Hindi News >>Home >>Odisha State

Puri: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବଳିବାମନ ବେଶ

Jagannath Temple: ବଳଭଦ୍ର ରାଜ ବେଶ ଧାରଣ କରିବାକୁ ଥିବାବେଳେ ଦେବୀ ସୁଭଦ୍ରା ସାଧାରଣ ବେଶରେ ସଜ୍ଜିତ ହେବେ । ଦ୍ବିପ୍ରହର ଧୂପ ସରିବା ପରେ କାଳିଆ ସାଆନ୍ତଙ୍କୁ ବାମନ ବେଶରେ ସଜ୍ଜିତ କରାଯିବ । ଶ୍ରୀଜିଉଙ୍କ ଏହି ବେଶ ବଡ଼ ସିଂହାର ପୂଜା ପର୍ଯ୍ୟନ୍ତ ରହିବ। 

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Sep 27, 2023, 11:22 AM IST

Bali Bamana Besha: ମଙ୍ଗଳବାର ଦିନ ସମ୍ପର୍ଣ୍ଣ ହୋଇଛି ଶ୍ରୀଜିଉଙ୍କ ବାମନ ନୀତି । ଆଜି ଶ୍ରୀମନ୍ଦିରରେ (Puri Jagannath Temple) ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବଳିବାମନ ବେଶ (Bali Bamana Besha) । ଏନେଇ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ବାମନ ରୂପୀ ବାଳକ ରୂପରେ ରତ୍ନ ସିଂହାସନରେ ଉଭା ହେବେ ଶ୍ରୀଜିଉ । ବଳଭଦ୍ର ରାଜ ବେଶ ଧାରଣ କରିବାକୁ ଥିବାବେଳେ ଦେବୀ ସୁଭଦ୍ରା ସାଧାରଣ ବେଶରେ ସଜ୍ଜିତ ହେବେ । ଦ୍ବିପ୍ରହର ଧୂପ ସରିବା ପରେ କାଳିଆ ସାଆନ୍ତଙ୍କୁ (Lord Jagannath) ବାମନ ବେଶରେ ସଜ୍ଜିତ କରାଯିବ । ଶ୍ରୀଜିଉଙ୍କ ଏହି ବେଶ ବଡ଼ ସିଂହାର ପୂଜା ପର୍ଯ୍ୟନ୍ତ ରହିବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସ୍ବର୍ଣ୍ଣ ଅଳଙ୍କାର ବିଭୂଷିତ କରାଯିବ। ବିଶ୍ବାସ ରହିଛି, ମହାପ୍ରଭୁ ବିଷ୍ଣୁ ପଞ୍ଚମ ଅବତାରରେ ବାମନ ରୂପ ନେଇ ବଳି ମହାରାଜଙ୍କୁ ପାତାଳରେ ଚାପି ଦେଇଥିଲେ । ସେହି ସ୍ମୃତିକୁ ବହନ କରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ ଶହ ଶହ ବର୍ଷ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି ।

ସେପଟେ ମଙ୍ଗଳବାର ଦିନ ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥିରେ ଶ୍ରୀନଅରରେ ପାଳିତ ହୋଇଛି ସୁନିଁଆ ଉତ୍ସବ (Sunia Utsav) । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆରମ୍ଭ ହୋଇଛି ନୂଆ ସାଲ । ସନାତନ ଧର୍ମରେ ପାଞ୍ଜି ଓ ଅଙ୍କ ଗଣନାର ବିଶେଷ ମହତ୍ୱ ରହିଥିବା ବେଳେ ସୁନିଆଁ ଅବସରରେ ଶ୍ରୀନହର ପ୍ରାଙ୍ଗଣରେ ଥିବା କନକ ଦୁର୍ଗା ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା । ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟ ସିଂହ ଦେବଙ୍କର (Gajapati Maharaja Dibyasingha Deb) ଆରମ୍ଭ ହୋଇଛି ୬୭ ଅଙ୍କର ପ୍ରବେଶ ।

Also Read-Weather: ୨ ଦିନ ଶୁଖିଲା ରହିବ ପାଗ! ଏହି ଦିନରୁ ପୁଣି ଭିଜିବ ଓଡ଼ିଶା

ପ୍ରକାଶ ଥାଉ କି, ଯଦି ଉଭୟ ଅଙ୍କର ସ୍ଥାନୀୟମାନ ସମାନ ପଡି଼ଥାଏ ତେବେ ତାହାକୁ ବାଦ ଦିଆଯାଇଥାଏ । ସେହିପରି ଗତବର୍ଷ ଦିବ୍ୟସିଂହ ଦେବଙ୍କ ୬୫ ଅଙ୍କ ପ୍ରବେଶ କରିଥିବା ବେଳେ ଚଳିତ ବର୍ଷ ୬୭ ଅଙ୍କ ପ୍ରବେଶ କରିଛି । ପରମ୍ପରା ଅନୁଯାୟୀ, ରାଜଗାଦିରେ ବସିବା ଦିନଠାରୁ ଅଙ୍କ ଗଣନା ଆରମ୍ଭ ହୋଇଥାଏ । ପ୍ରତ୍ୟେକ ବର୍ଷ ଏହି ଅଙ୍କ ଗଣନା ମୁତାବକ ପରମ୍ପରା ଚାଲୁ ରହୁଥିବା ବେଳେ ପୁଣି ନୂଆ ରାଜା ଅଭିଷିକ୍ତ ହେଲେ ମୂଳରୁ ଅଙ୍କ ଗଣନା ହୋଇଥାଏ । ସେହିଭଳି ସାଲ ବା ମସିହାର ପ୍ରଚଳନ ହୋଇଥାଏ । ସୁନିଆରେ ହେଉଥିବା ଅଙ୍କ ଗଣନା ଅନୁସାରେ ହିଁ ରାଜନଅରରେ ସମସ୍ତ ନବଜାତକଙ୍କ ଜାତକ ପ୍ରସ୍ତୁତ ହୋଇଥାଏ । ଅନ୍ୟପଟେ ଏହି ତିଥିରେ ରାମାଭିଷେକଙ୍କୁ ମଧ୍ୟ ପୂଜା କରାଯାଇଥାଏ ।

Also Read-Asian Games: ଚତୁର୍ଥ ଦିନରେ ଭାରତକୁ ଗୋଲ୍ଡ,, ସୁଟିଂରେ ବାଜି ମାରିଲେ 'ସୁନା' ଝିଅ

 

 

 

 

 

 

 

Read More
{}{}