Hindi News >>Home >>Odisha State

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଆରଆଇ ଓ ଅମିନ

Vigilance raid: ଆଜି ୭ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆରଆଇ ଓ ଅମିନଙ୍କୁ ଗିରଫ କରାଯାଇଛି।

Advertisement
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଆରଆଇ ଓ ଅମିନ
Stop
Zee Odisha Desk|Updated: Aug 20, 2024, 04:32 PM IST

କେଶାଇବାହାଲ: ଭିଜିଲାନ୍ସ ଜାଲରେ ପୁଣି ଧରପଡ଼ିଲେ ସରକାରୀ ବାବୁ ଓ ବାବୁଆଣି। ଲାଞ୍ଚ ନେବା ବେଳେ ଧରାପଡ଼ିଲେ କେଶାଇବାହାଲ ଆରଆଇ ଓ ଅମିନ। ଭୂମିହୀନଙ୍କଠାରୁ ୭ହଜାର ଟଙ୍କା ଲାଞ୍ଚ ନେବା ବେଳେ ଉଭୟଙ୍କୁ ଗିରଫ କରିଛି କୁଚିଣ୍ଡା ଭିଜିଲାନ୍ସ ଟିମ୍। ଗିରଫ ବ୍ୟକ୍ତି ହେଲେ କେଶାଇବାହାଲ ରାଜସ୍ୱ ନୀରିକ୍ଷକ ତୁଲସା ପ୍ରଧାନ ଓ ଅମିନ ମୁକେଶ ସାହୁ। 

ସୂଚନାଯୋଗ୍ୟ ଯେ, ଜମିଜମା କାଗଜପତ୍ର କରାଇବା ପାଇଁ ଭୂମିହୀନଙ୍କଠାରୁ ଉଭୟ ୩ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସ ନିକଟରେ ଅଭିଯୋଗ ହେବା ପରେ ଉଭୟଙ୍କୁ ରେଡ୍ ହ୍ୟାଣ୍ଡରେ ଧରିବାକୁ ଜାଲ ବିଛାଇଥିଲା ଭିଜିଲାନ୍ସ ଟିମ୍। ଆଜି ୭ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆରଆଇ ଓ ଅମିନଙ୍କୁ ଗିରଫ କରାଯାଇଛି। ଉଭୟଙ୍କ ସମ୍ପତ୍ତି ନେଇ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ଟିମ୍। ତେବେ କେତେ ସମ୍ପତି ଠାବ କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ଉଭୟଙ୍କୁ ଗିରଫ କରାଯାଇଛି। ପଚରା ଉଚୁରା କରାଯିବ ବୋଲି ଭିଜିଲାନ୍ସ ସୂଚନା ଦେଇଛି।

Read More
{}{}