Hindi News >>Home >>Odisha State

ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବି ନେଇ ଏହି ଦିନ ଓଡ଼ିଶା ବନ୍ଦ ଡ଼ାକରା ଦେଲା ଶ୍ରୀ ଜଗନ୍ନାଥ ସେନା

Jagannath Temple: ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବିରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଶାନ୍ତିପୂର୍ଣ୍ଣ ଭାବେ ଓଡ଼ିଶା ବନ୍ଦ ଡ଼ାକରା ଦିଆଯାଇଛି ବୋଲି ଶ୍ରୀ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସୂଚନା ଦେଇଛନ୍ତି । 

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Sep 25, 2023, 02:42 PM IST

Puri Jagannath Temple: ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା (Opening all the four entry doors of the Puri Jagannath Temple) ଦାବିରେ ଓଡ଼ିଶା ବନ୍ଦ ଡ଼ାକରା ଦେଇଛି ଶ୍ରୀ ଜଗନ୍ନାଥ ସେନା । ଆସନ୍ତା ଅକ୍ଟୋବର ୩ ତାରିଖରେ ଶାନ୍ତିପୂର୍ଣ୍ଣ ଭାବେ ଓଡ଼ିଶା ବନ୍ଦ ଡ଼ାକରା ଦିଆଯାଇଛି ବୋଲି ଶ୍ରୀ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଭକ୍ତଙ୍କ ପାଇଁ ତୁରନ୍ତ ଶ୍ରୀମନ୍ଦିରର ଚାରିଦ୍ବାର ଧର୍ମ, ଅର୍ଥ, କାମ, ମୋକ୍ଷ ଆଦି ଖୋଲିବାକୁ ଦାବି ହୋଇଛି ।

ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଓ ରତ୍ନଭଣ୍ଡାର ଖୋଲି ମହାପ୍ରଭୁଙ୍କ ସ୍ୱର୍ଣ୍ଣ ଅଳଙ୍କାରର ମଣତି କରିବା ଆଦି ଦାବି ନେଇ ଆସନ୍ତା ଅକ୍ଟୋବର ୩ ତାରିଖରେ ଓଡିଶା ବନ୍ଦ ଡାକର ଦେଇଛି ଶ୍ରୀ ଜଗନ୍ନାଥ ସେନା (Shri Jagannath Sena) । ଏହାକୁ ଅନେକ ସଂଗଠନ ସହ ପୁରୀ ବିଧାୟକ ମଧ୍ୟ ଏହି ବନ୍ଦ ଡାକରାକୁ ସମର୍ଥନ ଦେଇଛନ୍ତି । ଏନେଇ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳଙ୍କ ସହ ଜଗନ୍ନାଥ ସେନାର ବୈଠକ ହୋଇଛି । ସେପଟେ ଚାରିଦ୍ୱାର ଖୋଲିବ ନେଇ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ । ଆସନ୍ତା ଅକ୍ଟୋବର ୩ ତାରିଖରେ ଶାନ୍ତିପୂର୍ଣ୍ଣ ଓଡ଼ିଶା ବନ୍ଦ ଡାକରା ପ୍ରସଙ୍ଗରେ ସରକାରଙ୍କ ସହ ଶ୍ରୀ ଜଗନ୍ନାଥ ସେନାର ଆଲୋଚନା ବିଫଳ ହୋଇଛି । ଆସନ୍ତା ୭୨ ଘଣ୍ଟା ଭିତରେ ଲିଖିତ ପ୍ରତିଶ୍ରୁତି ନ ଦେଲେ ଆନ୍ଦୋଳନ ନିଷ୍ପତ୍ତିରୁ ଓହରିବ ନାହିଁ ବୋଲି କହିଛି ଶ୍ରୀଜଗନ୍ନାଥ ସେନା ।

 

ସେପଟେ ଆଜି ଶ୍ରୀମନ୍ଦିରରେ (Srimandir) ମହାପ୍ରଭୁଙ୍କ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ନୀତି (Parswa Paribartan Ekadasi ritual) ଅନୁଷ୍ଠିତ ହେବ । ଏଥିପାଇଁ ଆଜି ସକାଳୁ ମହାପ୍ରଭୁଙ୍କ (Mahaprabhu shri jagannatha) ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଛି । ସକାଳ ଧୂପ ଓ ଭୋଗମଣ୍ଡପ ପରେ ଶ୍ରୀବିଗ୍ରହଙ୍କୁ ମହାସ୍ନାନ କରାଯାଇ ନୂଆ ଲୁଗା ଓ ଚନ୍ଦନ ଲାଗି କରାଯିବ । ସନ୍ଧ୍ୟା ଆଳତୀ ପରେ ଏକାଦଶୀ ବେଢାକୁ ମଦନ ମୋହନ ବିଜେ କରିବା ପରେ ବେଢା ପରିକ୍ରମା କରି ଅନ୍ୟାନ୍ୟ ନୀତିକାନ୍ତି ବଢିବ । ମଙ୍ଗଳବାର ଦିନ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ସହ ଶ୍ରୀନହରରେ ଗଜପତି ମହାରାଜଙ୍କ ସୁନିଆ ଉତ୍ସବ ପାଳନ କରାଯିବ । ତେବେ ଆଜି ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ପାଇଁ ଚଳଚଞ୍ଚଳ ହୋଇପଡିଛି ଶ୍ରୀମନ୍ଦିର। ସକାଳୁ ସକାଳୁ ମହାପ୍ରଭୁଙ୍କ ଦର୍ଶନ ଟିକେ କରିବା ପାଇବା ପାଇଁ ହଜାର ହଜାର ଭକ୍ତଙ୍କ ଗହଳି ଜମିଛି। ଶ୍ରୀମନ୍ଦିର କାର୍ଯ୍ଯାଳୟ ଠାରୁ ସିଂହଦ୍ଵାର ପର୍ଯ୍ୟନ୍ତ ଲମ୍ବା ଲାଇନ ଲାଗିଛି। ମହାପ୍ରଭୁଙ୍କ ପାର୍ଶ୍ଵ ପରିବର୍ତ୍ତନ ନୀତି ଥିବାରୁ ମହାପ୍ରଭୁଙ୍କ ସାନିଧ୍ୟ ନେଉଛନ୍ତି ଭକ୍ତ। ସେପଟେ ଗତକାଲି ଶ୍ରୀକୃଷ୍ଣ ଲିଳାର ଥିଲା ଅନ୍ତିମ ଦିନ। ମହାପ୍ରଭୁ କଂସାସୁରକୁ ବଦ୍ଧ କରିଥିଲେ।

Also Read-Odisha News: ଏହି ଦିନ ଠାରୁ ଭୁବନେଶ୍ବରରେ ଅହୋରାତ୍ର ଧାରଣା ଦେବେ ଅଙ୍ଗନବାଡି କର୍ମୀ

Also Read-Mansoon Session: ଦ୍ୱିତୀୟ ଦିନରେ ବିରୋଧୀଙ୍କ ହଟ୍ଟଗୋଳ, ଗୃହ ମୁଲତବୀ

Read More
{}{}