Hindi News >>Home >>Odisha State

ସାର୍ବଜନୀନ ପୂଜା ଉତ୍ସବ ପାଇଁ କଟକରେ ଗ୍ରାଉଣ୍ଡ ରେଣ୍ଟ ଆଦାୟ ମନା

ଚଳିତ ବର୍ଷ ପାର୍ବଣ ସମୟରେ  କଟକ ମହାନଗର ନିଗମ ଅଞ୍ଚଳରେ  ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

Advertisement
ସାର୍ବଜନୀନ ପୂଜା ଉତ୍ସବ ପାଇଁ କଟକରେ ଗ୍ରାଉଣ୍ଡ ରେଣ୍ଟ ଆଦାୟ ମନା
Stop
Soubhagya Ranjan Mishra|Updated: Oct 08, 2023, 05:47 PM IST

ଭୁବନେଶ୍ୱର: ଚଳିତ ବର୍ଷ ପାର୍ବଣ ସମୟରେ କଟକ ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (cm naveen patnaik) ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ପୂଜା ସମିତି ଓ ସ୍ଥାନୀୟ ବିଧାୟକମାନଙ୍କ ଅନୁରୋଧ କ୍ରମେ ଜନସାଧାରଣଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବନା (Cultural and spiritual feelings)କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । 

ଏହା ଦ୍ୱାରା କଟକ ମହାନଗର ନିଗମ ଅଞ୍ଚଳରେ ପାର୍ବଣ ଋତୁ ସମୟରେ ସରକାରୀ ଜାଗାରେ ସାମୟିକ ଭାବରେ ଆୟୋଜିତ ହେଉଥିବା ବିଭିନ୍ନ ପୂଜା ଉତ୍ସବ ପାଇଁ କୌଣସି ଗ୍ରାଉଣ୍ଡ ରେଣ୍ଟ ଆଦାୟ କରାଯିବ ନାହିଁ । ଚଳିତ ବର୍ଷ ଆଗାମୀ ଦିନରେ  ଦୂର୍ଗା ପୂଜା, କାଳୀ ପୂଜା, ଲକ୍ଷ୍ମୀ ପୂଜା ଓ କାର୍ତ୍ତିକେଶ୍ୱର ପୂଜା ଆଦି ଅନେକ ପୂଜା ଅନୁଷ୍ଠିତ ହେବାର ଅଛି। ଏସବୁ ପୂଜା ପାଇଁ କୌଣସି ଗ୍ରାଉଣ୍ଡ ରେଣ୍ଟ କଟକ ମହାନିଗମ ପକ୍ଷରୁ ଆଦାୟ କରାଯିବ ନାହିଁ।

Also Read- Share Market: ରକେଟ୍ ପରି ଆଗକୁ ବଢିଲା ଏହି କମ୍ପାନୀର ଷ୍ଟକ୍, ୬ ମାସରେ ବଡ଼ ଲାଭ

Also Read- ପରିବାରକୁ ହରାଇବାର ୬ ଦିନ ପରେ ଘରେ ପହଞ୍ଚିଲେ ସତ୍ୟ ପ୍ରକାଶ ଦୁବେଙ୍କ ପୁଅ, କହିଲେ ଏବେ କାହିଁକି ବଞ୍ଚିବି?

Read More
{}{}