Hindi News >>Home >>Odisha State

Odisha News:ନିଆରା ବିବାହ, ଠାରରେ ଠାରରେ ସାତଜନ୍ମ ପାଇଁ ପଡିଲା ହାତଗଣ୍ଠି

Odisha News: ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଭିନ୍ନକ୍ଷମ ବରକନ୍ୟା । ଜଣେ ଜଣଙ୍କର ହାତଧରି ସାତଜନ୍ମ ପାଇଁ ସାଥୀ ହୋଇ ରହିବାକୁ କଲେ ସଂକଳ୍ପ । ପରସ୍ପର ସାହାରା ହେବେ ବୋଲି ହେଲେ ପ୍ରତିଶ୍ରୁତିବଦ୍ଧ । ଏହି ବିବାହ ସାଧାରଣ ବିବାହ ପରି ମନେ ହେଉଥିଲେ ହେଁ କିନ୍ତୁ ସାଧାରଣ ନୁହେଁ । ବରବଧୂ ବେଶରେ ବସିଥିବା ଏ ଦୁହେଁ ହେଉଛନ୍ତି ଦିବ୍ୟାଙ୍ଗ । 

Advertisement
Odisha News:ନିଆରା ବିବାହ, ଠାରରେ ଠାରରେ ସାତଜନ୍ମ ପାଇଁ ପଡିଲା ହାତଗଣ୍ଠି
Stop
Abhaya mohanty|Updated: Jul 13, 2024, 01:51 PM IST

Odisha News: ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଭିନ୍ନକ୍ଷମ ବରକନ୍ୟା । ଜଣେ ଜଣଙ୍କର ହାତଧରି ସାତଜନ୍ମ ପାଇଁ ସାଥୀ ହୋଇ ରହିବାକୁ କଲେ ସଂକଳ୍ପ । ପରସ୍ପର ସାହାରା ହେବେ ବୋଲି ହେଲେ ପ୍ରତିଶ୍ରୁତିବଦ୍ଧ । ଏହି ବିବାହ ସାଧାରଣ ବିବାହ ପରି ମନେ ହେଉଥିଲେ ହେଁ କିନ୍ତୁ ସାଧାରଣ ନୁହେଁ । ବରବଧୂ ବେଶରେ ବସିଥିବା ଏ ଦୁହେଁ ହେଉଛନ୍ତି ଦିବ୍ୟାଙ୍ଗ । ପ୍ରକୃତରେ ଦୁଃଖୀ ଲୋକ ହିଁ ବୁଝିପାରେ ଆଉ ଜଣକର ଦୁଃଖକଷ୍ଟ । ସେମିତି ଏହି ଦୁଇଜଣ ବୁଝି ପାରିଲେ ନିଜ ନିଜ ଭିତରେ ଥିବା ଆଶା ଓ ଆକାଂକ୍ଷା । ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଜୀବନରେ ସ୍ୱପ୍ନ ଓ ବାସ୍ତବତାକୁ ସାଙ୍ଗରେ ଧରି ଆଗକୁ ଯିବାକୁ ସଂକଳ୍ପ କରିଛନ୍ତି।

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାରସର ପଞ୍ଚାୟତ ଅଧିନ ବଙ୍ଗାଳିଦପା ଗାଁର ଦିବ୍ୟାଙ୍ଗ ନବଦମ୍ପତି । ସେମାନଙ୍କ ମନରେ ଭରିଛି ଅସୀମ ଧୈର୍ଯ୍ୟ ଓ ମନୋବଳ । ବୈଦିକ ରୀତିନୀତି ଅନୁଯାୟୀ ସେମାନଙ୍କର ବିବାହ ସମ୍ପନ୍ନ ହୋଇଛି । ଦୁହେଁ ମୁକ ଓ ବଧିର । ହେଲେ ଠରାଠରିରେ ସାତଜନ୍ମ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇ ବେଶ୍ ଖୁସି ଉଭୟ ବର କନ୍ୟା ଓ ଉଭୟ ପରିବାର । 

ବଙ୍ଗାଳିଦପା ଗାଁର ଅଜୟ ମଳିକଙ୍କ ଝିଅ ସୋନାଲୀ ମଳିକ, ବୟସ ୨୨ ବର୍ଷ । ବାସୁଦେବପୁର ବ୍ଲକ ମିଶ୍ରପୁର ପଞ୍ଚାୟତ ଅଧିନ ହତାଶିଆ ଗାଁର ନିରାକାର ମଳିକଙ୍କ ପୁଅ ତପନ ମଳିକଙ୍କ ସହିତ ବିବାହ ସମ୍ପନ୍ନ ହୋଇଛି । ଏ-ହି ଉତ୍ସବରେ ସମସ୍ତଙ୍କ ମନରେ ଭରି ରହିଥିଲା ଉତ୍ସାହ ଉଦ୍ଦୀପନା । ସମସ୍ତେ ଅପେକ୍ଷା କରିଥିଲେ ହାତଗଣ୍ଠିକୁ । କାନକୁ ଶୁଭୁ ନାହିଁ କି କଥା ମଧ୍ୟ କହି ପାରୁ ନାହାଁନ୍ତି । କଥା ସିନା କହି ପାରୁନାହଁନ୍ତି ହେଲେ ବ୍ରାହ୍ମଣ ଓ ବାରିକଙ୍କ କଥା ବୁଝି ପାରୁଛନ୍ତି ।ପରସ୍ପର ବରଣମାଳା ଦେଇ ସାତଜନମ ପାଇଁ ସାଥି ହୋଇଛନ୍ତି । କନ୍ୟାପିତା ନିଜର ସାମର୍ଥ ଅନୁସାରେ ବନ୍ଧୁବାନ୍ଧବ ସମେତ ଅତିଥିମାନଙ୍କୁ ନିମନ୍ତ୍ରଣ କରିଥିଲେ । ଶତାଧିକ ଅତିଥିଙ୍କ ଗହଣରେ ନବଦମ୍ପତିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏନେଇ ଗ୍ରାମବାସୀ ମଧ୍ୟ ବେଶ ଖୁସିବ୍ୟକ୍ତ କରିଛନ୍ତି । ନବବଧୂଙ୍କୁ ସାଙ୍ଗରେ ଧରି ନିଜ ଗାଁକୁ ଯାଇଛନ୍ତି ଦିବ୍ୟାଙ୍ଗ ସ୍ୱାମୀ । ସେପଟେ, ଏଭଳି ବିବାହକୁ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଶ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛନ୍ତି ଉଭୟ ଦିବ୍ୟାଙ୍ଗ ଦମ୍ପତି ।

Read More
{}{}