Hindi News >>Home >>Odisha State

Ratha Yatra: ଅକ୍ଷୟ ତୃତୀୟାରେ ଘୋଷଯାତ୍ରା ପାଇଁ ରଥ ନିର୍ମାଣର ଶୁଭ ଅନୁକୂଳ, ପର୍ଯ୍ଯାୟ କ୍ରମେ ପହଞ୍ଚୁଛି ରଥକାଠ

Ratha Yatra: ଆସନ୍ତା ୧୦ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣର ଶୁଭ ଅନୁକୂଳ ହେବ। ଏଣୁ ଶ୍ରୀପଞ୍ଚମୀ ପୂର୍ବରୁ ପର୍ଯ୍ଯାୟ କ୍ରମେ ରଥକାଠ ରଥ ଖଳାକୁ ଆସୁଛି। ତେବେ ଫାସିକାଠର ଅଭାବୀ ନେଇ ଗତ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। 

Advertisement
Ratha Yatra: ଅକ୍ଷୟ ତୃତୀୟାରେ ଘୋଷଯାତ୍ରା ପାଇଁ ରଥ ନିର୍ମାଣର ଶୁଭ ଅନୁକୂଳ, ପର୍ଯ୍ଯାୟ କ୍ରମେ ପହଞ୍ଚୁଛି ରଥକାଠ
Stop
Zee Odisha Desk|Updated: May 07, 2024, 12:53 PM IST

Ratha Yatra: ଆସନ୍ତା ୧୦ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣର ଶୁଭ ଅନୁକୂଳ ହେବ। ଏଣୁ ଶ୍ରୀପଞ୍ଚମୀ ପୂର୍ବରୁ ପର୍ଯ୍ଯାୟ କ୍ରମେ ରଥକାଠ ରଥ ଖଳାକୁ ଆସୁଛି। ତେବେ ଫାସିକାଠର ଅଭାବୀ ନେଇ ଗତ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ହେଲେ ଏଥର ଫାସିକାଠର ଯୋଗାଇ ଦେବାକୁ ଅଣ୍ଟା ଭିଡିଛନ୍ତି ଗଞ୍ଜାମ ବାସୀନ୍ଦା। ମହାପ୍ରଭୁଙ୍କ ରଥପାଇଁ ୨ଶହରୁ ୩ଶହ ଗଛ ରହିଛି।

ଆସ୍କା ଅଞ୍ଚଳରୁ ପ୍ରଥମ ପର୍ଯ୍ୟାୟରେ ଚାରୋଟି ଫାସିଗଛ କାଟି ୧୪ଖଣ୍ଡ କାଠ ରଥଖଳାରେ ପହଞ୍ଚିଛି। ଆହୁରି ଆଠଗାଡି କାଠ ମହଜୁଦ ରହିଛି। ତାହା ଆସିବ। ମହାପ୍ରଭୁଙ୍କ ରଥନିର୍ମାଣରେ ଲାଗୁଥିବା ଫାସିକାଠର ଅଭାବ ହେବ ନାହିଁ ବୋଲି ଆସ୍କାରୁ କାଠ ନେଇ ଆସିଥିବା ଭକ୍ତ କହିଛନ୍ତି। ତେବେ ଏହି ଫାସିକାଠରେ ରଥର ଗୁରୁତ୍ୱପୂର୍ଣ୍ଣ ଅଂଶ ଅର୍ଥାତ ତୁମ୍ଭ,ଗୟଳ ଓ ୧୬୮ ଟି ପହି ନିର୍ମାଣ ହୋଇଥାଏ। ସେପଟେ ଚନ୍ଦନଚାପ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଡଙ୍ଗା ମରାମତି ସମ୍ପୂର୍ଣ୍ଣ ହୋଇଛି। ମୁଣ୍ଡଳି, ହଂସ ଆଦିକୁ ବାହାର କରାଯାଇ କାମ ଆରମ୍ଭ କରାଯିବ। ଦଶମହାରଣା ଆଜିଠାରୁ କାର୍ଯ୍ଯର ଶୁଭାରମ୍ଭ କରିବେ ବୋଲି କହିଛନ୍ତି ଭୋଇ ସର୍ଦ୍ଦାର ରବିଭୋଇ।

Read More
{}{}