Hindi News >>Home >>Odisha State

Odisha News: ଆଜି ଘରୋଇ ବସ୍ ମାଲିକ ସଂଘ ସହ ଆଲୋଚନା କରିବେ ସରକାର

Bus owners association​: ସରକାରଙ୍କ ଆଲୋଚନା କରିବ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ (Bus owners association) । ବସ ମାଲିକ ସଂଘର ବିଭିନ୍ନ ଦାବି ନେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ (Tukuni Sahu) ଅଧ୍ୟକ୍ଷତାରେ ଖାରବେଳ ଭବନରେ (Kharvel Bhawan Bhubaneswar) ବସିବ ବୈଠକ ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Oct 26, 2023, 08:22 AM IST

Private Bus owners association and Government discussion: ଆଜି ରାଜ୍ୟ ସରକାରଙ୍କ ଆଲୋଚନା କରିବ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ (Bus owners association) । ବସ ମାଲିକ ସଂଘର ବିଭିନ୍ନ ଦାବି ନେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ (Tukuni Sahu) ଅଧ୍ୟକ୍ଷତାରେ ଖାରବେଳ ଭବନରେ (Kharvel Bhawan Bhubaneswar) ବସିବ ବୈଠକ ।

ସୂଚନା ଥାଉ କି, ପୂର୍ବରୁ ସରକାରଙ୍କ ‘ଲକ୍ଷ୍ମୀ ବସ’ ଯୋଜନାକୁ (lakshmi Bus Scheme) ବିରୋଧ କରି ଧର୍ମଘଟ ନେଇ ଡ଼ାକରା ଦେଇଥିଲା ଘରୋଇ ବସ ମାଲିକ ସଂଘ (Bus owners association) ।  ସରକାର ଦାବି ନ ମାନିଲେ ରାଜ୍ୟରେ ସମସ୍ତ ଘରୋଇ ବସ୍ ସେବା ବନ୍ଦ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ତେବେ ସଂଘର ଚେତାବନୀ ପରେ ବି ସରକାର (Government of Odisha) ଦାବି ନ ମାନିବା ସହ ଆଲୋଚନାକୁ ମଧ୍ଯ ଡାକି ନଥିଲେ । ଫଳରେ ଗତ ୨୦ ତାରିଖରେ ଧର୍ମଘଟ (Bus Strike) କରିଥିଲା ବସ ମାଲିକ ସଂଘ। ପଞ୍ଚାୟତରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ (lakshmi Bus) ଚଳାଚଳକୁ ବିରୋଧ କରାଯାଇଥିଲା।  ଧର୍ମଘଟ ଯୋଗୁଁ ହନ୍ତସନ୍ତ ହୋଇଥିଲା ବହୁ ଯାତ୍ରୀ । ପରେ ପରିବହନ ମନ୍ତ୍ରୀଙ୍କ ସହ ବୈଠକ ପରେ ଅକ୍ଟୋବର ୩୧ ତାରିଖ ଯାଏଁ ଧର୍ମଘଟକୁ ସ୍ଥଗିତ ରଖିଥିଲା ସଂଘ। ତେବେ ଏନେଇ ଆଜି ଖାରବେଳ ଭବନରେ ବସିବାକୁ ଥିବା ବୈଠକରେ ବସ ମାଲିକ ସଂଘର ବିଭିନ୍ନ ଦାବି ନେଇ ଆଲୋଚନା କରାଯିବ । ଏଥିରେ ନଗର ଉନ୍ନୟନ୍ ସଚିବ, ପରିବହନ କମିଶନର, କ୍ରୁଟ ସିଏମଡ଼ି (CMD), ବସ୍ ମାଲିକ ସଂଘର କର୍ମକର୍ତ୍ତା ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି ।

Also Read-ପୂଜକଙ୍କୁ ବାହାରୁ ତାଲା ଠୁଙ୍କି ମଙ୍ଗଳା ମନ୍ଦିର ହୁଣ୍ଡି ଚୋରି ଉଦ୍ୟମ; ସିସିଟିଭି ରେ ରେକର୍ଡ ହେଲା ଭିଡ଼ିଓ

 

 

 

 

 

Read More
{}{}