Hindi News >>Home >>Odisha State

Puri News: ଆଜି ଜନ୍ମବେଦୀକୁ ବିଜେ କରିବେ ବିଶ୍ବନିଅନ୍ତା, ରଥ ଉପରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

Puri News: ଦୀର୍ଘ ୫୩ବର୍ଷ ପରେ ହେଲା ମହାପ୍ରଭୁଙ୍କ ବିରଳ ରଥଯାତ୍ରା। ଦୁଇଦିନ ଧରି ରଥରେ ମହାପ୍ରଭୁ ଯାତ୍ରା କଲେ। ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଅପରାହ୍ନ ପ୍ରାୟ ୪.୫୯ ମିନିଟରେ ବଡଦାଣ୍ଡରେ ଶ୍ରୀଗୁଣ୍ଡିଚା ଅଭିମୁଖେ ଗଡିଥିବା ମହାପ୍ରଭୁଙ୍କ ଦିବ୍ଯରଥ ଗତକାଲି ଅପରାହ୍ନ ୨.୩୫ରେ ସିଂହଦ୍ଵାର ଚକଡାରେ ପହଞ୍ଚିଥିଲା। ଦୁଇଦିନିଆ ଯାତ୍ରାରେ କ୍ଳାନ୍ତ ହୋଇପଡିଛନ୍ତି ମହାପ୍ରଭୁ। ରଥ ଉପରେ ଚାଲିଛି ମହାପ୍ରଭୁଙ୍କ ସମସ୍ତ ନିତିକାନ୍ତି। ଆଜି ସଂନ୍ଧ୍ୟା ଧୂପ ପରେ ଗୋଟି ପହଣ୍ଡିରେ ଆଡପମଣ୍ଡପକୁ ବିଜେ କରିବେ ମହାବାହୁ। 

Advertisement
Puri News: ଆଜି ଜନ୍ମବେଦୀକୁ ବିଜେ କରିବେ ବିଶ୍ବନିଅନ୍ତା, ରଥ ଉପରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି
Stop
Zee Odisha Desk|Updated: Jul 09, 2024, 10:00 AM IST

Puri News: ଦୀର୍ଘ ୫୩ବର୍ଷ ପରେ ହେଲା ମହାପ୍ରଭୁଙ୍କ ବିରଳ ରଥଯାତ୍ରା। ଦୁଇଦିନ ଧରି ରଥରେ ମହାପ୍ରଭୁ ଯାତ୍ରା କଲେ। ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଅପରାହ୍ନ ପ୍ରାୟ ୪.୫୯ ମିନିଟରେ ବଡଦାଣ୍ଡରେ ଶ୍ରୀଗୁଣ୍ଡିଚା ଅଭିମୁଖେ ଗଡିଥିବା ମହାପ୍ରଭୁଙ୍କ ଦିବ୍ଯରଥ ଗତକାଲି ଅପରାହ୍ନ ୨.୩୫ରେ ସିଂହଦ୍ଵାର ଚକଡାରେ ପହଞ୍ଚିଥିଲା। ଦୁଇଦିନିଆ ଯାତ୍ରାରେ କ୍ଳାନ୍ତ ହୋଇପଡିଛନ୍ତି ମହାପ୍ରଭୁ। ରଥ ଉପରେ ଚାଲିଛି ମହାପ୍ରଭୁଙ୍କ ସମସ୍ତ ନିତିକାନ୍ତି। ଆଜି ସଂନ୍ଧ୍ୟା ଧୂପ ପରେ ଗୋଟି ପହଣ୍ଡିରେ ଆଡପମଣ୍ଡପକୁ ବିଜେ କରିବେ ମହାବାହୁ। 

ALSO READ: Surya Gochar 2024: ସୂର୍ଯ୍ୟଙ୍କ ଚଳନ ବଦଳାଇବ ଏହି ସବୁ ରାଶିଙ୍କ ଭାଗ୍ୟ, ମିଳିବ ଖୁସି ଖବର ସାଙ୍ଗକୁ ଚାକିରିରେ ହେବ ପଦୋନ୍ନତି!

ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ରଥାରୂଢ ଶ୍ରୀଜୀୟୁ ମାନଙ୍କୁ ଦିବ୍ଯ ଦର୍ଶନ କରୁଛନ୍ତି ଲକ୍ଷଲକ୍ଷ ଶ୍ରଦ୍ଧାଳୁ। ନିଜ ଜନ୍ମମାଟିରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳ ଏବେ ଦିବ୍ଯମୟ ହୋଇଯାଇଛି। ଆଜି ସକାଳୁ ସକାଳୁ ରଥାରୂଢ ଶ୍ରୀଜୀୟୁଙ୍କ ନିକଟରେ ମଙ୍ଗଳାଳତୀ ସମ୍ପର୍ଣ୍ଣ ହୋଇଛି। ସକାଳ ୬.୨୫ରେ ଶ୍ରୀବଳଭଦ୍ର, ୬.୪୬ରେ ଲିଳାମୟ ଶ୍ରୀଜଗନ୍ନାଥ ଓ ସର୍ବଶେଷରେ ଅର୍ଥାତ ୭.୦୨ରେ ଦେବୀ ସୁଭଦ୍ରାଙ୍କ ଆଳତୀ ସମ୍ପର୍ଣ୍ଣ ହୋଇଛି। ରଥ ଉପରେ ଅନ୍ଯାନ୍ଯ ନିତି ସହିତ ସଂନ୍ଧ୍ୟା ଧୂପ ବଢିଲେ ମହାପ୍ରଭୁଙ୍କ ପହଣ୍ଡି ନିତି ଆରମ୍ଭ ହେବ। 

ଗୋଟି ପହଣ୍ଡିରେ ଜନ୍ମବେଦି ଅର୍ଥାତ ଆଡପମଣ୍ଡପକୁ ବିଜେ କରିବେ ଲିଳାମୟ ଠାକୁର। ରାତିରେ ଦହିପଖାଳ ଖାଇବେ। ରତ୍ନବେଦୀ ଛାଡି ଆଡପମଣ୍ଡପରେ ଲିଳା କରିବେ ଜଗତ ବ୍ରହ୍ମାଣ୍ଡ ଠାକୁର। ଆସନ୍ତାକାଲିଠାରୁ ଆରମ୍ଭ ହେବ ଆଡପମଣ୍ଡପ ଦର୍ଶନ। ବାହାରିବ ଆଡପ ଅବଢା। ପୁରାଣ ଶାସ୍ତ୍ର ଅନୁସାରେ ରତ୍ନବେଦୀରେ ବର୍ଷତମାମ ମହାପ୍ରଭୁଙ୍କୁ ଦର୍ଶନ କଲେ ଯେତିକି ପୁଣ୍ୟ ମିଳିଥାଏ ଆଡପମଣ୍ଡପରେ ଦର୍ଶନ କଲେ କୋଟି ଜନ୍ମର ପୁଣ୍ଯ ମିଳିଥାଏ। ତେବେ ଆସନ୍ତାକାଲି ଠାରୁ କେବଳ ଯେ, ଆଡପମଣ୍ଡପ ମଣ୍ଡପ ଦର୍ଶନ ତାହା ନୁହେଁ ଆଡପ ଅବଢା ପାଇବେ ଭକ୍ତ। 

ଏଥିପାଇଁ ଆଜିଠାରୁ ଶ୍ରୀଗୁଣ୍ଡିଚାରେ ଗହଳି ଚହଳି ଲାଗିଲାଣି। ରଥରେ ବିରାଜିତ ଠାକୁର ସମଗ୍ର ବିଶ୍ୱକୁ ଚାହୁଁଛନ୍ତି। ଜଗତ କଲ୍ୟାଣ ପାଇଁ ମହାପ୍ରଭୁଙ୍କ ଏହି ଯାତ୍ରା ବୋଲି ଗବେଷକ ମାନେ ମଧ୍ୟ ମତ ଦିଅନ୍ତି। ସେପଟେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ପାଇଁ ଯେଉଁ ପ୍ରୟାସ ଚାଲିଛି ଆଜି ୧୬ଜଣିଆ କମିଟିର ଦ୍ୱିତୀୟ ବୈଠକ ବସିବାକୁ ଯାଉଛି। ରତ୍ନଭଣ୍ଡାର ଚାବି କମିଟିକୁ ହସ୍ତାନ୍ତର କରିବ ଶ୍ରୀମନ୍ଦିର ପ୍ରଶାସନ। କେବେ ରତ୍ନଭଣ୍ଡାର ଖୋଲାଯିବ ତାହାର ତାରିଖ ଧାର୍ଯ୍ୟ ହେବ। ଟ୍ରେଜେରୀରେ ଥିବା ଚାବିକାଠିରେ ନଖୋଲିଲେ ଚାବି ଭଙ୍ଗାଯିବ ବୋଲି କମିଟି ପୂର୍ବ ବୈଠକ ପରେ ସ୍ପଷ୍ଟ କରିଥିଲେ। ପ୍ରଥମେ ରତ୍ନଭଣ୍ଡାରର ମରାମତି ଓ ପରେ ରତ୍ନାଳଙ୍କାର ଗଣତି ଓ ମଣତି କରାଯିବ ବୋଲି ସ୍ଥିର ହୋଇଛି।

Read More
{}{}