Hindi News >>Home >>Odisha State

Similipal Tiger Reserve: ଶିମିଳିପାଳ ଅଭୟାରଣ୍ୟରେ ବଦଳୁଛି ମହାବଳ ବାଘଙ୍କ ରଙ୍ଗ!

Similipal Tiger Reserve: ମୟୂରଭଞ୍ଜ ଶିମିଳପାଳ ଅଭୟାରଣ୍ୟ ଅନ୍ୟତମ (Similipal tiger reserve ) । ଏହି ଅଭୟାରଣ୍ୟରେ ୨୦ରୁ ଅଧିକ ମହାବଳ ବାଘ (Royal Bengal tiger) ଅଛନ୍ତି । କିନ୍ତୁ କୌଣସି କାରଣରୁ ଏଠାରେ ଥିବା ମହାବଳଙ୍କ ରଙ୍ଗ କ୍ରମଶଃ ବଦଳିବାରେ ଲାଗିଛି (Royal Bengal tigers Colour changing)। 

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Aug 27, 2023, 09:38 AM IST

Similipal Tiger Reserve: ମହାବଳ ବାଘଙ୍କ(Royal Bengal tiger)ସଂଖ୍ୟା ଦେଶରେ କମ୍ ରହିଛି । ହାତ ଗଣତି କେତେଟି ଅଭୟାରଣ୍ୟରେ ମହାବଳ ବାଘଙ୍କୁ ଦେଖିବାକୁ ମିଳୁଛି । ଆମ ଏଥିମଧ୍ୟରୁ ମୟୂରଭଞ୍ଜ ଶିମିଳପାଳ ଅଭୟାରଣ୍ୟ ଅନ୍ୟତମ (Similipal tiger reserve ) । ଏହି ଅଭୟାରଣ୍ୟରେ ୨୦ରୁ ଅଧିକ ମହାବଳ ବାଘ (Royal Bengal tiger) ଅଛନ୍ତି ।  କିନ୍ତୁ କୌଣସି କାରଣରୁ ଏଠାରେ ଥିବା ମହାବଳଙ୍କ ରଙ୍ଗ କ୍ରମଶଃ ବଦଳିବାରେ ଲାଗିଛି (Royal Bengal tigers Colour changing)। ସାଧାରଣତଃ ମହାବଳର ରଙ୍ଗ ହଳଦିଆ ହୋଇଥିବା ବେଳେ ଦେହ ଉପରେ  କଳା ରଙ୍ଗର ପଟା ପଟା ଦାଗ ରହିଥାଏ । କିନ୍ତୁ ଏଠାରେ ଥିବା ବାଘଙ୍କ ରଙ୍ଗ ହଳଦିଆ ହେବା ପରିବର୍ତ୍ତେ କଳା ହେବାର ଲାଗିଲାଣୀ । ଅଭୟାରଣ୍ୟରେ ଲାଗିଥିବା କ୍ୟାମେରାରେ ଏଭଳି କିଛି ବାଘଙ୍କ ଫଟୋ ବର୍ତ୍ତମାନ ସାମ୍ନାକୁ ଆସିଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷ। 

Also Read : Puri News: ଶ୍ରୀମନ୍ଦିରରେ ଏହି ଦିନ ପାଳନ ହେବ ଗହ୍ମା ପୂର୍ଣ୍ଣିମା, ଜାଣନ୍ତୁ କେବେ?

Also Read: Horoscope Today Aug 27 2023: ଆକସ୍ମିକ ଧନଲାଭର ଯୋଗ ସହ ଶୁଭ ଫଳ ପାଇବେ ଏହି ରାଶି, ଜାଣନ୍ତୁ କେମିତ କଟିବ ଆଜିର ଦିନ?

ସଂକ୍ରମଣ ଜନିତ ରୋଗ, ଜିନ୍ ପରିବର୍ତ୍ତନ ବା ଅନ୍ୟ କୌଣସି କାରଣରୁ ବାଘଙ୍କ ରଙ୍ଗ ପରିବର୍ତ୍ତନ ହେଉଛି ବୋଲି ଚର୍ଚ୍ଚା ହେଉଛି । ଏହାର କାରଣ ଖୋଜିବାକୁ ବିଶେଷଜ୍ଞଙ୍କ ସହାୟତା ଲୋଡିଛନ୍ତି ଅଭୟାରଣ୍ୟ କର୍ତ୍ତୃପକ୍ଷ। ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ,  ପୂର୍ବରୁ ଶିମିଳିପାଳରେ ୧୮ଟି ମହାବଳ ଥିବା ବେଳେ ଏବେ ୨୦ଟି ମହାବଳ ଥିବା ଜାତୀୟ ବାଘ ଗଣନା ରିପୋର୍ଟରୁ ପ୍ରକାଶ ପାଇଛି। ତେବେ, ଏହା ପ୍ରକୃତରେ ଏହା ମହାବଳ ନା କଳାବାଘ ସେନେଇ ଦ୍ବନ୍ଦରେ ପଡିଛି ବନ ବିଭାଗ । କାରଣ ଶିମିଳିପାଳରେ ବିରଳ କଳାବାଘ ଥିବା ନେଇ  ପ୍ରଥମେ ୧୯୮୭ ମସିହାରେ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ, ବିଶେଷଜ୍ଞଙ୍କ ଅଧିକ ଗବେଷଣା ପରେ ହିଁ  ଶିମିଳିପାଳ ମହାବଳ ବାଘଙ୍କ ରଙ୍ଗ ପରିବର୍ତ୍ତନର ପ୍ରକୃତ କାରଣ ଜଣା ପଡିବ ବୋଲି ବ୍ୟାଘ୍ର ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ କହିଛନ୍ତି।

Read More
{}{}