Hindi News >>Home >>Odisha State

Laser Scanning: ଆଜି ରତ୍ନଭଣ୍ତାର ବାହାର କାନ୍ଥରେ ହେବ ଲେଜର ସ୍କାନିଂ

Laser Scanning: ଆଜି ଶ୍ରୀମନ୍ଦିର ରତ୍ନଭଣ୍ତାରରେ ହେବ ଲେଜର ସ୍କାନିଂ (laser scanning) । ଏନେଇ ଏଏସଆଇକୁ ଅନୁମତି ପ୍ରଦାନ କରାଯାଇଛି । ସ୍କାନିଂ ପରେ ରିପୋର୍ଟ ଦେଇ ବୈଷୟିକ କମିଟି ସହ ଆଲୋଚନା କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Nov 28, 2023, 08:06 AM IST

Jagannath Temple laser Scanning: ଆଜି ଶ୍ରୀମନ୍ଦିର ରତ୍ନଭଣ୍ତାରରେ ହେବ ଲେଜର ସ୍କାନିଂ (laser scanning) । ଏନେଇ ଏଏସଆଇକୁ ଅନୁମତି ପ୍ରଦାନ କରାଯାଇଛି । ସ୍କାନିଂ ପରେ ରିପୋର୍ଟ ଦେଇ ବୈଷୟିକ କମିଟି ସହ ଆଲୋଚନା କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

ସୂଚନା ଅନୁଯାୟୀ, ଶ୍ରୀମନ୍ଦିର (Jagannath Temple) ରତ୍ନଭଣ୍ତାର ଖୋଲିବା, ମରାମତି କରିବା ସହ ରତ୍ନ ଗଣତି ନେଇ ଗଜପତି ମହାରାଜା, ବିଭିନ୍ନ ଅନୁଷ୍ଠାନ ସହ ସେବାୟତଙ୍କ ପକ୍ଷରୁ ବାରମ୍ବାର ଦାବି ପରେ ଶେଷରେ ପ୍ରଶାସନ ପକ୍ଷରୁ ବାହାର ରତ୍ନଭଣ୍ତାର (Ratna Bhandar) କାନ୍ଥରେ ଲେଜର ସ୍କାନିଂ କରାଯିବା ନେଇ ନିଷ୍ପତି ହୋଇଥିଲା । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଏସଆଇକୁ (ASI) ସ୍କାନିଂ ପାଇଁ ଅନୁମତି ମଧ୍ଯ ଦିଆଯାଇଥିଲା । ଏଥିଲାଗି ବସିଥିବା ବୈଠକରେ କାର୍ତ୍ତିକ ପୂର୍ଣ୍ଣିମା ପର ଦିନ ଲେଜର ସ୍କାନିଂ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ନିଷ୍ପତି ଅନୁଯାୟୀ ମଙ୍ଗଳବାର ଦିନ ଏଏସଆଇ ସହ ଶ୍ରୀମନ୍ଦିର ବୈଷୟିକ ଟିମ୍ ରତ୍ନଭଣ୍ତାର ବାହାରପଟୁ ଲେଜର ସ୍କାନିଂ କରିବ ।

Also Read-Weather Update: ରାଜ୍ୟକୁ ବାତ୍ୟା ଭୟ! ଆଗାମୀ ୩୦ରେ ସ୍ପଷ୍ଟ ହେବ ଚିତ୍ର

ପ୍ରକାଶ ଥାଉ କି, ୨୦୧୮ ମସିହା ଏପ୍ରିଲରେ ହାଇକୋର୍ଟଙ୍କ (High Court) ନିର୍ଦ୍ଦେଶ ଅନୁଯାୟୀ ୧୭ ଜଣିଆ ଟିମ୍ ରତ୍ନଭଣ୍ତାର ସ୍ଥିତି ଯାଞ୍ଚ କରିବାକୁ ସମ୍ପର୍ଣ୍ଣ ପ୍ରସ୍ତୁତ ହୋଇ ଶ୍ରୀମନ୍ଦିର ଭିତରକୁ ଯାଇଥିବା ବେଳେ ସେ ସମୟରେ ଚାବି ହଜିଯାଇଥିବା କହି ଫେରିଆସିଥିଲେ । ତେବେ ରତ୍ନଭଣ୍ତାର କାନ୍ଥରେ ବ୍ୟାପକ ଫାଟ ଥିବା ସହ କାନ୍ଥ ଓଦାଳିଆ ରହୁଥିବା ଯାଞ୍ଚ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଥିଲା । ତେବେ ଏନେଇ ସରକାର ଗୁରୁତ୍ବ ହେଉ ନଥିବା ଅଭିଯୋଗ କରିବା ସହ ଏହାର ମରାମତି ନେଇ ବିଭିନ୍ନ ମହଲରୁ ଦାବି କରାଯାଇଥିଲା । ପରେ ଏକ ଉଚ୍ଚ ସ୍ତରୀୟ ଟିମ୍ ଗଠନ ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାର କିଛି ମାସ ପରେ ଗତ ୪ ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏହି ବୈଠକରେ ନଭେମ୍ବର ୨୮ ତାରିଖରେ ଲେଜର ସ୍କାନିଂ ନେଇ ନିଷ୍ପତ୍ତି ନିଆଯାଇଥିଲା ।

Read More
{}{}