Hindi News >>Home >>Odisha State

Puri Jagannath Temple: ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

Puri Jagannath Temple: ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ ତିଥିରେ ଅବସରରେ ଆଜି ଅର୍ଥାତ୍ ସୋମବାର ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ନୀତି ଅନୁଷ୍ଠିତ ହେବ । ପ୍ରଥମ ଭୋଗ ମଣ୍ତପ ନୀତି ଶେଷ ହେବା ପରେ ମହାବାହୁଙ୍କ ଏହି ଗୁପ୍ତ ନୀତି କରାଯିବ । 

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Sep 04, 2023, 08:29 AM IST

Jagannath Temple: ଶ୍ରୀ ଜଗନ୍ନାଥ ମନ୍ଦିର ଦର୍ଶନ ପାଇଁ ଯାଉଥିଲେ ଆାଜିର ନୀତି ସମ୍ପର୍କରେ ଜାଣି ରଖନ୍ତୁ। ଆଜି ଶ୍ରୀଜିଉଙ୍କୁ ରାହୁରେଖା ଲାଗି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କୁ କୋପ ଦୃଷ୍ଟିରୁ ରକ୍ଷା କରିବା ଲାଗି ଏହି ରେଖା ଲାଗି କରାଯାଉଥିବା ବିଶ୍ବାସ ରହିଛି । ତେଣୁ ସୋମବାର ଦିନ ଶ୍ରୀମନ୍ଦିରରେ ଦୀର୍ଘ ୫ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିବ । ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ (Puri Jagannath Temple) ମହାପ୍ରଭୁଙ୍କ ରାହୁରେଖା ନୀତି ଅନୁଷ୍ଠିତ ହୋଇଥାଏ । ପ୍ରଥମ ଭୋଗ ମଣ୍ତପ ନୀତି ଶେଷ ହେବା ପରେ ମହାବାହୁଙ୍କ ଏହି ଗୁପ୍ତ ନୀତି କରାଯିବ । ତେବେ ଏହି ଗୁପ୍ତ ନୀତି ଅପରାହ୍ନ ୩ଟାରୁ ରାତି ୮ଟା ଯାଏଁ ଚାଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ (Srimandir Temple Administration) ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ଯୋଗୁଁ ସୋମବାର ଦିନ ପ୍ରାୟ ୫ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିବ । ସ୍ନାନ ପୂର୍ଣ୍ଣିମା (snana purnima) ଦିନଠାରୁ ମହାପ୍ରଭୁଙ୍କଠାରୁ ଓଲାଗି ହୋଇଥିବା ସୂର୍ଣ୍ଣି ନିର୍ମିତ ରାହୁରେଖା ଅଳଙ୍କାରକୁ ପୁନର୍ବାର ମହାପ୍ରଭୁଙ୍କ ଶ୍ରୀମୁଖ ଚତୁଃପାର୍ଶ୍ବରେ ଲାଗି କରାଯିବ । ସ୍ନାନପୂର୍ଣ୍ଣିମା ଦିନ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଥଣ୍ତା ଓ ଜ୍ବରରେ ପୀଡ଼ିତ ହୋଇଥାଆନ୍ତି ଶ୍ରୀଜିଉ । ଫଳରେ ତାଙ୍କ ଶ୍ରୀମୁଖରୁ ରାହୁରେଖାକୁ କାଢି ଦିଆଯାଇଥାଏ । ତେବେ ଆଜି ଦେଉଳକରଣ, ତଢଉ କରଣ, ଭଣ୍ତାର ଘରୁ ରାହୁରେଖାକୁ କଢାଯିବ । ପ୍ରଥମେ ଭୋଗ ମଣ୍ତପ ସରିବା ପରେ ପୁଷ୍ପାଳକ ସେବାୟତ ଝୋବାକଣ୍ଠି, ମଇଲମ କରିବା ସହ ମହାଜନ ସେବାୟତମାନେ ଭୂଦେବୀ ଓ ଶ୍ରୀଦେବୀଙ୍କୁ ଖଟଶେଜ ଘରେ ବିରାଜମାନ କରାଇବେ । ଏହାପରେ ପତି ମହାପାତ୍ର ସେବାୟତ ଏହି ରାହୁରେଖାକୁ ସଂସ୍କାର କରିସାରିବା ପରେ ୪ ବାଡ଼ର ବାଡ଼ଗ୍ରାହୀ ଓଷୁଅ ଓ କନା ଦ୍ବାରା ଚତୁର୍ଦ୍ଧାମୂର୍ତ୍ତିଙ୍କ (Chaturdha Murti) ଶ୍ରୀମୁଖରେ ରାହୁରେଖାକୁ ଲାଗି କରାଇବେ ।  

Also Read-Horoscope Today: ଜାଣନ୍ତୁ କେଉଁ ରାଶି ପାଇଁ କେମିତି କଟିବ ସପ୍ତାହର ପ୍ରଥମ ଦିନ

Also Read-Weather Update: ଆଉ ଏକ ଲଘୁଚାପ ସମ୍ଭାବନା! ପ୍ରବଳ ବର୍ଷା ନେଇ ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି

Read More
{}{}