Hindi News >>Home >>Odisha State

Odisha News: ସୁଭଦ୍ରା କ୍ଷେତ୍ରରେ 'ବାସୀ ରଥଯାତ୍ରା'ର ପରମ୍ପରା କେବେଠୁ , ଜାଣିଛନ୍ତି କି?

Odisha News: ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟାରେ ଶ୍ରୀକ୍ଷେତ୍ର ପୁରୀ ସମେତ ବିଶ୍ୱର ବିଭିନ୍ନ କୋଣଅନୁକୋଣରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଜଗତସିଂହପୁର ଜିଲ୍ଲାର ସୁଭଦ୍ରା କ୍ଷେତ୍ର ଗଡକୁଜଙ୍ଗରେ ''ବାସୀ ରଥଯାତ୍ରା''ର ପରମ୍ପରା କେଉଁ ଆବାହନ କାଳରୁ ଅନୁଷ୍ଠିତ ହୋଇଆସୁଛି। ପ୍ରତିବର୍ଷ ପରି ଚଳିତ ବର୍ଷ ସୁଭଦ୍ରା ଶ୍ରୀକ୍ଷେତ୍ର ଜଗତସିଂହପୁର ଜିଲ୍ଲାର ଗଡକୁଜଙ୍ଗ ଶ୍ରୀଶ୍ରୀ କୁଂଜବିହାରୀଙ୍କ ପୀଠରେ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । 

Advertisement
Odisha News: ସୁଭଦ୍ରା କ୍ଷେତ୍ରରେ 'ବାସୀ ରଥଯାତ୍ରା'ର ପରମ୍ପରା କେବେଠୁ , ଜାଣିଛନ୍ତି କି?
Stop
Narayan Behera|Updated: Jul 09, 2024, 10:55 AM IST

Odisha News: ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟାରେ ଶ୍ରୀକ୍ଷେତ୍ର ପୁରୀ ସମେତ ବିଶ୍ୱର ବିଭିନ୍ନ କୋଣଅନୁକୋଣରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଜଗତସିଂହପୁର ଜିଲ୍ଲାର ସୁଭଦ୍ରା କ୍ଷେତ୍ର ଗଡକୁଜଙ୍ଗରେ ''ବାସୀ ରଥଯାତ୍ରା''ର ପରମ୍ପରା କେଉଁ ଆବାହନ କାଳରୁ ଅନୁଷ୍ଠିତ ହୋଇଆସୁଛି। ପ୍ରତିବର୍ଷ ପରି ଚଳିତ ବର୍ଷ ସୁଭଦ୍ରା ଶ୍ରୀକ୍ଷେତ୍ର ଜଗତସିଂହପୁର ଜିଲ୍ଲାର ଗଡକୁଜଙ୍ଗ ଶ୍ରୀଶ୍ରୀ କୁଂଜବିହାରୀଙ୍କ ପୀଠରେ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । 

ALSO READ: Petrol Diesel Price Today: ତୈଳ ଦର ବୃଦ୍ଧି, ଆସିଲା ନୂଆ ଦର...କେତେ ବଢ଼ିଲା ରାଜଧାନୀରେ ପେଟ୍ରୋଲ ରେଟ୍

ALSO READ: Puri News: ଆଜି ଜନ୍ମବେଦୀକୁ ବିଜେ କରିବେ ବିଶ୍ବନିଅନ୍ତା, ରଥ ଉପରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ଏଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରତିନିଧି ଭାବେ ଦଧିବାମନଜୀୟୁ ରଥାରୂଢ ହୋଇ ଘୋଷଯାତ୍ରାରେ ଯାଇଥାନ୍ତି। ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ରଥଯାତ୍ରାର ପରଦିନ ଅପରାହ୍ନରେ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଥିବା ବେଳେ ଆଜି ପାରମ୍ପରିକ ପୂଜାର୍ଚ୍ଚନା, ପହଣ୍ଡି, ଛେରାପହଁରା ଆଦି କାର୍ଯ୍ୟକ୍ରମ ପରେ ହଜାର ହଜାର ଭକ୍ତଶ୍ରଦ୍ଧାଳୁଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। କିଛି ବର୍ଷ ଧରି ଏଠାରେ ପୁର୍ବତନ ମନ୍ତ୍ରୀ ସ୍ବର୍ଗତ ଡ଼ାକ୍ତର ଦାମୋଦର ରାଉତ ଠାକୁର ରାଜା ହୋଇ ଛେରାପହଁରା କରୁଥିବା ବେଳେ ଗତ ୫ବର୍ଷ ଧରି ତାଙ୍କ ପୁଅ ତଥା ପାରାଦୀପ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ଛେରାପହଁରା କରି ଆସୁଛନ୍ତି। 

ହେଲେ ଗତ ମାର୍ଚ୍ଚ ମାସରେ ସମ୍ବିତ ଙ୍କ ପିତା ଡ.ଦାମୋଦର ରାଉତ ଙ୍କ ଦେହାନ୍ତ ହୋଇଥିବାରୁ ଚଳିତ ଥର ମନ୍ଦିର ମୂଖ୍ୟ ସଂଚାଳକ ତଥା ସେବକ ରାଜେନ୍ଦ୍ର ବେହେରା ଠାକୁର ରାଜା ହୋଇ ଛେରାପହଁରା କରିଥିଲେ। ପ୍ରବଳ ଗ୍ରୀଷ୍ମପ୍ରବାହ ହୋଇଥିବା ସତ୍ୱେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ଆଖପାଖର ହଜାର ହଜାର ଭକ୍ତଶ୍ରଦ୍ଧାଳୁ ଦଧିବାମନଜୀୟୁଙ୍କ ଦର୍ଶନ କରିବା ସହ ରଥଟାଣି ପ୍ରଭୁକୃପା ଲାଭ କରିଥିଲେ। ୧୫୨୮ରେ କଳାପାହାଡ଼ ଉତ୍କଳ ଆକ୍ରମଣ କରି ଶ୍ରୀକ୍ଷେତ୍ରରୁ ଜୀୟୁ ମାନଙ୍କୁ ନେଇ କଲିକତାର ଗଙ୍ଗାନଦୀ କୂଳରେ ଦାହ କରିଥିଲେ। ସେଠାରୁ ଅକ୍ଷତ ବ୍ରହ୍ମକୁ ବିଶର ମହାନ୍ତି ନାମକ ଜଣେ ଭକ୍ତ ମୃଦଙ୍ଗରେ ପୁରାଇ ଗଡକୁଜଙ୍ଗ ଆଣିଥିଲେ।

ଚତୁର୍ଦ୍ଧାମୂର୍ତ୍ତି ଗଡକୁଜଙ୍ଗରେ କିଛି ବର୍ଷ ପୂଜା ପାଇବା ପରେ ଶ୍ରୀକ୍ଷେତ୍ର ଫେରିଥିଲେ।ହେଲେ ଜୀୟୁ ମାନଙ୍କୁ ରଖି ଭକ୍ତିର ସହ ପୂଜାର୍ଚ୍ଚନା କରୁଥିବା ଗଡକୁଜଙ୍ଗ ରାଜାରାଣୀଙ୍କ ଭକ୍ତି ଡୋରରେ ବନ୍ଧା ଠାକୁରଙ୍କ ନିର୍ଦେଶାନୁଯାୟୀ ଦେବୀ ସୁଭଦ୍ରା ଏହି ପୀଠରେ ଅବସ୍ଥାନ କରିଆସୁଛନ୍ତି । ଯାହାକି ମାଦଳା ପାଞ୍ଜି ରୁ ଜଣାପଡେ।ତେଣୁ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ଶ୍ରୀକ୍ଷେତ୍ର ରଥଯାତ୍ରା ପରଦିନ ଏଠାରେ ସ୍ୱୟଂ ବିଜେ ହୋଇ ଭକ୍ତଶ୍ରଦ୍ଧାଳୁଙ୍କ ମନବାଞ୍ଝା ପୁରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ଯାହା ଫଳରେ ଏଠାରେ ରଥଯାତ୍ରା ପାଇଁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା।

Read More
{}{}