ତି ଏବଂ ରାଜ୍ୟର ପଞ୍ଚାୟତିରାଜ ବ୍ୟବସ୍ଥାରେ ୫୦ ପ୍ରତିଶତ ଆସନ ମହିଳା ପ୍ରତିନିଧିଙ୍କ ଲାଗି ସଂରକ୍ଷିତ ରହି ଆସିଛି। ଯଦି କେନ୍ଦ୍ରରେ ଏହି ମହିଳା ଆରକ୍ଷଣ ବିଲ୍‍ ଲାଗୁ ହୁଏ ତେବେ ରାଜ୍ୟର ୨୧ରୁ ୭ ଲୋକସଭା ଆସନ ଏବଂ ୧୪୭ରୁ ୪୮ ବିଧାନସଭା ଆସନ ମହିଳା ପ୍ରତିନିଧିଙ୍କ ଲାଗି ସଂରକ୍ଷିତ ରହିବ। ବିଜେଡି ପକ୍ଷରୁ ଗତ ଲୋକସଭା ନିର୍ବାଚନ ବେଳେ ୩୩% ଟିକଟ ମହିଳାଙ୍କୁ ପ୍ରଦାନ କରାଯାଇଥିଲା।

Read More
{}{}