Hindi News >>Home >>Odisha State

Odisha News: ଯାତ୍ରୀଙ୍କୁ ଆଶ୍ବସ୍ତି, ଧର୍ମଘଟ ସ୍ଥଗିତ ରହିବା ପରେ ରାଜ୍ୟରେ ପୁଣି ଗଡ଼ିଲା ବସ

Bus Strike: ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ (lakshmi Bus Scheme) ବିରୋଧ କରି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଗତକାଲି ବସ୍ ଧର୍ମଘଟ କରିଥିଲା । ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଶହ ଶହ ଯାତ୍ରୀ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Oct 21, 2023, 09:55 AM IST

Private Bus Strike: ଶୁକ୍ରବାର ଦିନ ଘରୋଇ ବସ ମାଲିକ ସଂଘର ଧର୍ମଘଟ (Bus Strike) ସ୍ଥଗିତ ରହିବା ପରେ ଆଜି ରାଜ୍ୟରେ ସ୍ୱାଭାବିକ ବସ ଚଳାଚଳ। ଧର୍ମଘଟ ଯୋଗୁଁ ବିଭିନ୍ନ ସ୍ଥାନରେ ଅଟକି ଥିବା ବସ୍ ପୁଣି ଚଳାଚଳ ଆରମ୍ଭ କରିଛି । ଫଳରେ ଯାତ୍ରୀମାନଙ୍କୁ ଆଶ୍ୱସ୍ତ ମିଳିଥିବା ବେଳେ ସଭିଁଏ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ଆରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ (lakshmi Bus Scheme) ବିରୋଧ କରି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଗତକାଲି ବସ୍ ଧର୍ମଘଟ କରିଥିଲା । ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଶହ ଶହ ଯାତ୍ରୀ।

Also Read-Weather Update: ଏହି ଦିନ ଗଭୀର ଅବପାତର ରୂପ ନେବ ଲଘୁଚାପ…

ସୂଚନା ଅନୁଯାୟୀ, ଗତକାଲି ରାଜ୍ୟରେ ବସ୍ ଧର୍ମଘଟ ଯୋଗୁଁ ସକାଳ ୬ଟାରୁ ପ୍ରାୟ ୧୪ ହଜାର ଘରୋଇ ବସ୍ ଚଳାଚଳ ବନ୍ଦ ରହିଥିଲା । ଫଳରେ ହନ୍ତସନ୍ତ ହୋଇଥିଲେ ବହୁ ଯାତ୍ରୀ । ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ୍ ଧର୍ମଘଟ ଜାରି ରହିବ ବୋଲି ଘରୋଇ ବସ ମାଲିକ ସଂଘ  (Bus owners association) ପକ୍ଷରୁ କୁହାଯାଇଥିଲା । ପରେ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ମୁଡ ବଦଳିଥିଲା । ବୈଠକରେ ସମସ୍ତ ଦାବି ଓ ପ୍ରସଙ୍ଗରେ ଆଲୋଚନା ପରେ, ଧର୍ମଘଟ ସ୍ଥଗିତ କରିବା ନେଇ ମାଲିକ ସଂଘ ସହଯୋଗ କରିବେ ବୋଲି ମନ୍ତ୍ରୀ ଟୁକୁନି ସାହୁ (Tukuni Sahu) ସୂଚନା ଦେଇଥିଲେ । ସରକାରଙ୍କ ସହ ଆଲୋଚନା ପରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରଖାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଥିଲେ । ଫଳରେ ଆଜି ସାରା ରାଜ୍ୟରେ ବସ ଚଳାଚଳ ଆରମ୍ଭ ହୋଇଛି ।

 

 

 

Read More
{}{}