Hindi News >>Home >>Odisha State

Sambalpur Accident News ନିର୍ମାଣଧୀନ ପୋଲରୁ ଖସିଲା ବୋଲେରୋ, ଦୁଇ ମୃତ

ଘଟଣାଟି ବିଳମ୍ବିତ ରାତିରେ ଘଟିଥବା ବେଳେ ଘଟଣାସ୍ଥଳକୁ ଯୁଯୁମୁରା ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଛି। ଯୁଯୁମୁରା ଝାଙ୍କରପାଲି ନିକଟ ୫୫ ନମ୍ଵର ଜାତୀୟ ରାଜପଥରେ ଏଭଳି ଦୁର୍ଘଟଣା ହୋଇଛି । ତେବେ ଏମାନେ ଛତିଶଗଡରୁ ପୁରୀ ଯାଉଥିଲେ ବୋଲି ସୂଚନା ମିଳିଛି।

Advertisement
Sambalpur Accident News ନିର୍ମାଣଧୀନ ପୋଲରୁ ଖସିଲା ବୋଲେରୋ, ଦୁଇ ମୃତ
Stop
Prabhudatta Moharana|Updated: Jun 03, 2024, 08:50 AM IST

Sambalpur Accident News ସମ୍ବଲପୁର: ଅଧାରେ ରହିଗଲା ଜଗା ଦର୍ଶନ। ପୁରୀକୁ ଆସୁଥିବା ବେଳେ ଏକ ତୀର୍ଥ ଯାତ୍ରୀ ବୋଲେରୋ ସମ୍ବଲପୁର ନିକଟରେ ଦୁର୍ଘଟଣାର ସମ୍ମୁଖିନ ହୋଇଛି। ଏହି ଦୁର୍ଘଟଣାଟି ସମ୍ବଲପୁର ଝାଙ୍କରପାଲି ନିକଟ ୫୫ ନମ୍ବର ଜାତୀୟ ରାଜପଥ ଖଏରାପଡ଼ାରେ ନିକଟରେ ଘଟିଥିବା ଖବର ମିଳିଛି। ଜାତୀୟ ରାଜପଥରେ ହାତୀ କରିଡର ପାଇଁ ଅର୍ଦ୍ଧନିର୍ମିତ ଫ୍ଲାଏଓଭର ଉପରୁ ଖସିପଡିଲା ତୀର୍ଥ ଯାତ୍ରୀ ବୋଲେରୋ। ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଭାବେ ଆହତ ହୋଇଥିବା ନେଇ ସୂଚନା ରହିଛି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଛି। 

ଛତିଶଗଡ଼ରୁ ପୁରୀ ଆସୁଥିବା ଏହି ବୋଲେରୋଟି ୪୦ ରୁ ୫୦ ଫୁଟ ଉପରୁ ତଳକୁ ଖସି ପଡ଼ିଥିଲା। ଘଟଣାଟି ବିଳମ୍ବିତ ରାତିରେ ଘଟିଥବା ବେଳେ ଘଟଣାସ୍ଥଳକୁ ଯୁଯୁମୁରା ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଛି। ଯୁଯୁମୁରା ଝାଙ୍କରପାଲି ନିକଟ ୫୫ ନମ୍ଵର ଜାତୀୟ ରାଜପଥରେ ଏଭଳି ଦୁର୍ଘଟଣା ହୋଇଛି । ତେବେ ଏମାନେ ଛତିଶଗଡରୁ ପୁରୀ ଯାଉଥିଲେ ବୋଲି ସୂଚନା ମିଳିଛି।

Read More
{}{}