Hindi News >>Home >>Odisha State

Raksha Bandhan 2023: ଭଦ୍ରା କିଏ? ଭଦ୍ରାକାଳ କ'ଣ? କାହିଁକି ଏହି ସମୟରେ ରାକ୍ଷୀ ବାନ୍ଧିବା ହୋଇଥାଏ ନିଷେଧ?

Raksha Bandhan Tradition: ଭଦ୍ରାକାଳ କ'ଣ? କାହିଁକି ଭଦ୍ରାକାଳ ସମୟରେ ରାକ୍ଷୀ ବାନ୍ଧିବା ମନା କରାଯାଇଥାଏ?

Advertisement
Raksha Bandhan 2023: ଭଦ୍ରା କିଏ? ଭଦ୍ରାକାଳ କ'ଣ? କାହିଁକି ଏହି ସମୟରେ ରାକ୍ଷୀ ବାନ୍ଧିବା ହୋଇଥାଏ ନିଷେଧ?
Stop
Ajay Kumar Nath|Updated: Aug 31, 2023, 12:16 AM IST

Raksha Bandhan Rituals: ଭାରତୀୟ ସଂସ୍କୃତିରେ ରାକ୍ଷୀ ବାନ୍ଧିବା ପରମ୍ପରା ବହୁ ପ୍ରାଚୀନ କାଳରୁ ରହିଆସିଛି। ସେହିପରି ରାକ୍ଷୀ ପୂର୍ଣ୍ଣିମାର ଅନ୍ୟ ନାମ ହେଉଛି ଗହ୍ମା ପୂର୍ଣ୍ଣିମା। ଯାହାକୁ ହଳ ମୂଷଳଧାରୀ ଭଗବାନଙ୍କ ବଳଭଦ୍ରଙ୍କ ଜନ୍ମତିଥି ଭାବେ ଗ୍ରହଣ କରାଯାଏ। ଏହି ଦିନ ଗୋମାତାଙ୍କୁ ମଧ୍ୟ ପୂଜାର୍ଚ୍ଚନା କରାଯାଏ। ବିଶେଷଜ୍ଞଙ୍କ ମତରେ ଚଳିତ ବର୍ଷ ଭଦ୍ରାକାଳରେ ରାକ୍ଷୀ ବାନ୍ଧିବା ଶୁଭ ହେବ ନାହିଁ। ଭଦ୍ରା କିଏ? ଭଦ୍ରାକାଳ କ'ଣ? କାହିଁକି ଭଦ୍ରାକାଳ ସମୟରେ ରାକ୍ଷୀ ବାନ୍ଧିବା ନିଷେଧ?

ପୁରାଣ ଅନୁଯାୟୀ ଭଦ୍ରା ଶନିଦେବଙ୍କ ଭଉଣୀ ଏବଂ ଭଗବାନ ସୂର୍ଯ୍ୟଙ୍କ ଝିଅ। ତାଙ୍କ ପ୍ରକୃତି ମଧ୍ୟ ତାଙ୍କ ଭାଇ ଶନିଙ୍କ ପରି କଠୋର ବୋଲି ବିବେଚନା କରାଯାଏ। ଭଦ୍ରାଙ୍କ ପ୍ରକୃତି ବୁଝିବା ପାଇଁ ବ୍ରହ୍ମା ଦେବ ତାଙ୍କୁ ସମୟ ଗଣନାରେ ଏକ ବିଶେଷ ସ୍ଥାନ ଦେଇଛନ୍ତି। ହିନ୍ଦୁ କ୍ୟାଲେଣ୍ଡର ପାଞ୍ଚ ଭାଗରେ ବିଭକ୍ତ କରାଯାଇଛି। ତାହା ହେଉଛି ତିଥି, ବାର, ଯୋଗ, ନକ୍ଷତ୍ର ଏବଂ କରଣ। ଏଥିରେ ୧୧ କରଣ ରହିଥାଏ। ସେଥିମଧ୍ୟରୁ ସପ୍ତମ କରଣ ବିଷ୍ଣୁଙ୍କ ନାମ ଭଦ୍ରା। କାହିଁକି ଭଦ୍ରାକାଳରେ ରାକ୍ଷୀ ବନ୍ଧା ଯାଏ ନାହିଁ? ଭଦ୍ରାକାଳରେ କାହିଁକି ଯାତ୍ରା, ଶୁଭ କାମ ନିଷିଦ୍ଧ ହୋଇଥାଏ? ରକ୍ଷା ବନ୍ଧନକୁ ଏକ ଶୁଭ କାର୍ଯ୍ୟ ଭାବରେ ବିବେଚନା କରାଯାଏ। ଏହି କାରଣରୁ ରାକ୍ଷୀ ଭଦ୍ରାକାଳରେ ବନ୍ଧା ଯାଇ ନଥାଏ। 

କାରଣ ବିଶ୍ୱାସ କରାଯାଏ ଯେ, ଲଙ୍କା ଅଧିପତି ରାବଣଙ୍କୁ ତାଙ୍କ ଭଉଣୀ ସୂର୍ପଣଖା ଭଦ୍ରାକାଳରେ ରାକ୍ଷୀ ବାନ୍ଧିଥିଲେ। ଯାହା ପରେ ରାବଣର ସର୍ବନାଶ ହୋଇଥିଲା। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ରାକ୍ଷୀ ପୂର୍ଣ୍ଣିମା ପର୍ବ, ଶ୍ରାବଣ ମାସର ପୂର୍ଣ୍ଣିମା ତିଥି ଏବଂ ଅପରାହ୍ନରେ ପାଳନ କରିବା ଶୁଭ ହୋଇଥାଏ। ଏହି କଥାର ଧ୍ୟାନ ରଖିବା ମଧ୍ୟ ବହୁତ ଜରୁରୀ, କାରଣ ଏହି ସମୟରେ ଭଦ୍ରା କାଳ ନଥିବା ଆବଶ୍ୟକ। ଯଦି ରାକ୍ଷୀ ପୂର୍ଣ୍ଣିମାରେ ଭଦ୍ରାକାଳ ପଡୁଛି। ତାହେଲେ କ'ଣ ଭଦ୍ରାକାଳ ସମୟରେ ରାକ୍ଷୀ ବାନ୍ଧିବା ଅଶୁଭ ହୋଇଥାଏ।

ଚଳିତବର୍ଷ ରାକ୍ଷୀଙ୍କୁ ନେଇ ଅନେକଙ୍କ ମନରେ ଦ୍ବନ୍ଦ୍ବ ରହିଛି। କେହି କେହି ୩୦ ତାରିଖରେ ରାକ୍ଷୀ ବାନ୍ଧିବାକୁ ଶୁଭ ଭାବୁଥିବା ବେଳେ କେହି କେହି ୩୧ ତାରିଖରେ ରାକ୍ଷୀ ବାନ୍ଧିବା ଉଚିତ ବୋଲି କହିଛନ୍ତି। ରାକ୍ଷୀ ବାନ୍ଧିବା ପୂର୍ବରୁ ଭଦ୍ରା କାଳ ଏବଂ ରାହୁ କାଳ ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ। ଶାସ୍ତ୍ର ଅନୁସାରେ ଭଦ୍ରାକାଳରେ ରାକ୍ଷୀ ବାନ୍ଧିବା ଶୁଭ ନୁହେଁ। ମାନ୍ୟତା ରହିଛି ଯେ ଭଦ୍ରାକାଳରେ କୌଣସି ଶୁଭ କାର୍ଯ୍ୟ ସଫଳ ହୁଏ ନାହିଁ। ଭଦ୍ରା କାଳରେ ରାକ୍ଷୀ ନ ବାନ୍ଧିବାକୁ ନେଇ ଏକ କିମ୍ବଦନ୍ତୀ ପ୍ରଚଳିତ ରହିଛି।

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ରାକ୍ଷୀ ପୂର୍ଣ୍ଣିମା ପର୍ବ ଶ୍ରାବଣ ମାସର ପୂର୍ଣ୍ଣିମା ତିଥି ଏବଂ ଅପରାହ୍ନରେ ପାଳନ କରିବା ଶୁଭ ହୋଇଥାଏ। ଏହି କଥାର ଧ୍ୟାନ ରଖିବା ମଧ୍ୟ ବହୁତ ଜରୁରୀ। କାରଣ ଏହି ସମୟରେ ଭଦ୍ରା କାଳ ନଥିବା ଆବଶ୍ୟକ। ଯଦି ରାକ୍ଷୀ ପୂର୍ଣ୍ଣିମାରେ ଭଦ୍ରାକାଳ ପଡୁଛି, ତାହେଲେ ସେହି ସମୟରେ ରାକ୍ଷୀ ବାନ୍ଧିବା ଅଶୁଭ ହୋଇଥାଏ। ହିନ୍ଦୁ ପାଞ୍ଜି ଗଣନା ଅନୁସାରେ ଚଳିତ ବର୍ଷ ଅଗଷ୍ଟ ୩୦ ତାରିଖରେ ଶ୍ରାବଣର ପୂର୍ଣ୍ଣିମା ତିଥି ସହିତ ଭଦ୍ରାକାଳ ମଧ୍ୟ ଆରମ୍ଭ ହୋଇଯାଉଛି। 

ଅଗଷ୍ଟ ୩୦ ତାରିଖ ବୁଧବାର ରାତି ୯.୦୨ ମିନିଟ ପର୍ଯ୍ୟନ୍ତ ଭଦ୍ରାକାଳ ରହିବ। ଶାସ୍ତ୍ର ଅନୁସାରେ ୩୦ ଅଗଷ୍ଟରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯିବ ନାହିଁ। ରାକ୍ଷୀ ସବୁବେଳେ ସଠିକ ସମୟ ଏବଂ ଠିକ ମୁହୂର୍ତ୍ତରେ ବାନ୍ଧିବା ଶୁଭ ହୋଇଥାଏ। ରାକ୍ଷୀ ବାନ୍ଧିବା ପାଇଁ ଶ୍ରାବଣର ମଧ୍ୟାହ୍ନ ସମୟ ସବୁଠାରୁ ଉପଯୁକ୍ତ ହୋଇଥାଏ ଅର୍ଥାତ ଶୁଭ ବୋଲି କୁହାଯାଏ। ହେଲେ ଚଳିତ ବର୍ଷ ଭଦ୍ରାକାଳ ରହୁଥିବାରୁ ଏହି ଦିନ ସାରା ଶୁଭ ସମୟ ନାହିଁ। ବୁଧବାର ରାତି ୯.୦୨ ମିନିଟ ପରେ ଭାଈ ହାତରେ ଭଉଣୀ ରାକ୍ଷୀ ବାନ୍ଧି ପାରିବେ ବୋଲି କୁହାଯାଇପାରେ। ବାକି କଥା ହେଲା ପାଞ୍ଜିକୁ ଅନୁସରଣ କରି ରକ୍ଷା ବନ୍ଧନ କେତେବେଳ ପର୍ଯ୍ୟନ୍ତ ହେବ ତାହା ନିର୍ଧାରଣ ପୂର୍ବକ ପର୍ବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରନ୍ତୁ।

 

Read More
{}{}