Hindi News >>Home >>Odisha State

Puri News: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ରାଧା ଦାମୋଦର ବେଶରେ ଦର୍ଶନ କରୁଛନ୍ତି ବତ୍ରଧାରୀ

Kartik Month: ଆରମ୍ଭ ହୋଇଯାଇଛି ପବିତ୍ର କାର୍ତ୍ତିକ ମାସ (Kartik Month)। ଧାର୍ମିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଏହି ମାସର ବିଶେଷ ମହତ୍ବ ରହିଛି । ଚଳିତ ବର୍ଷ କାର୍ତ୍ତିକ ମାସ ୨୯ ଅକ୍ଟୋବରରୁ ଆରମ୍ଭ ହୋଇ ୨୭ ନଭେମ୍ବର ପର୍ଯ୍ୟନ୍ତ ଚାଲିବ । ତେବେ କାର୍ତ୍ତିକ ମାସ ନେଇ ଚଳଞ୍ଚଚଳ ହୋଇଉଠିଛି ପୁରୀ ଶ୍ରୀକ୍ଷେତ୍ର (Srikhetra) । ଆଉ ଆଜି ହେଉଛି ଏହି ପବିତ୍ର ମାସର ତୃତୀୟ ଦିନ ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Oct 31, 2023, 08:59 AM IST

Kartik Month 2023: ଆରମ୍ଭ ହୋଇଯାଇଛି ପବିତ୍ର କାର୍ତ୍ତିକ ମାସ (Kartik Month)। ଧାର୍ମିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଏହି ମାସର ବିଶେଷ ମହତ୍ବ ରହିଛି । ଚଳିତ ବର୍ଷ କାର୍ତ୍ତିକ ମାସ ୨୯ ଅକ୍ଟୋବରରୁ ଆରମ୍ଭ ହୋଇ ୨୭ ନଭେମ୍ବର ପର୍ଯ୍ୟନ୍ତ ଚାଲିବ । ତେବେ କାର୍ତ୍ତିକ ମାସ ନେଇ ଚଳଞ୍ଚଚଳ ହୋଇଉଠିଛି ପୁରୀ ଶ୍ରୀକ୍ଷେତ୍ର (Srikhetra) । ଆଉ ଆଜି ହେଉଛି ଏହି ପବିତ୍ର ମାସର ତୃତୀୟ ଦିନ ।

ସୂଚନା ଅନୁଯାୟୀ, ବ୍ରତଧାରୀମାନେ ମହୋଦଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀରେ ସ୍ନାନ କରି ଗୁଆ, ନାରିକେଳ ଟେକି ମାଆ ବୃନ୍ଦାବତୀଙ୍କ ନିକଟରେ ବ୍ରାହ୍ମଣଙ୍କ ଦ୍ୱାରା ସଂକଳ୍ପ କରି ପୂଜା ଆରମ୍ଭ କରିଛନ୍ତି । ତୁଳସୀ ଚଉରା ମୂଳରେ ରାଇ ଦାମୋଦର ପୂଜା ସହ ହବିଷ ଖାଇ କାର୍ତ୍ତିକ ବ୍ରତ (Kartika Brata) ଓ ପୁରାଣ ପାଠ କରୁଛନ୍ତି ହବିଷ୍ୟାଳି । ସ୍ୱତନ୍ତ୍ର ବ୍ୟାରିକେଡ୍ ମାଧ୍ୟମରେ ବ୍ରତଧାରୀ ମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ (Radha Damodar Besha) ଦର୍ଶନ କରୁଛନ୍ତି। ସେପଟେ ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନାରେ (Habisyali Brata Yojana) ୩ ହଜାରରୁ ଅଧିକ ହବିଷ୍ୟାଳିମାନେ ୫ଟି ସ୍ଥାନରେ ଏକତ୍ର ରହି ବ୍ରତ ପାଳନ କରୁଛନ୍ତି । ହବିଷ୍ୟାଳିମାନଙ୍କୁ (Habisiali) ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଦାୟିତ୍ୱରେ ଥିବା ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ଆଇନ ଶୃଙ୍ଖଳା, ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା, ଦର୍ଶନ ବ୍ୟବସ୍ଥା ଓ ଟ୍ରାଫିକ ନିୟନ୍ତ୍ରଣ ନେଇ ବ୍ୟବସ୍ଥା ହୋଇଛି। ଅଧିକାରୀମାନଙ୍କୁ ନିଜ ଦାୟିତ୍ୱ ନିଷ୍ଠାର ସହ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

ଏହା ବି ପଢନ୍ତୁ-Odisha Governor Raghubar Das: ମହାପ୍ରଭୁଙ୍କୁ ଦର୍ଶନ ପରେ ଆଜି ଶପଥ ନେବେ ନବନିଯୁକ୍ତ ରାଜ୍ୟପାଳ

ସେପଟେ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ହବିଷ୍ଯାଳିଙ୍କ ସ୍ନାନ ସହ ଗୋଟିଏ ଓଳି ମହାପ୍ରସାଦ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିସହିତ ପ୍ରତି ସରକାରୀ ଶିବିରରେ ଆକାଶ ଦ୍ୱୀପ,ଚଉଁରା, ତୁଳସୀ ଗଛ, ପୂଜାର୍ଚ୍ଚନା ଲାଗି ଫଳମୂଳର ବ୍ଯବସ୍ଥା କରାଯାଇଛି। ବ୍ରତ ବାନ୍ଧିବା ପାଇଁ ସ୍ୱତନ୍ତ୍ର ପୁରୋହିତ ଯୋଗାଇ ଦେଇଛନ୍ତି ସରକାର।

 

Read More
{}{}