Hindi News >>Home >>Odisha State

Jagannath Temple: ମଙ୍ଗଳବାର ରତ୍ନଭଣ୍ତାରରେ ହେବ ଲେଜର ସ୍କାନିଂ

Ratna Bhandar laser scanning: ମଙ୍ଗଳବାର ଶ୍ରୀମନ୍ଦିର ରତ୍ନଭଣ୍ତାରରେ ହେବ ଲେଜର ସ୍କାନିଂ । ଏନେଇ ଏଏସଆଇକୁ ଅନୁମତି ପ୍ରଦାନ କରାଯାଇଛି । ସ୍କାନିଂ ପରେ ରିପୋର୍ଟ ଦେଇ ବୈଷୟିକ କମିଟି ସହ ଆଲୋଚନା କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Nov 27, 2023, 02:09 PM IST

Jagannath Temple laser scanning: ମଙ୍ଗଳବାର ଶ୍ରୀମନ୍ଦିର ରତ୍ନଭଣ୍ତାରରେ ହେବ ଲେଜର ସ୍କାନିଂ । ଏନେଇ ଏଏସଆଇକୁ ଅନୁମତି ପ୍ରଦାନ କରାଯାଇଛି । ସ୍କାନିଂ ପରେ ରିପୋର୍ଟ ଦେଇ ବୈଷୟିକ କମିଟି ସହ ଆଲୋଚନା କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

ସୂଚନାଯୋଗ୍ୟ, କାର୍ତ୍ତିକ ପୂର୍ଣ୍ଣିମା ମାସରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ଣ୍ଣିମା ପର ଦିନ ସ୍କାନିଂ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ରତ୍ନଭଣ୍ଡାର ବାହାର ପଟ କାନ୍ଥର ପ୍ରଥମେ ସ୍କାନିଂ କରାଯିବା ପରେ କେଉଁ ସ୍ଥାନରେ ଫାଟ ଓ ଅନ୍ୟାନ୍ୟ ସମସ୍ୟା ରହିଛି, ତାହା ଚିହ୍ନଟ କରାଯିବ । ଲେଜର ସ୍କାନିଂ ପାଇଁ ଏଏସାଆଇକୁ ଯାହା କିଛି ସହଯୋଗ ଆବଶ୍ୟକ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାହା ଯୋଗାଇ ଦିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ଆବଶ୍ୟକ ପଡ଼ିଲେ ଭିତର ରତ୍ନଭଣ୍ଡାର ସହ ଅନ୍ୟାନ୍ୟ ପାର୍ଶ୍ବ ଦେବାଦେବୀ ମନ୍ଦିରରେ ମଧ୍ଯ ସ୍କାନିଂ କରାଯିବା ନେଇ ଏଏସଆଇକୁ (ASI) ପରାମର୍ଶ ଦିଆଯାଇଛି । ସେପଟେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନାଟ ମଣ୍ତପ ମରାମତି ପାଇଁ ଏବେ ଭାର ବନ୍ଧା ସରିଥିବା ବେଳେ  ଖୁବଶୀଘ୍ର ଏହାର ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ମତ ଦେଇଛନ୍ତି ।

ଏହା ବି ପଢନ୍ତୁ-VK Pandian: ବିଜେଡିରେ ଯୋଗଦେଲେ ନବୀନଙ୍କ ‘ଶିଷ୍ୟ’ କାର୍ତ୍ତି

ଅନ୍ୟପଟେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜ ରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଛି । ଭୋର ୫ଟାରେ ମଙ୍ଗଳ ଆରତୀ, ମଇଲମ, ଓ ବଢ଼ି ଅବକାଶ ନୀତି ସମ୍ପର୍ଣ୍ଣ ହେବା ପରେ ଶ୍ରୀଜୀଉଙ୍କ ରାଜ ରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଛି । କୀରିଟି, ଶ୍ରୀଭୁଜ, ଶ୍ରୀପୟର, କଦମ୍ବ ମାଳି ସହ ମହଣ ମହଣ ସ୍ୱର୍ଣ୍ଣାଳଙ୍କାରରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ସେପଟେ ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ୟବସ୍ଥା କରାଯାଇଛି। ଏତିକି କି, ବ୍ୟାରିକେଡ଼କୁ ମାର୍କେଟ ଛକ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ବରିଷ୍ଠ ନାଗରିକ ଓ ଦିବ୍ଯାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପଡେସ୍କ୍ ଓ ବିଶ୍ରାମ ପାଇଁ ସ୍ୱତନ୍ତ୍ର ସେଡ୍ ର ବ୍ୟବସ୍ଥା ହୋଇଛି । ଅନ୍ୟପଟେ ଶ୍ରଦ୍ଧାଳୁଙ୍କ ପାଇଁ ଶୌଚାଳୟ ଓ ପାନୀୟ ଜଳ ମଧ୍ଯ ବ୍ଯବସ୍ଥା କରାଯାଇଛି। ଗହଳିକୁ ଦୃଷ୍ଟିରେ ରଖି ପ୍ରାୟ ୬୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଏଥିରେ ୬ ଜଣ ଅତିରିକ୍ତ ଏସପି, ୧୮ ଜଣ ଡିଏସପି ନିୟୋଜିତ ହୋଇଛନ୍ତି ।

 

Read More
{}{}