Hindi News >>Home >>Odisha State

Chandan Yatra: ଚନ୍ଦନଯାତ୍ରା ନେଇ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତି ଆରମ୍ଭ

Chandan Yatra: ଆସନ୍ତା ମେ ମାସ ୧୦ ତାରିଖ ଅକ୍ଷୟ ତୃତୀୟା (Akshaya Tritiya) ଅବସରରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ଚନ୍ଦନଯାତ୍ରା (Chandan Yatra)। ବର୍ଷତମାମ୍ ନରେନ୍ଦ୍ର ପୁଷ୍କରିଣୀରେ ବୁଡି ରହିଥିବା ନନ୍ଦା, ଭଦ୍ରା ଓ ବୈଜୟନ୍ତ୍ରୀ ନାମକ ଡଙ୍ଗାକୁ ନରେନ୍ଦ୍ର ପୁଷ୍କରିଣୀରୁ ଭୋଇ ସେବାୟତ ମାନଙ୍କ ଦ୍ୱାରା ଉଦ୍ଧାର କରାଯାଇଛି।

Advertisement
Chandan Yatra: ଚନ୍ଦନଯାତ୍ରା ନେଇ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତି ଆରମ୍ଭ
Stop
Zee Odisha Desk|Updated: Apr 23, 2024, 03:38 PM IST

Chandan Yatra: ଆସନ୍ତା ମେ ମାସ ୧୦ ତାରିଖ ଅକ୍ଷୟ ତୃତୀୟା (Akshaya Tritiya) ଅବସରରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ଚନ୍ଦନଯାତ୍ରା (Chandan Yatra)। ବର୍ଷତମାମ୍ ନରେନ୍ଦ୍ର ପୁଷ୍କରିଣୀରେ ବୁଡି ରହିଥିବା ନନ୍ଦା, ଭଦ୍ରା ଓ ବୈଜୟନ୍ତ୍ରୀ ନାମକ ଡଙ୍ଗାକୁ ନରେନ୍ଦ୍ର ପୁଷ୍କରିଣୀରୁ ଭୋଇ ସେବାୟତ ମାନଙ୍କ ଦ୍ୱାରା ଉଦ୍ଧାର କରାଯାଇଛି।

ଶାସ୍ତ୍ର ମୁତାବକ, ପ୍ରତିବର୍ଷ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା ସରିବା ପରେ ଅଥବା ହଳଦୀ ପାଣି ପରଦିନ ସମସ୍ତ ୫ଟି ଡଙ୍ଗାକୁ ଭଙ୍ଗାଯାଇ ଭୋଇ ସେବାୟତମାନଙ୍କ ଦ୍ୱାରା ନରେନ୍ଦ୍ର ପୁଷ୍କରିଣୀ ଭିତରେ ବୁଡାଇ ଦିଆଯାଇଥାଏ। ଚୈତ୍ର ପୂର୍ଣ୍ଣିମାରେ ଏହାକୁ ଉଦ୍ଧାର କରି ମରାମତି କରାଯିବା ସହ ଅକ୍ଷୟ ତୃତୀୟା ଠାରୁ ଦୀର୍ଘ ୨୧ ଦିନ ବ୍ୟାପି ଆରମ୍ଭ ହେବାକୁ ଥିବା ଚନ୍ଦନଯାତ୍ରା ପାଇଁ ଏହାକୁ ପୁନଃ ପ୍ରସ୍ତୁତ କରାଯାଇଥାଏ ।

Also Read-ମୋକିମ୍‍ଙ୍କୁ ସୁପ୍ରିମ କୋର୍ଟଙ୍କ ଝଟକା: ଦୋଷୀ ଆଦେଶ କାଏମ, ଦଣ୍ଡ ଉପରେ ସାମୟିକ ସ୍ଥଗିତାଦେଶ

ଚନ୍ଦନଯାତ୍ରା ଅବସରରେ ମଦନମୋହନ, ରାମକୃଷ୍ଣ, ଭୁଦେବୀ, ଶ୍ରୀଦେବୀ ଓ ପଞ୍ଚମହାଦେବ ଶ୍ରୀମନ୍ଦିରରୁ ବିଜେ କରି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ। ଏନେଇ ଆଜି ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ଭୋଇ ସେବାୟତମାନେ ସମସ୍ତ ଡଙ୍ଗାକୁ ନରେନ୍ଦ୍ର ପୁଷ୍କରିଣୀରୁ ଉପରକୁ ଉଠାଇବା ସହ ସେଥିରେ ପିଚୁ,ରାଳ ଇତ୍ୟାଦି ଦେଇ ମହାପ୍ରଭୁଙ୍କର ଚାପ କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ କରିଵେ।

 

 

 

Read More
{}{}