Hindi News >>Home >>Odisha State

Puri: ବୁଧବାର ଶ୍ରୀଜିଉଙ୍କ ବନକଲାଗି ନୀତି, ଏତିକି ସମୟ ବନ୍ଦ ରହିବ ସାଧାରଣ ଦର୍ଶନ

Puri Jagannath Temple: ଠାକୁରଙ୍କ ସେବା ପୂଜାର ନୀତି ନିର୍ଘଣ୍ଟକୁ ନେଇ ବନକଲାଗି ସମୟ ଧାର୍ଯ୍ୟ ହେବା ନେଇ ସୂଚନା ରହିଛି । ମହାପ୍ରଭୁଙ୍କ ଏହି ସ୍ବତନ୍ତ୍ର ନୀତି ପାଇଁ ଆସନ୍ତାକାଲି ପ୍ରାୟ ୩ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହି ସମୟ ମଧ୍ଯରେ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯିବ ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Nov 07, 2023, 03:19 PM IST

Banaka Lagi Ritual: ବୁଧବାର ଦିନ ଶ୍ରୀମନ୍ଦିରରେ (Puri Jagannath Temple) ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବନକଲାଗି ନୀତି (Banaka Lagi Ritual) । ଏହି ଗୁପ୍ତନୀତି ନେଇ ଶ୍ରୀମନ୍ଦିରରେ ୪ ଘଣ୍ଚା ଧରି ସାଧାରଣ ଦର୍ଶନ ବନ୍ଦ ରହିବ। ସୂଚନା ଅନୁଯାୟୀ, ବୁଧବାର କାର୍ତ୍ତିକ-କୃଷ୍ଣ ଦଶମୀ ମଳ ତିଥିରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ବିତୀୟ ଭୋଗମଣ୍ତପ ନୀତି ସରିବା ପରେ ବନକଲାଗି କରାଯିବ । ଦତ୍ତ ମହାପାତ୍ର ସେବକ ଶ୍ରୀଜିଉଙ୍କ ଶ୍ରୀମୁଖ ସିଂହାର କରିବା ଲାଗି ଗର୍ଭଗୃହକୁ ପ୍ରବେଶ କରିବେ। ପାଳିଆ ପୁଷ୍ପାଳକ, ଚାଙ୍ଗଡ଼ା ମେକାପ, ମୁଦୁଲି, ପାଳିଆ ପୂଜାପଣ୍ତା ସେବକମାନେ ମଧ୍ୟ ଏହି ନୀତି ସମ୍ପାଦନରେ ଯୋଗଦେବେ। ମହାପ୍ରଭୁଙ୍କ ଏହି ସ୍ବତନ୍ତ୍ର ନୀତି ପାଇଁ ଆସନ୍ତାକାଲି ଅପରାହ୍ନ ୫ଟାରୁ ରାତି ୯ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସମୟ ମଧ୍ଯରେ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯିବ । ରାତି ୯ଟା ପରେ ଦର୍ଶନ ସ୍ବାଭାବିକ ହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। 

କ’ ଏହି ବନକ ଲାଗି ନୀତି

ପ୍ରତି ମାସରେ ଦୁଇ ଥର ଶ୍ରୀଜୀଉଙ୍କ ମୁଖଶ୍ରୀର ପ୍ରସାଧନ ବା ବନକ ଲାଗି ହୋଇଥାଏ । ‘ଦତ୍ତ ମହାପାତ୍ର’ ଗୋଷ୍ଠୀର ସେବକମାନଙ୍କ ଦ୍ବାରା ବନକଲାଗି ନୀତି କରାଯାଇଥାଏ । ଦି’ପ୍ରହର ଧୂପ ଶେଷ ହେବା ପରେ ଶ୍ରୀମନ୍ଦିର ସମସ୍ତ ଦ୍ବାର ବନ୍ଦ କରାଯାଇ ଏହି ନୀତି ସମାପନ କରାଯାଇଥାଏ । ଦତ୍ତ ମହାପାତ୍ର ସେବକମାନେ ରତ୍ନ ସିଂହାସନ ଉପରକୁ ଯାଇ ଦେବତାମାନଙ୍କର ମୁଖ ସିଂହାର କରିଥାଆନ୍ତି । ଏହି ଗୁପ୍ତନୀତି ସମାପନ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହିଥାଏ । ତିନି ଦାରୁମୂର୍ତ୍ତିଙ୍କ ମୁଖ ମଣ୍ଡଳରେ ଶୃଙ୍ଗାରକୁ ବନକଲାଗି କୁହାଯାଏ ।

ମହାପ୍ରଭୁଙ୍କ ମୁଖମଣ୍ଡଳରେ ଥିବା ରଙ୍ଗବିନ୍ୟାସ ଭକ୍ତଙ୍କୁ ଆକର୍ଷିତ କରିଥାଏ । ରଙ୍ଗବିନ୍ୟାସ ବା ବନକଲାଗି ନୀତି ଏକ ସ୍ୱତନ୍ତ୍ର ସେବାୟତ ଗୋଷ୍ଠୀଙ୍କ ଦ୍ବାରା କରାଯାଇଥାଏ । ଏମାନଙ୍କୁ ‘ଦତ୍ତ ମହାପାତ୍ର’ କୁହାଯାଏ । ଦତ୍ତ ମହାପାତ୍ର ସେବକ ରଙ୍ଗ ପ୍ରସ୍ତୁତ କରିବା ସହ ଏହି ରଙ୍ଗକୁ ବିଗ୍ରହରେ ଲଗାଇବା । ରଙ୍ଗ ସହିତ କସ୍ତୁରୀ ଓ କେଶର ଭଳି ଦାମୀ ସୁବାସିତ ପଦାର୍ଥ ବ୍ୟବହୃତ ହୋଇଥାଏ । ଥରେ ବନକଲାଗି ପାଇଁ ୭ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ। ବଜାରରେ ମିଳୁଥିବା ରଙ୍ଗ ବନକ ଲାଗିରେ ବ୍ୟବହାର ହୋଇନଥାଏ ।

ମହାପ୍ରଭୁଙ୍କ ବନକ ଲାଗିରେ ବ୍ୟବହୃତ ରଙ୍ଗ ପ୍ରସ୍ତୁତ ପାଇଁ ଭିତର ବେଢାର ଉତ୍ତର ପଟେ ଗୋଟିଏ କୋଠରୀ ରହିଛି । ଏହାକୁ ‘ବନକଲାଗି ଘର’ କୁହାଯାଏ । ଶଙ୍ଖକୁ ଚୂର୍ଣ୍ଣ କରି ଧଳାରଙ୍ଗ, ହରିତାଳରୁ ହଳଦିଆ ଓ ହିଙ୍ଗୁଳରୁ କଳା ପ୍ରସ୍ତୁତ ହୁଏ । ଏସବୁ ରଙ୍ଗରେ କର୍ପୁର ଓ କସ୍ତୁରୀ ମିଶିଥାଏ । କସ୍ତୁରୀ ଯୋଗୁଁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜଳ ଓ ମସୃଣ ରହେ । ରତ୍ନସିଂହାସନ ଆଗରେ ଯେଉଁ ଭୋଗ ବଢାହୁଏ ତା’ର ଗରମବାଷ୍ପ ଯୋଗୁଁ ମୁଖମଣ୍ଡଳର ଉଜ୍ଜଳତା କମିଯାଏ । କସ୍ତୁରୀ ବ୍ୟବହାର ଯୋଗୁଁ ବନକଲାଗିରେ ବ୍ୟବହୃତ ରଙ୍ଗ ଦୀର୍ଘ- ସ୍ଥାୟୀ ହୋଇଥାଏ  ।

Also Read-Maheswar Mohanty no more: ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଦେହାନ୍ତ..

Read More
{}{}