Hindi News >>Home >>Odisha State

Puri News: ରାମଲୀଳା ମଞ୍ଚ ଉପରକୁ ବୋମାମାଡ଼, ଜଣେ ଗୁରୁତର

ରାମଲୀଳା ଅନୁଷ୍ଠାନ ପକ୍ଷରୁ ବଳିଆପଣ୍ଡା ଥାନାରେ ଏତଲା ଦିଆଯାଇଛି। ତେବେ ଏହା ବାଣ କି ବୋମା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ ପୁଲିସ। ଘଟଣାର ତଦନ୍ତ ପରେ ଏହା ସ୍ପଷ୍ଟ ହେବ ବୋଲି କହୁଛି ପୁଲିସ।

Advertisement
Puri News: ରାମଲୀଳା ମଞ୍ଚ ଉପରକୁ ବୋମାମାଡ଼, ଜଣେ ଗୁରୁତର
Stop
Zee Odisha Desk|Updated: Nov 22, 2023, 12:30 PM IST

Puri News: ପୁରୀ: ରାମଲୀଳା ପରିବେଷଣ କରୁଥିବା ସମୟରେ ମଞ୍ଚ ଉପରକୁ ବୋମାମାଡ। ଲକ୍ଷ୍ମଣ ବେଶରେ ଅଭିନୟ କରୁଥିବା ସୁକାନ୍ତ ପ୍ରଧାନ ଗୁରୁତର ଆହତ ହୋଇଛନ୍ତି। ସୁକାନ୍ତଙ୍କ ଡାହାଣ ହାତର କୋହୁଣିରେ ଲାଗିଛି ଗଭୀର ଆଘାତ। ଗୁରୁତର ଆହତ ଅବସ୍ଥାରେ ସୁକାନ୍ତଙ୍କୁ ପ୍ରଥମେ ପୁରୀ ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

ତେବେ ମିଳିଥିବା ସୂଚନା ଅନୁସାରେ ଗତ ସୋମବାର ଦିନ ରାତିରେ ପୁରୀ ବଳିଆପଣ୍ଡା ଥାନା ବିଜୟ ନଗର ବସ୍ତି ଧୋବାଖାଲ ନୃସିଂହ ମନ୍ଦିର ନିକଟରେ ରାମଲୀଳା ଚାଲିଥିଲା। ଏହି ସମୟରେ ରାମଲୀଳା ମଞ୍ଚ ନିକଟରେ ପ୍ରଚଣ୍ଡ ଶବ୍ଦ ସହ ଦୁଇଟି ବିସ୍ପୋରଣ ହୋଇଥିଲା। ମାତ୍ର ଏହା ବାଣ ଭାବି କେହି ଗୁରୁତ୍ୱ ଦେଇନଥିଲେ। ରାମଲୀଳା ଚାଲିଥିଲା। ରାମଲୀଳା ଦେଖିବା ପାଇଁ ବେଶ୍ ଗହଳି ମଧ୍ୟ ଜମି ଥିଲା। ସାହାଣିକେରା ଗାଁର ମା ବିନ୍ଧେଶ୍ୱରୀ ରାମନାଟ୍ଯ ସଂସଦ ପକ୍ଷରୁ ଚାଲିଥିବା ଏହି ରାମଲୀଳା ଦେଖୁଥିଲେ ହଜାର ହଜାର ଗ୍ରାମବାସୀ। ରାତି ପ୍ରାୟ ୧୧ଟାରେ ଗଣେଶ ବନ୍ଦନା ଆରମ୍ଭ ହୋଇଥିଲା। ସେହି ସମୟରେ ମଞ୍ଚ ଉପରେ ଥିଲେ ରାମଚନ୍ଦ୍ର ବେଶରେ କୀର୍ତ୍ତନ ପ୍ରଧାନ ,ଲକ୍ଷ୍ମଣ ବେଶରେ ସୁକାନ୍ତ ପ୍ରଧାନ ଓ ସୀତା ବେଶରେ ରଶ୍ମିତା। ଠିକ୍ ଏହି ସମୟରେ ରାମଚନ୍ଦ୍ର ବେଶରେ ଅଭିନୟ କରୁଥିବା କୀ୍ତ୍ତନ ପ୍ରଧାନଙ୍କ ଉପରକୁ କେହି ଦୁର୍ବୁତ୍ତ ପୂର୍ବଶତୃତାକୁ କେନ୍ଦ୍ର କରି ଦୁଇଟି ବୋମାମାଡ କରିଥିଲେ।

ମାତ୍ର ରାମଚନ୍ଦ୍ର ଓରଫ୍ କୀର୍ତ୍ତନକୁ ଉଦ୍ଧାର କରିବାକୁ ଯାଇଥିବା ସମୟରେ ସୁକାନ୍ତଙ୍କ ଡାହାଣ ହାତରେ ବୋମାମାଡ ହେଇଥିଲା। ରାମଚନ୍ଦ୍ର ଓ ସୀତା ବେଶଧାରୀ ଛିଟିକି ପଡିଥିଲେ। ଫଳରେ ଅଳ୍ପକେ ବଡ ଧରଣର ଅଘଟଣରୁ ବର୍ତ୍ତି ଯାଇଥିଲେ। ଘଟଣାସ୍ଥଳରୁ ସୁକାନ୍ତଙ୍କୁ ଗୁରୁତର ଆହତ ଅବସ୍ଥାରେ ପ୍ରଥମେ ପୁରୀ ସଦର ହସପିଟାଲ ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ସେପଟେ ରାମଲୀଳା ଅନୁଷ୍ଠାନ ପକ୍ଷରୁ ବଳିଆପଣ୍ଡା ଥାନାରେ ଏତଲା ଦିଆଯାଇଛି। ତେବେ ଏହା ବାଣ କି ବୋମା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ ପୁଲିସ। ଘଟଣାର ତଦନ୍ତ ପରେ ଏହା ସ୍ପଷ୍ଟ ହେବ ବୋଲି କହୁଛି ପୁଲିସ।

ଖବର ଅପଡେଟ ହେଉଛି।

Read More
{}{}