Hindi News >>Home >>Odisha State

Srimandir Banakalagi Niti: ବାଦ ବିବାଦ ପରେ ଅନୁଷ୍ଠିତ ହେବ ବନକଲାଗି ନୀତି

Banakalagi Niti Srimandir: ନିଳାଦ୍ରୀ ବିଜେ କରିବାର ୪୦ ଦିନ ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି।

Advertisement
Srimandir Banakalagi Niti: ବାଦ ବିବାଦ ପରେ ଅନୁଷ୍ଠିତ ହେବ ବନକଲାଗି ନୀତି
Stop
Zee Odisha Desk|Updated: Aug 09, 2023, 01:00 AM IST

Banakalagi Niti Update: ଆଜି ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ନିଳାଦ୍ରୀ ବିଜେ ପରେ ଅର୍ଥାତ ପ୍ରାୟ ୪୦ ଦିନ ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହିତ ବନକଲାଗି ନୀତି ଅନୁଷ୍ଠିତ ହେବା ନେଇ ଦତ୍ତମହାପାତ୍ର ନିଯୋଗକୁ ଅବଗତ କରାଯାଇଛି। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ।  

ବନକଲାଗି ମହାପ୍ରଭୁଙ୍କ ଏକ ଗୁପ୍ତ ନୀତି (Banakalagi Niti at Srimandir) ହୋଇଥିବାରୁ ସନ୍ଧ୍ଯା ଛଅଟାରୁ ରାତ୍ର ଏଗାରଟା ପର୍ଯ୍ୟନ୍ତ ଜୟବିଜୟ ଦ୍ୱାର (Jay Vijay Dwar Srimandir) ବନ୍ଦ ରହିବ। ଯାହା ଫଳରେ ଭକ୍ତ ୫ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ (Darshan of Lorad at Srimandir) କରିବାରୁ ବଞ୍ଚିତ ହେବେ। ସେପଟେ ଶ୍ରୀମନ୍ଦିର ପ୍ରଶାସନ (Srimandir Temple Administration) ପକ୍ଷରୁ ବନକଲାଗି ସାମଗ୍ରୀ ଦତ୍ତମହାପାତ୍ର ସେବକଙ୍କୁ ଯୋଗାଇ ଦିଆଯାଇଛି। ବନକଲାଗି ପେଡିରେ ହିଙ୍ଗୁଳ, ହରିତାଳ, କଇଁଥ ଅଠା, କସ୍ତୁରୀ, ଶଙ୍ଖ କଳା ଆଦି ବିଭିନ୍ନ ସାମଗ୍ରୀ ରହିଥାଏ। ସେପଟେ ଦତ୍ତମହାପାତ୍ର ନିଯୋଗ ଏବଂ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ସମନ୍ୱୟ ଅଭାବ କାରଣରୁ ବିବାଦୀୟ ପରିସ୍ଥିତି ଉପୁଜିଥିଲା। ଗତ ପରିଚାଳନା କମିଟି ବୈଠକରେ (Srimandir Management Committee Meeting) ଏହି ବିବାଦର ପୂର୍ଣ୍ଣଛେଦ ପକାଇଥିଲେ ସ୍ଥାୟୀ ଅଧ୍ଯକ୍ଷ ଗଜପତି ମହାରାଜା ଦିବ୍ଯସିଂହ ଦେବ (Gajapati Maharaja Dibyasingha Deb)। 

ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ହେବ। ମାତ୍ର ବୁଧବାର ଦିନ ଅଧିକ ନୀତି ଥିଲେ ତାହା ଗୁରୁବାର ହେବ ବୋଲି ପରିଚାଳନା କମିଟି ସ୍ପଷ୍ଟ କରିଥିଲେ। ସେପଟେ ରତ୍ନବେଦୀକୁ ଆସିବା ପର ଠାରୁ ମହାପ୍ରଭୁଙ୍କ ବନକଲାଗି ହୋଇନଥିଲା। ଦତ୍ତମହାପାତ୍ର ନିଯୋଗ ପକ୍ଷରୁ ଗୁରୁବାର ବନକଲାଗି କରିବାକୁ ଜିଦ୍ ଧରିଥିଲେ। ଦୀର୍ଘଦିନ ଧରି ବନକଲାଗି ନୀତି ନହେବା କାରଣରୁ ମହାପ୍ରଭୁଙ୍କ ଶ୍ରୀମୁଖ କଳା ପଡିଯାଇଥିଲା। ଯାହା ଫଳରେ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଥିଲା। ଅଗଷ୍ଟ ୮ ତାରିଖ ମଙ୍ଗଳବାର ନୀତି ହେବା ନେଇ ସ୍ପଷ୍ଟ ହେବା ପରେ ଭକ୍ତଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି। ସେପଟେ ସମସ୍ଯାର ସମାଧାନ ହୋଇଥିବାରୁ ଦତ୍ତମହାପାତ୍ର ସେବକ ଖୁସିବ୍ଯକ୍ତ କରିବା ସହ ସାମଗ୍ରୀ ଗ୍ରହଣ କରି ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ଅଗଷ୍ଟ ୯ ତାରିଖ ବୁଧବାର ହେବାକୁ ଯାଉଥିବା ବନକଲାଗି ନୀତିକୁ ନେଇ ଶ୍ରୀମନ୍ଦିର ପ୍ରଶାସକଙ୍କ ପକ୍ଷରୁ ଦତ୍ତମହାପାତ୍ର ସେବାୟତଙ୍କୁ ଅବଗତ କରାଯାଇଥିବା ବେଳେ ଆବଶ୍ୟକ ସାମଗ୍ରୀ ହିଙ୍ଗୁଳ, ହର୍ତାଳ, କେଶର, କଇଂଥ ଅଠା, କର୍ପୂର ଆଦି ସାମଗ୍ରୀ ଯୋଗାଇ ଦିଆଯାଇଛି। ସେମାନେ ମଙ୍ଗଳବାର ରାତିରେ ପହୁଡ଼ ପରେ ବନକଲାଗି ଘରେ ପ୍ରବେଶ କରି ଶ୍ରୀମୁଖ ଶୃଙ୍ଗାର ପାଇଁ ପ୍ରସ୍ତୁତି କରିବେ। ବନକଲାଗି ନୀତି ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବୁଧବାର ସନ୍ଧ୍ୟା ଛଅଟାରୁ ରାତି ଏଗରଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି। 

ସେପଟେ ବନକଲାଗି ହୋଇନଥିବାରୁ ମହାପ୍ରଭୁଙ୍କ ଶ୍ରୀମୁଖ ଦେଖିଲେ ଆଖିରୁ ଲୁହ ଆସିଯାଉଛି। ଏହା ଆମକୁ ଢେର କଷ୍ଟ ଦେଉଛି। ପ୍ରଶାସନ ଯେବେ ଚାହିଁବ ନୀତି ସେବେ କରିବୁ ବୋଲି ସ୍ପଷ୍ଟ କରିଛନ୍ତି ଦତ୍ତମହାପତ୍ର ନିଯୋଗ। ଆଉ ବିବାଦର ସମାଧାନ ହୋଇଯାଇଥିବାରୁ ଏହା ଉଭୟ ପ୍ରଶାସନ ଏବଂ ସେବାୟତଙ୍କ ପାଇଁ ଉତ୍ତମ ସମନ୍ବୟ ବୋଲି କହିଛନ୍ତି ବରିଷ୍ଠ ସେବାୟତ।

Read More
{}{}