Hindi News >>Home >>Odisha State

Puri: ନୀଳକନ୍ଦରରେ ବିରାଜମାନ କଲେ ଶ୍ରୀଜୀଉ; ରବିବାରରୁ ମିଳିଲା ନୀଳାଞ୍ଚଳ ଅବଢା

Puri Srimandir News: ଘୋଷଯାତ୍ରାରେ ନବଦିନାତ୍ମକ ଲୀଳାଖେଳା ସାରି ମହାପ୍ରଭୁ ଜନ୍ମବେଦୀରୁ ଫେରି ଆସି ଏବେ ରତ୍ନବେଦୀରେ ବିରାଜମାନ କରିଛନ୍ତି ମହାପ୍ରଭୁ। ନୀଳ କନ୍ଦରକୁ ଲୀଳାମୟଙ୍କ ଆଗମନ ପରେ ପୁଣି ଥରେ ଚଳଚଞ୍ଚଳ ହୋଇଉଠିଛି ଶ୍ରୀମନ୍ଦିର। 

Advertisement
Puri: ନୀଳକନ୍ଦରରେ ବିରାଜମାନ କଲେ ଶ୍ରୀଜୀଉ; ରବିବାରରୁ ମିଳିଲା ନୀଳାଞ୍ଚଳ ଅବଢା
Stop
Sanjaya Kumar Mohapatra|Updated: Jul 03, 2023, 12:17 AM IST

Nilanchal Abadha Puri: ନୀଳକନ୍ଦରରେ ବିରାଜମାନ କରିଛନ୍ତି ଶ୍ରୀଜୀଉ। ଗତକାଲି ନିଳାଦ୍ରୀ ବିଜେ ପରେ ରତ୍ନବେଦୀରେ ରୁନ୍ଧା ନୀତି ପରେ ପହୁଡ ହୋଇଥିଲେ। ଜୁଲାଇ ୨ ତାରିଖ ରବିବାର ସକାଳେ ୯:୧୪ ସମୟରେ ଦ୍ୱାର ଫିଟି ମହାପ୍ରଭୁଙ୍କ ହୋଇଥିଲା ମଙ୍ଗଳ ଆଳତୀ। ସେହିପରି ଦିନ ପ୍ରାୟ ସାଢେ ପାଞ୍ଚଟା ସମୟରେ ବାହାରିଥିଲା ନିଳାଦ୍ରୀ ଅବଢା। ସେପଟେ ରଥଯାତ୍ରାରେ ମହାପ୍ରଭୁଙ୍କୁ ଦର୍ଶନ କରି ପାରିନଥିବା ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆଜି ସକାଳୁ ଚାଲି ଆସିଥିଲେ। ସେପଟେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ସରି ଯାଇଥିବାରୁ ରଥରୁ ଘୋଡା, ସାରଥୀ, ପାର୍ଶ୍ଵ ଦେବାଦେବୀ ଆଦିକୁ ବାହାର କରି ଦିଆଯାଇଛି।

ଘୋଷଯାତ୍ରାରେ ନବଦିନାତ୍ମକ ଲୀଳାଖେଳା ସାରି ମହାପ୍ରଭୁ ଜନ୍ମବେଦୀରୁ ଫେରି ଆସି ଏବେ ରତ୍ନବେଦୀରେ ବିରାଜମାନ କରିଛନ୍ତି। ନୀଳ କନ୍ଦରକୁ ମହାପ୍ରଭୁ ଆଗମନ ପରେ ପୁଣି ଥରେ ଚଳଚଞ୍ଚଳ ହୋଇଉଠିଛି ଶ୍ରୀମନ୍ଦିର। ଗତକାଲି ସଅଳ ପହଣ୍ଡି ନୀତି ହୋଇଥିଲେ ମଧ୍ୟ ଭୋର ସମୟରୁ ରୁନ୍ଧାନିତି ଶେଷ ହେବା ସହ ମହାପ୍ରଭୁ ବଡସିଂହାର ଏବଂ ପହୁଡ ହୋଇଥିଲେ। ରବିବାର ସକାଳୁ ଅନ୍ଯାନ୍ଯ ନୀତି ବଢି ଦିନ ସାଢେ ପାଞ୍ଚଟା ସମୟରେ  ବାହାରିଥିଲା ନୀଳାଞ୍ଚଳ ଅବଢା। ମହାପ୍ରଭୁଙ୍କ ଅବଢା ପାଇବା ପାଇଁ ଆନନ୍ଦ ବଜାରରେ ଜମିଥିଲା ଭକ୍ତଙ୍କ ଭିଡ। ସେପଟେ ନୀଳାଞ୍ଚଳରେ ମହାପ୍ରଭୁଙ୍କ ଦର୍ଶନ ପାଇ ବେଶ୍ ଆତ୍ମୋବିଭୋର ହୋଇଛନ୍ତି ଭକ୍ତ। ଆନନ୍ଦ ବଜାର ହୋଇଉଠିଛି ଉତ୍ସବମୁଖର। ନୀଳାଚଳ ଅବଢା ପାଇ ଆତ୍ମତୃପ୍ତି ଲାଭ କରୁଛନ୍ତି ଭକ୍ତ। ସେପଟେ ଏବେ ପତିତପାବନଙ୍କ ନିକଟରେ ଜମିଛି ଭକ୍ତଙ୍କ ଗହଳି। ଦର୍ଶନ ସହିତ ରଥ ଛୁଇଁ ମନସ୍କାମନା ପୂର୍ଣ୍ଣ ପାଇଁ କାମନା କରୁଛନ୍ତି ଭକ୍ତ। 

ସେପଟେ ବଡଦାଣ୍ଡରେ ଆଉ ରଥଯାତ୍ରା ଭଳି ନାହିଁ ଗହଳିଚହଳି। ପ୍ରଭୁ ରତ୍ନବେଦୀକୁ ବିଜେ କରିବା ପରେ ରଥ ଉପରେ ଦେଖିବାକୁ ମିଳିଛି ଶୂନ୍ଯତା। ଏବେ ରତ୍ନବେଦୀରେ ବିରାଜ ମାନ କରିଛନ୍ତି ରଥର ଠାକୁର। ରଥରୁ ଘୋଡା, ସାରଥୀ, ପାର୍ଶ୍ୱ ଦେବାଦେବୀ, ଚାରମାଳ ଫିଟା ଯାଇ ଭୋଇ ସେକଙ୍କ ଦ୍ୱାରା ସେ ସବୁକୁ ଦୋଳବେଦୀ କୋଣରେ ରଖାଯାଇଛି। ପରେ ରଥଭଙ୍ଗା ନୀତି ଅନୁଷ୍ଠିତ ହେବ। ସେପଟେ ସ୍ନାନ ପୂର୍ଣ୍ଣିମା ପର ଠାରୁ ଏକମାସ ଧରି ନୀଳାଞ୍ଚଳ ଅବଢା ପାଇନଥିବା ମହାପ୍ରଭୁଙ୍କ ନିକଟରେ ଆଜି ଲାଗି ହୋଇଥିଲା ପ୍ରଥମ ନୀଳାଞ୍ଚଳ ଅବଢା। ଅବଢା ପାଇଁ ଖୁସିବ୍ଯକ୍ତ କରିଛନ୍ତି ଭକ୍ତ ଏବଂ ସେବାୟତ। ଚଳିତ ବର୍ଷ ଅନୁଷ୍ଠିତକ ହୋଇଥିବା ରଥଯାତ୍ରା ସମସ୍ତଙ୍କୁ ଦେଇଛି ଏକ ନୁଆ ଅନୁଭୀତି। ଆଉ ଏବେ ଆସନ୍ତା ବର୍ଷର ରଥଯାତ୍ରାକୁ ଅପେକ୍ଷା। 

 

Read More
{}{}