Hindi News >>Home >>Odisha State

Sambalpur: ଚତୁର୍ଥ ହୀରାଖଣ୍ଡ ନାଟ୍ୟ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ‘ଲୁହର ରଙ୍ଗ’ ନାଟକ ମଞ୍ଚସ୍ଥ

Sambalpur: ସମ୍ବଲପୁର ବିଶ୍ଵବିଦ୍ୟାଳୟର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟଠାରେ ଶନିବାର ଚତୁର୍ଥ ହୀରାଖଣ୍ଡ ନାଟ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଦେବଗଡରୁ ଆସିଥିବା ଜାଗରଣ ଆର୍ଟ ଇଣ୍ଟନ୍ୟାସନାଲ ନାଟକ ଅନୁଷ୍ଠାନ ପକ୍ଷରୁ ଓଡିଆ ନାଟକ ‘ଲୁହର ରଙ୍ଗ’ ପରିବେଷଣ କରାଯାଇଥିଲା  ।

Advertisement
Sambalpur: ଚତୁର୍ଥ ହୀରାଖଣ୍ଡ ନାଟ୍ୟ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ‘ଲୁହର ରଙ୍ଗ’ ନାଟକ ମଞ୍ଚସ୍ଥ
Stop
Ajay Kumar Nath|Updated: Mar 10, 2024, 11:29 AM IST

Sambalpur: ସମ୍ବଲପୁର ବିଶ୍ଵବିଦ୍ୟାଳୟର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟଠାରେ ଶନିବାର ଚତୁର୍ଥ ହୀରାଖଣ୍ଡ ନାଟ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଚତୁର୍ଥ ହୀରାଖଣ୍ଡ ନାଟ୍ୟ ମହୋତ୍ସବର ତୃତୀୟ ସଂଧ୍ୟାରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର କୂଳସଚିବ ଡଃ. ନୃପରାଜ ସାହୁ ମୁଖ୍ୟ ଅତିଥି ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଭୀମଭୋଇ ଚେୟାର ପ୍ରଫେସର ପ୍ରଦୀପ କୁମାର ପଣ୍ଡା ଯୋଗ ଦେଇଥିଲେ । ଦେବଗଡରୁ ଆସିଥିବା ଜାଗରଣ ଆର୍ଟ ଇଣ୍ଟନ୍ୟାସନାଲ ନାଟକ ଅନୁଷ୍ଠାନ ପକ୍ଷରୁ ଓଡିଆ ନାଟକ ‘ଲୁହର ରଙ୍ଗ’ ପରିବେଷଣ କରାଯାଇଥିଲା  ।

ଅଶୋକ ବହିଦାରଙ୍କର ଲିଖିତ ଓ ସୁଜିତ ପାତ୍ରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ନାଟକଟି ନାରୀ ଜୀବନର ଘାତ ପ୍ରତିଘାତ ଉପରେ ଆଧାରିତ । ଏହି କାର୍ଯ୍ୟକ୍ରମକୁ ଅଦୃଶ୍ୟ ନାଟ୍ୟ ଆଶ୍ରମର ନିର୍ଦ୍ଦେଶକ ଅତିଶ କୁମାର ଶତପଥୀ ସଂଯୋଜନା କରିଥିଲେ । ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଭୀମଭୋଇ ଚେୟାର ପର୍ସନ ପ୍ରଫେସର ଦୀପକ କୁମାର ପଣ୍ଡା ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ନାଟକ ଶେଷରେ ଟକ୍ ଉଇଥ୍ ଡାଇରେକ୍ଟର ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଛାତ୍ରଛାତ୍ରୀ ଓ ନିର୍ଦ୍ଦେଶକଙ୍କ ମଧ୍ୟରେ ‘ମୁଁ ନାଟକ କାହିଁକି କରିବି’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ହୋଇଥିଲା ।

ଏହା ବି ପଢନ୍ତୁ- Nandankanan: ଏଣିକି ରାତିରେ ବି ଖୋଲିବ ନନ୍ଦନକାନନ! ଜାଣନ୍ତୁ କେତେ ରହିଛି ଟିକେଟ୍ ମୂଲ୍ୟ

ଏହି କାର୍ଯ୍ୟକ୍ରମ ଅବସରରେ ନରେନ୍ଦ୍ର ବେହେରା, ଶୁଭମ ମେହେର, ଆଦିତ୍ୟ ସାହା, ପଙ୍କଜିନୀ ମେହେର, ସୁମିତ୍ରା ମହାକୁର, ଆକାଂକ୍ଷା ଡନସେନା, ଘନଶ୍ୟାମ ମେହେର, ସଂକେତ କୁମାର, ରାହୁଲ ଗୁପ୍ତା, ରାହୁଲ ମହାନନ୍ଦ ସହଯୋଗ କରିଥିଲେ । ଶେଷର ପ୍ରଦର୍ଶନ କଳା ବିଭାଗର ଅଧ୍ୟାପକ ଅରବିନ୍ଦ ପଣ୍ଡା ଉପସ୍ଥିତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Read More
{}{}