Hindi News >>Home >>Odisha State

Puri News: କୋଚିଂ ଡିପୋରେ ଲାଗିଲା ନିଆଁ, ଜଳିଗଲା ଏସି ବଗି

ପୁରୀ: ଆଜି ପୁରୀ କୋଚିଂ ଡିପୋରେ ନିଆଁ ଲାଗିଥିବାର ଖବର ସାମ୍ନାକୁ ଆସିଛି। ଦିନ ପ୍ରାୟ ୧

Advertisement
Puri News: କୋଚିଂ ଡିପୋରେ ଲାଗିଲା ନିଆଁ, ଜଳିଗଲା ଏସି ବଗି
Stop
Zee Odisha Desk|Updated: Nov 14, 2023, 02:58 PM IST

Puri News: ପୁରୀ: ଆଜି ପୁରୀ କୋଚିଂ ଡିପୋରେ ନିଆଁ ଲାଗିଥିବାର ଖବର ସାମ୍ନାକୁ ଆସିଛି। ଦିନ ପ୍ରାୟ ୧୨ଟା ବେଳେ ଏହି ନିଆଁ ଲାଗିଥିବାର ଖବର ସାମ୍ନାକୁ ଆସିଥିଲା। ସିକ ଲାଇନକୁ ମେଣ୍ଟେନାନସ ପାଇଁ ଥ୍ରୀଟାୟାର ଏସି କୋଚ୍ ମରାମତି ପାଇଁ ଅଣାଯାଇଥିଲା। ଏହି ସମୟରେ କୌଣସି କାରଣରୁ ଏହି କୋଚରେ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ପୂରା ବଗିଟି ନିଆଁ ଲାଗିଯାଇଥିଲା। 

ତେବେ ଏହାପରେ ଏହି  କୋଚକୁ ଲାଗିଥିବା ଅନ୍ଯ କୋଚ୍ ଗୁଡିକୁ ଅଲଗା କରାଯାଇଥିଲା। ସିକ୍ ଲାଇନରେ କାର୍ଯ୍ଯରତ କର୍ମଚାରୀ ସିଡିଓ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର ତିନୋଟି ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଅଗ୍ନିକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ। ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହେବା ପରେ ଘଟଣାର ତଦନ୍ତ କରାଯିବ ବୋଲି ସିଡିଓ କହିଛନ୍ତି।

ଖବର ଅପଡେଟ ହେଉଛି। 

Read More
{}{}