Hindi News >>Home >>Odisha State

Rathayatra 2023: ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି: ଚକା ଆଖିରେ ମିଶୁଛି ଭକ୍ତର ଆଖି

ରଥାରୂଢ଼ ହେଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଆଉ କିଛି ସମୟ ପରେ ଆରମ୍ଭ ହେବ ରଥଟଣା। ଧାଡ଼ି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନ ଦେଵୀ ସୁଭଦ୍ରାଙ୍କ ରଥ ଦର୍ପଦଳନରେ ସ୍ଥାପିତ  ହୋଇଥାଆନ୍ତି, ତା'ପରେ ବଡ଼ ସାଆନ୍ତ ବଡ଼ଭାଇ ପ୍ରଭୂ ଶ୍ରୀ ବଳଭଦ୍ର ଧାଡ଼ି ପହଣ୍ଡିରେ ଟାହିଆ ହଲାଇ ଝୁଲି ଝୁଲି ଆସି ତାଳଧ୍ଵଜ ରଥରେ ବିଜେ କରିଥିଲେ। ତାପରେ ମା’

Advertisement
Rathayatra 2023: ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି: ଚକା ଆଖିରେ ମିଶୁଛି ଭକ୍ତର ଆଖି
Stop
Soubhagya Ranjan Mishra|Updated: Jun 20, 2023, 12:27 PM IST

Rathayatra 2023: ରଥାରୂଢ଼ ହେଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଆଉ କିଛି ସମୟ ପରେ ଆରମ୍ଭ ହେବ ରଥଟଣା। ଧାଡ଼ି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନ ଦେଵୀ ସୁଭଦ୍ରାଙ୍କ ରଥ ଦର୍ପଦଳନରେ ସ୍ଥାପିତ  ହୋଇଥାଆନ୍ତି, ତା'ପରେ ବଡ଼ ସାଆନ୍ତ ବଡ଼ଭାଇ ପ୍ରଭୂ ଶ୍ରୀ ବଳଭଦ୍ର ଧାଡ଼ି ପହଣ୍ଡିରେ ଟାହିଆ ହଲାଇ ଝୁଲି ଝୁଲି ଆସି ତାଳଧ୍ଵଜ ରଥରେ ବିଜେ କରିଥିଲେ। ତାପରେ ମା’ କୋଟିବ୍ରହ୍ମାଣ୍ଡ ସୁନ୍ଦରୀ ଭଉଣୀ ସୁଭଦ୍ରାଙ୍କୁ କାନ୍ଧେଇ କାନ୍ଧେଇ ଆଣି ଦର୍ପଦଳନରେ ବିଜେ କରାଇଲେ ସେବାୟତ । ଶେଷରେ ଜଗତର ନାଥ ଜଗନ୍ନାଥ ଭାଇ ଭଉଣୀକୁ ଆଗରେ ପଠାଇ ଦେଇ ନିଜେ ଧାଡ଼ି ପହଣ୍ଡିରେ ଝୁଲି ଝୁଲି ଭକ୍ତଙ୍କୁ ତାଙ୍କ ଚକା ଆଖିରେ ଟିକେ ଚାହିଁ ଦିଅନ୍ତି,ସେ ଦୃଶ୍ୟ ଦେଖିଲେ ଆତ୍ମା ଶାନ୍ତି ହୋଇଯାଏ । ମହାପ୍ରଭୁ ଝୁଲିଝୁଲି ଆସିବା ବେଳେ ଟାହିଆର ସେଇ ଦୋଳୀୟମାନ ଦୃଶ୍ୟ ଭକ୍ତ ପ୍ରାଣକୁ ବିଭୋର କରୁଛି । କାଳିଆ ସାଆନ୍ତ ନନ୍ଦିଘୋଷରେ ବିଜେ କରିବା ପରେ ରଥ ଟଣା ଆରମ୍ଭ ହୁଏ । ପ୍ରତିବର୍ଷ ଏହି ଅଲୌକିକ ଯାତ୍ରା (Supernatural Journey) ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଦେଶ ବିଦେଶରୁ ଭକ୍ତ ଛୁଟି ଆସିଥାନ୍ତି । ବର୍ଷକୁ ଥରେ ମହାପ୍ରଭୁଙ୍କର ଏହି ଲୀଳାଖେଳା ଦେଖିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁ ଚାହିଁ ବସିଥାନ୍ତି। ସ୍ନାନ ଯାତ୍ରା ଓ ଶ୍ରୀଗୁଣ୍ଡିଚା ଯାତ୍ରାରେ ଚତୁର୍ଦ୍ଧା ବିଗ୍ରହଙ୍କର ୬ ଥର ପହଣ୍ଡି ନୀତି ଅନୁଷ୍ଠିତ ହୁଏ ।   

ଶ୍ରୀକ୍ଷେତ୍ରରେ ଦେବ ବେଶଧାରୀଙ୍କ ଗହଳି ଦେଖିଵାକୁ ମିଳିଛି । ମହାପ୍ରଭୁଙ୍କୁ ଚର୍ମ ଚକ୍ଷୁରେ ଦର୍ଶନ କରିବାକୁ ଆସିଲେ ହନୁମାନ, ଶିବଶକ୍ତି, ନାରଦମୁନି ପହଞ୍ଚିଛନ୍ତି। ବିଜେ କାହାଳୀ ସାଙ୍ଗକୁ ଘଣ୍ଟୁଆ, କାହାଳିଆ, ବଜନ୍ତରୀ, ଓଲାର ଓ ଛତାର ସେବକମାନଙ୍କ ଉପସ୍ଥିତିରେ ଘଣ୍ଟ ଓ ବାଦ୍ୟ ତାଳରେ ମହାପ୍ରଭୁଙ୍କ ପହଣ୍ଡି ଏହାକୁ ଆହୁରି ଆକର୍ଷଣୀୟ କରିଥାଏ । ଦେଶୀ ଭକ୍ତ ସହ ବିଦେଶୀ ଭକ୍ତଙ୍କର ମିଳନ ହୁଏ ଗୋଟାଏ ସ୍ଥାନରେ । ଏହା ସେହି ଦାଣ୍ଡ ଯେଉଁଠି ଜାତି ଧର୍ମ ଧନୀ ଗରିବ ନିର୍ବଶେଷରେ ସମସ୍ତେ ଏକାଠି ହୋଇଥାଆନ୍ତି । ଏଠି କାହା ପାଇଁ ପାତର ଅନ୍ତର ନଥାଏ। ସେଇଥି ପାଇଁ ତ ବର୍ଷକୁ ଥରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସନ୍ତି ତିନି ଠାକୁର ।

ନିର୍ଦ୍ଧାରିତ ସମୟ ପୂର୍ବରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ‌ହୋଇଥିବା ବେଳେ ତିନିରଥରେ ଶ୍ରୀଜିଉଙ୍କ ରୁନ୍ଧା ସହ ଚାରମାଳ ଫିଟା ପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ । ବହୁସଂଖ୍ୟାରେ ଭକ୍ତଙ୍କ ଆଗମନ ସମ୍ଭାବନା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆଇନ ଶୃଙ୍ଖଳା ଦାୟିତ୍ୱରେ ୧୮୭ ପ୍ଲାଟୁନ ଫୋର୍ସ, ୧ ହଜାର ପୁଲିସ ଅଧିକାରୀ ମୁତୟନ ହେଇଛନ୍ତି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ‌ହୋଇଥିବା ବେଳେ ତିନିରଥରେ ଶ୍ରୀଜିଉଙ୍କ ରୁନ୍ଧା ସହ ଚାରମାଳ ଫିଟା ପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ । ବହୁସଂଖ୍ୟାରେ ଭକ୍ତଙ୍କ ଆଗମନ ସମ୍ଭାବନା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆଇନ ଶୃଙ୍ଖଳା ଦାୟିତ୍ୱରେ ୧୮୭ ପ୍ଲାଟୁନ ଫୋର୍ସ, ୧ ହଜାର ପୁଲିସ ଅଧିକାରୀ (police force) ମୁତୟନ ହେଇଛନ୍ତି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ, ରଥଯାତ୍ରା ପାଇଁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ରାଷ୍ଟ୍ରପତି ଆଜି ସକାଳୁ ଦିଲ୍ଲୀ ହଚଖାଚ ମନ୍ଦିର ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।

Also read- ସୀତା ମାତା ଭାରତର ଝିଅ ... ଆଦିପୁରୁଷର ଏକ ଡାଏଲଗ ପାଇଁ ନେପାଳରେ ବ୍ୟାନ୍

Read More
{}{}