Hindi News >>Home >>Odisha State

Sahijat Lankapodi: ଶ୍ରୀରାମ ନବମୀରୁ ଶ୍ରୀକ୍ଷେତ୍ରରେ ଚାଲିଥିବା ସାହିଯାତ୍ରାରେ ଲଙ୍କାପୋଡି ନୀତି ଅନୁଷ୍ଠିତ

Sahijat Lankapodi: ଶ୍ରୀକ୍ଷେତ୍ରରେ ଅନନ୍ୟ ସାହିଯାତରେ ଲଙ୍କାପୋଡି଼। ପବିତ୍ର ଶ୍ରୀରାମ ନବମୀରୁ ଶ୍ରୀକ୍ଷେତ୍ରରେ ଚାଲିଥିବା ସାହିଯାତ୍ରାରେ ଲଙ୍କାପୋଡି ନୀତି ଅନୁଷ୍ଠିତ ହୋଇଯାଇଛି। ଚୈତ୍ର ଶୁକ୍ଳ ପୂର୍ଣ୍ଣିମା ତିଥିରେ ଦୋଳମଣ୍ଡପ ସାହି ଆଖେଡା ପକ୍ଷରୁ ଲଙ୍କାପୋଡି ପ୍ରସ୍ତାବ କରାଯାଇଥିଲା। 

Advertisement
Sahijat Lankapodi: ଶ୍ରୀରାମ ନବମୀରୁ ଶ୍ରୀକ୍ଷେତ୍ରରେ ଚାଲିଥିବା ସାହିଯାତ୍ରାରେ ଲଙ୍କାପୋଡି ନୀତି ଅନୁଷ୍ଠିତ
Stop
Sanjaya Kumar Mohapatra|Updated: Apr 24, 2024, 06:12 PM IST

Sahijat Lankapodi: ଶ୍ରୀକ୍ଷେତ୍ରରେ ଅନନ୍ୟ ସାହିଯାତରେ ଲଙ୍କାପୋଡି଼। ପବିତ୍ର ଶ୍ରୀରାମ ନବମୀରୁ ଶ୍ରୀକ୍ଷେତ୍ରରେ ଚାଲିଥିବା ସାହିଯାତ୍ରାରେ ଲଙ୍କାପୋଡି ନୀତି ଅନୁଷ୍ଠିତ ହୋଇଯାଇଛି। ଚୈତ୍ର ଶୁକ୍ଳ ପୂର୍ଣ୍ଣିମା ତିଥିରେ ଦୋଳମଣ୍ଡପ ସାହି ଆଖେଡା ପକ୍ଷରୁ ଲଙ୍କାପୋଡି ପ୍ରସ୍ତାବ କରାଯାଇଥିଲା। ମହାପ୍ରଭୁଙ୍କ ଆଜ୍ଞାମାଳା ପ୍ରାପ୍ତ ହେବା ପରେ ରାବଣ ଓ ହନୁମାନ ବେଶଧାରୀ ଚରିତ୍ର ବୀରବାଦ୍ୟର ତାଳେ ତାଳେ ନୃତ୍ୟ କରି ଶ୍ରୀଜଗନ୍ନାଥ ବଲ୍ଳବ ମଠରେ ପହଂଚିଥିଲା।

 

 ଅନ୍ୟପଟେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମନ୍ଦିରରୁ ବିମାନରେ ଯାଇ ଜଗନ୍ନାଥ ବଲ୍ଲବରେ ପହଂଚିବା ପରେ ଲଙ୍କାପୋଡି ନୀତି ସମାପ୍ତ ସରିଥିଲା। ଲଙ୍କାପୋଡି ନିତି ପରେ ଠାକୁରମାନେ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ କରିଥିଲେ। ପୂର୍ବରୁ ଚମ୍ପାଗଡ଼, ଯଦୁତିଆଡ଼ି, ବଜ୍ରଗଡ଼ ଅମିନ, ନୂଆତୋଟା ଓ ଜଗତ ପ୍ରତିହାରୀ ଯାଗାରୁ ରାବଣ, ହନୁମାନ, ନାଗା, ମେଢ଼, ନବଶିରା, ସପ୍ତଶିରା, ପଞ୍ଚଶିରା ଚରିତ୍ର ସମେତ ପାରମ୍ପରିକ ସମରକଳା ଆଦି ବାଦୀ ସାହି କୁଣ୍ଢେଇବେଣ୍ଟ ସାହି ପରିକ୍ରମା କରିଥିଲା। ଆଜି ବାଲିସାହି ଆଖଡା ପକ୍ଷରୁ ଜମ୍ବେଶ୍ୱର ମନ୍ଦିରରେ ସେତୁବନ୍ଧ ପ୍ରତିଷ୍ଠା ନୀତି କରାଯିବାର ପରମ୍ପରା ରହିଛି ।

Read More
{}{}