Hindi News >>Home >>Odisha State

Puri Jagannath Temple: ଶ୍ରୀମନ୍ଦିରରେ ପାରମ୍ପରିକ ପୋଷାକ ବ୍ୟବସ୍ଥା ସହ ମାତୃ-ଶିଶୁ କେନ୍ଦ୍ର ଖୋଲିବା ନେଇ ଉଠିଲା ଦାବି

Puri Jagannath Temple: ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ମୋବାଇଲ୍‌ ଫୋନ ସଂପୂର୍ଣ୍ଣ ନିଷେଧ କରାଯାଉ। ସେହିପରି ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଭକ୍ତ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିଥାନ୍ତି। କିନ୍ତୁ କିଛି ଭକ୍ତ ଆପତ୍ତିଜନକ ଅଶ୍ଳୀଳ ପୋଷାକ ପରିଧାନ କରି ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି। ଏହାଦ୍ବାରା ମନ୍ଦିର ପରିସରର ଆଧ୍ୟାତ୍ମିକତା ଓ ପରମ୍ପରା ନଷ୍ଟ ହେଉଛି’ ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Aug 20, 2023, 08:40 AM IST

Puri Jagannath Temple: ଶ୍ରୀମନ୍ଦିର ଖୁଣ୍ଟିଆ ନିଯୋଗ ଭିତର ଛାମୁ ସେବାୟତ କମିଟି ଶନିବାର ଦିନ ୫-ଟି ସଚିବଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ରରେ ଶ୍ରୀମନ୍ଦିରରେ ପାରମ୍ପରିକ ପୋଷାକ ବ୍ୟବସ୍ଥା ଲାଗୁ, ଫିଡ଼ିଂ ଲାଗି ମାତୃ-ଶିଶୁ କେନ୍ଦ୍ର ଖୋଲିବା ସହ ମୋବାଇଲ କଟକଣାକୁ କଡ଼ାକଡି କରିବା ନେଇ ଦାବି କରାଯାଇଛି । ସୂଚନା ଥାଉ କି, ଶ୍ରୀମନ୍ଦିର ଖୁଣ୍ଟିଆ ନିଯୋଗ ଭିତର ଛାମୁ ସେବାୟତ କମିଟି ସଭାପତି କହିଛନ୍ତି, ‘ଶ୍ରୀମନ୍ଦିରକୁ ଅବାଧରେ ବହୁ ଲୋକେ ମୋବାଇଲ ଫୋନ ନେଇ ପ୍ରବେଶ କରୁଛନ୍ତି । ୨୦୧୫ ନବକଳେବର ସମୟରୁ ଶ୍ରୀମନ୍ଦିରକୁ ମୋବାଇଲ ଫୋନ ନିଷେଧ ନେଇ ନିଯୋଗ ପକ୍ଷରୁ ବାରମ୍ବାର ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ ବି ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରୁନାହିଁ । ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ମୋବାଇଲ୍‌ ଫୋନ ସଂପୂର୍ଣ୍ଣ ନିଷେଧ କରାଯାଉ। ସେହିପରି ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଭକ୍ତ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିଥାନ୍ତି। କିନ୍ତୁ କିଛି ଭକ୍ତ ଆପତ୍ତିଜନକ ଅଶ୍ଳୀଳ ପୋଷାକ ପରିଧାନ କରି ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି। ଏହାଦ୍ବାରା ମନ୍ଦିର ପରିସରର ଆଧ୍ୟାତ୍ମିକତା ଓ ପରମ୍ପରା ନଷ୍ଟ ହେଉଛି’ ।

ସୂଚନାଯୋଗ୍ୟ, ଦକ୍ଷିଣ ଭାରତର ପ୍ରାୟ ସମସ୍ତ ପ୍ରମୁଖ ମନ୍ଦିର ମାନଙ୍କରେ ଡ୍ରେସ କୋଡ଼ର ନିୟମ ରହିଛି । ତେବେ ଏହି କ୍ରମରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ଲାଗି ଡ୍ରେସ୍ କୋଡ଼ ବ୍ୟବସ୍ଥା କରିବା ନେଇ ପୂର୍ବରୁ ଦଇତାପତି ନିଯୋଗ (Daitapati Nijog) ମଧ୍ୟ ଦାବି କରିଥିଲା । ଶ୍ରୀମନ୍ଦିରକୁ ଦର୍ଶନ ଲାଗି ଆସୁଥିବା ଅନେକ ଭକ୍ତ ଶାଳୀନତା ରକ୍ଷା କରୁନଥିବା ଭଳି ପୋଷାକ ପରିଧାନ କରୁଛନ୍ତି । ଯାହାକି ଜଗନ୍ନାଥଙ୍କ ପରମ୍ପରା ଓ ସଂସ୍କୃତି ଆଘାତ ପହଁଞ୍ଚାଉଛି ବୋଲି ଦଇତାପତି ନିଯୋଗର ସଂପାଦକ ରାମକୃ କୃଷ୍ଣ ଦାସମହାପାତ୍ର ମତ ଦେଇଥିଲେ । ଶ୍ରୀମନ୍ଦିରକୁ ଆଧୁନିକ ବା ପାଶ୍ଚାତ୍ୟ ଡ୍ରେସ ପିନ୍ଧି ଆସୁଥିବା ଭକ୍ତଙ୍କୁ ପ୍ରବେଶ ପୂର୍ବରୁ ଅଟକାଯାଇ ଚେଞ୍ଜିଂ ରୁମରେ (change room) ପୋଷାକ ବଦଳାଇ ମନ୍ଦିର ଭିତରକୁ ଛଡ଼ାଯିବା ନେଇ ବ୍ୟବସ୍ଥା କରାଯାଉ । ସେହିପରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଲାଗି ଯାଉଥିବା ମହିଳା ଓ ଯୁବତୀମାନେ ଶରୀରକୁ ସମ୍ପୂର୍ଣ୍ଣ ଘୋଡେଇ ରଖିବା ଭଳି ପେଷାକ ପିନ୍ଧିବା ସହ ପୁରୁଷ ମାନେ ଧୋତି, ଗାମୁଛା କିମ୍ବା ମଠା ପିନ୍ଧିବା ନେଇ ଦଇତାପତି ନିଯୋଗ ପ୍ରସ୍ତାବ ଦେଇଥିଲା । ତେବେ ଶ୍ରୀମନ୍ଦିର ପରିଚାଳନା କମିଟି ଏ ଦିଗରେ ନିଷ୍ପତି ନିଅନ୍ତୁ ବୋଲି ଦଇତାପତି ନିଯୋଗ (Daitapati Nijog) ପକ୍ଷରୁ ନିବେଦନ କରାଯାଇଥିବା ବେଳେ ଏବେ ଛାମୁ ସେବାୟତ କମିଟି ସଭାପତି ଶ୍ରୀମନ୍ଦିରରେ ପାରମ୍ପରିକ ପୋଷାକ ପରିଧାନ କରି ପ୍ରବେଶ କରିବାର ନିର୍ଦ୍ଦେଶନାମା ଜାରି କରାଯିବା ନେଇ ଦାବି କରିଛନ୍ତି । ଏନେଇ ଲୋକମାନଙ୍କୁ ବ୍ୟାପକ ସଚେତନତା ମଧ୍ଯ କରାଯାଉ ବୋଲି କୁହାଯାଇଛି। ସେହିପରି ଦେଶର ଅନ୍ୟ ପ୍ରମୁଖ ମନ୍ଦିରରେ ଫିଡିଂ ଲାଗି ମାତୃ-ଶିଶୁ କେନ୍ଦ୍ର ରହିଛି। କିନ୍ତୁ ଶ୍ରୀମନ୍ଦିରରେ ବର୍ତ୍ତମାନ ସୁଦ୍ଧା ଏହି ବ୍ୟବସ୍ଥା କରାଯାଇନାହିଁ, ଫଳରେ ଯେଉଁ ମାଆ ମାନେ ନିଜର ଛୋଟ ଛୁଆମାନଙ୍କୁ ନେଇ ଆସୁଛନ୍ତି, ସେମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ଯଥାଶୀଘ୍ର ଶ୍ରୀମନ୍ଦିର ବେଢ଼ାରେ ୪ଟି ମାତୃ-ଶିଶୁ କେନ୍ଦ୍ର ଖୋଲିବାକୁ ନିଯୋଗ ପକ୍ଷରୁ ଦାବି କରାଯାଇଛି । ଯେଉଁଠି ବିନା ବାଧାରେ ମାମାନେ ଶିଶୁର ଯତ୍ନ ନେବା ସହ ସ୍ତନ୍ୟପାନ କରାଇପାରିବେ।

Also Read-Weather Update: ଆଗାମୀ ୩ ଦିନ ଯାଏଁ ଶୁଖିଲା ରହିବ ପାଗ, ଏହି ଦିନଠାରୁ ପୁଣି ବଢିପାରେ ବର୍ଷା!

ପ୍ରକାଶ ଥାଉ କି, ୨୦୨୧ ମସିହାରେ ଶ୍ରୀନ୍ଦିରରେ ସେବାୟତମାନଙ୍କ ଲାଗି ଡ୍ରେସ୍ କୋଡ଼ ନିୟମ ଲାଗୁ ହୋଇସାରିଛି । ଯଦି କୌଣସି ସେବାୟତ ଧୋତି,ପାଟ ବା ଗାମୁଛା ପିନ୍ଧିନଥିବେ ତାହାଲେ ତାଙ୍କୁ ସେବାପୂଜା ପାଇଁ ଅନୁମତି ମିଳିବନାହିଁ ବୋଲି ନାହିଁ ବୋଲି ନିୟମ କରାଯାଇଛି । ହେଲେ ଏହି ନିୟମ ବର୍ତ୍ତମାନ ସୁଦ୍ଧା ସଠିକ୍ ଭାବ ପାଳନ ହେଉନଥିବା ବେଳେ ଭକ୍ତ ପାଇଁ ଡ୍ରେସ୍ କୋଡ଼ ନିୟମ କେତେଦୂର କାର୍ଯ୍ୟକାରୀ ହୋଇପାରୁଛି ତାହା ଦେଖିବାକୁ ବାକି ରହିଲା ।

Read More
{}{}