Hindi News >>Home >>Odisha State

Puri News: ଆଜି ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି

Puri News: ଆଜି ପବିତ୍ର କୁମାର ପୂର୍ଣ୍ଣିମା (Kumara Purnima)। ଏହି ଅବସରରେ ଶ୍ରୀମନ୍ଦିରରେ (Srimandir) ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତିକାନ୍ତି କରାଯିବ। ମହାପ୍ରଭୁ ଆଜି ମହାଲକ୍ଷ୍ମୀଙ୍କ ସହିତ  ଜୁଆ ଖେଳି ହାରି ଯାଇଥିବାରୁ ପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମାଧବ ସାତଦିନ ପର୍ଯ୍ୟନ୍ତ ଲକ୍ଷ୍ମୀ ମନ୍ଦିରରେ ବନ୍ଧା ରହିବେ। 

Advertisement
Puri News: ଆଜି ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି
Stop
Zee Odisha Desk|Updated: Oct 28, 2023, 08:39 AM IST

Puri News: ଆଜି ପବିତ୍ର କୁମାର ପୂର୍ଣ୍ଣିମା (Kumara Purnima)। ଏହି ଅବସରରେ ଶ୍ରୀମନ୍ଦିରରେ (Srimandir) ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତିକାନ୍ତି କରାଯିବ। ମହାପ୍ରଭୁ ଆଜି ମହାଲକ୍ଷ୍ମୀଙ୍କ ସହିତ  ଜୁଆ ଖେଳି ହାରି ଯାଇଥିବାରୁ ପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମାଧବ ସାତଦିନ ପର୍ଯ୍ୟନ୍ତ ଲକ୍ଷ୍ମୀ ମନ୍ଦିରରେ ବନ୍ଧା ରହିବେ। ସେହିପରି, ଚକ୍ରରାଜ ସୁଦର୍ଶନ ଚାରି ଆଶ୍ରମ ପରିକ୍ରମା କରି ରତ୍ନ ସିଂହାସନରେ ବିଜେ କରିବେ। ସେପଟେ, ରବିବାର ଦିନ ଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହେବେ। ଏନେଇ ଯେଉଁ ହବିଷ୍ୟାଳିମାନେ କାର୍ତ୍ତିକ ବ୍ରତ କରିବେ ସେମାନେ ଆଜିଠାରୁ ସଂକଳ୍ପ କରିଛନ୍ତି। ତେବେ, ଆଜି ରାହୁଗ୍ରସ୍ତ ଖଣ୍ତଗ୍ରାସ ଚନ୍ଦ୍ରଗ୍ରହଣ ପଡୁ଼ଥିବାରୁ ଶ୍ରୀମନ୍ଦିରରେ ଗ୍ରହଣ ସ୍ପର୍ଶ ସମୟରୁ ହିଁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ନାନ, ଗ୍ରହଣ ଖଇକୋରା ଭୋଗ ନୀତି ସମ୍ପନ୍ନ ହେବ ।

Also Read: Swarup Nayak: ରାଜ୍ୟ ସମ୍ମାନ ସହିତ କରାଯିବ ସଙ୍ଗୀତ ନିର୍ଦ୍ଦେଶକ ସ୍ଵରୂପ ନାୟକଙ୍କ ଶେଷକୃତ୍ୟ

ତେବେ, ଆମେ ଏଠାରେ ସୂଚନା ଦେବାକୁ ଚାହୁଁଛୁ ଯେ, ଆଜି ପବିତ୍ର କୁମାର ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ ପାକତ୍ୟାଗ ସମୟ ଅପରାହ୍ନ ୪ଟା ୪ମିନିଟ୍ ୫୫ ସେକେଣ୍ଡରୁ ଆରମ୍ଭ ହୋଇ ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡ ପର୍ଯ୍ୟନ୍ତ ରହିବ ବୋଲି ଜ୍ୟୋତିଷ ମତ ଦେଇଛନ୍ତି। ସେହିପରି ଆଜି ରାତି ୧ଟା ୪ ମିନିଟ୍ ୫୫ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ। ସେହିପରି ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡରେ ଗ୍ରହଣ ଛାଡ଼ିବ ବୋଲି ଜଣାପଡିଛି। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ,  ଗ୍ରହଣ ସ୍ପର୍ଶର ଅବଧି ୧ ଘଣ୍ଟା ୧୯ ମିନିଟ୍ ୭ ସେକେଣ୍ଡ । ଏହାପରେ ଚନ୍ଦ୍ର ଗ୍ରହଣ ସମୟରେ ସମସ୍ତ ଶୁଭକାମ ଓ ଦେବନୀତିକୁ ବାରଣ କରାଯାଇଛି । ରାହୁ ଗ୍ରସ୍ତ ଆଶିଂକ ଚନ୍ଦ୍ର ଗ୍ରହଣ ପାଇଁ ଚନ୍ଦ୍ର ଦର୍ଶନ ପୂଜା ସନ୍ଧ୍ୟା ପୂର୍ବରୁ ସାରିବାକୁ ପରାମର୍ଶ ଦିଆଯାଇଛି। ପ୍ରକାଶ ଥାଉ କି, ୨୦୨୫ ସେପ୍ଟେମ୍ବର ୭ରେ ପରବର୍ତ୍ତୀ ଚନ୍ଦ୍ରଗ୍ରହଣ (Lunar Eclipse) ହେବ। ୨୦୨୨ ମସିହା ନଭେମ୍ବର ୮ ତାରିଖରେ ଶେଷ ଚନ୍ଦ୍ରଗ୍ରହଣ ହୋଇଥିଲା।

Read More
{}{}