Hindi News >>Home >>Odisha State

Puri Gundicha Temple: ସନ୍ଧ୍ୟା ଦର୍ଶନ ପରେ ଭକ୍ତ ଗୁଣ୍ଡିଚା ମନ୍ଦିରରେ ଆଖିବୁଜିଲେ ଭକ୍ତ

Devotee Dies at Puri: ସନ୍ଧ୍ୟା ଦର୍ଶନ ସମୟରେ ପ୍ରାଣ ହରାଇଛନ୍ତି ଜଣେ ୮୨ ବର୍ଷୀୟ ଭକ୍ତ। ପୂର୍ବରୁ ସ୍ନାନ ଯାତ୍ରା ସମୟରେ ପ୍ରାଣ ହରାଇଥିଲେ ଆଉ ଜଣେ ଭକ୍ତ।

Advertisement
Puri Gundicha Temple: ସନ୍ଧ୍ୟା ଦର୍ଶନ ପରେ ଭକ୍ତ ଗୁଣ୍ଡିଚା ମନ୍ଦିରରେ ଆଖିବୁଜିଲେ ଭକ୍ତ
Stop
Zee Odisha Desk|Updated: Jun 27, 2023, 06:41 PM IST

Puri Gundicha Mandir: ସନ୍ଧ୍ୟା ଦର୍ଶନ ପରେ ଗୁଣ୍ଡିଚା ମନ୍ଦିରରେ ଆଖି ବୁଜିଛନ୍ତି ଜଣେ ଭକ୍ତ। ମୃତକ ଜଣଙ୍କ ୮୨ ବର୍ଷୀୟ ଲକ୍ଷ୍ମୀଧର ଖୁଣ୍ଟିଆ ବୋଲି ଜଣାପଡିଛି। ସନ୍ଧ୍ୟା ଦର୍ଶନ ସମୟରେ ପ୍ରାଣ ହରାଇଥିବା ଭକ୍ତ ଜଣଙ୍କ ପୁରୀ ଜିଲ୍ଲାର କାକଟପୁର ବଜାର ଅଞ୍ଚଳର ବାସିନ୍ଦା। ନିଜର ପରିବାର ସହ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପୁରୀ ଗୁଣ୍ଡିଚା ମନ୍ଦିର ଆସିଥିଲେ।

ଗୁଣ୍ଡିଚା ମନ୍ଦିର ଠାରେ (Puri Gundicha Mandir) ଘଟିଯାଇଛି ଅଘଟଣ। ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି। ଆଡ଼ପ ଦର୍ଶନ‌ (Sandhya Darshan at Gundicha Temple) ହେଲା ଶେଷ ଦର୍ଶନ। ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କରି ଫେରିବା ପରେ ଭକ୍ତଙ୍କ ହୋଇଥିଲା ମୃତ୍ୟୁ। ମୃତ ଭକ୍ତ ଜଣଙ୍କ ହେଉଛନ୍ତି କାକଟପୁର ଅଞ୍ଚଳର (Puri Kakatpur Area) ଲକ୍ଷ୍ମୀଧର ଖୁଣ୍ଟିଆ। ଗୁଣ୍ଡିଚା ମନ୍ଦିରରେ (Puri Gundicha Temple) ଦର୍ଶନ ସାରି ଫେରିବା ପରେ ଭକ୍ତ ଜଣକ ଅସୁସ୍ଥ ହୋଇ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ (Puri District Headquarters Hospital) ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ମୃତକ ଲକ୍ଷ୍ମୀଧର ଖୁଣ୍ଟିଆ (୮୨ ବର୍ଷ) ଜଣେ ଅବସରପ୍ରାପ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ। ସେ ମଧ୍ୟ ଜିଲ୍ଲାର ଜଣେ ବରିଷ୍ଠ କଂଗ୍ରେସ ନେତା ଥିଲେ। ତିନି ଠାକୁରଙ୍କୁ ଦର୍ଶନ କରୁଥିବା ବେଳେ ସେ ହଠାତ ଅସୁସ୍ଥତା ଅନୁଭବ କରିବା ପରେ ତଳେ ପଡ଼ିଯାଇଥିଲେ। ତେବେ ତାଙ୍କ ମୃତ୍ୟୁ ପଛର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି। ତାଙ୍କର ଦୁଃଖଦ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ବାହୁଡା ଯାତ୍ରା (Bahuda Yatra Puri) ମଙ୍ଗଳବାର (ଜୁନ ୨୭) ଥିଲା ମହାପ୍ରଭୁଙ୍କ ଶେଷ ଆଡ଼ପ ଦର୍ଶନ। ଏଥି ସହିତ ସଂଧ୍ୟା ଦର୍ଶନ ଦିବସ। ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆଜି ଶ୍ରୀକ୍ଷେତ୍ରକୁ ଲକ୍ଷାଧିକ ଭକ୍ତ ଆଗମନ ହୋଇଥିଲା। ଆସନ୍ତାକାଲି ବାହୁଡ଼ା ଯାତ୍ରା ରହିଥିବାରୁ ଏନେଇ ଅନେକ ପ୍ରସ୍ତୁତି ସହ ନୀତିକାନ୍ତି ଚାଲିଛି। ଏଥିପାଇଁ ମଙ୍ଗଳବାର ଅପରାହ୍ନ ପାଞ୍ଚଟା ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା କରାଯାଇଥିଲା

ପୂର୍ବରୁ ସ୍ନାନ ଯାତ୍ରା ସମୟରେ ପୁରୀର ପ୍ରଭୁ ଜଗନ୍ନାଥ ମନ୍ଦିରରେ ଜଣେ ଭକ୍ତ ଅସୁସ୍ଥ ହୋଇ ପ୍ରାଣ ହରାଇଥିଲେ। ମୃତ ବ୍ୟକ୍ତି ଜଣକ ରାଜସ୍ଥାନ ଅମ୍ବାଲାଲ ଭୋଇ ବୋଲି ଜଣାପଡିଛି। ପୁରୀ ଆସିଥିବା ସମୟରେ ସେ ଅସୁସ୍ଥତା ଅନୁଭବ କରିଥିଲେ। ତାଙ୍କୁ ପ୍ରଥମେ ସିଂଘଦ୍ୱାର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Read More
{}{}