Hindi News >>Home >>Odisha State

ଭିଜିଲାନ୍ସ ଜାଲରେ ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ

Vigilance raid: ଯନ୍ତ୍ରୀ ସୁଜିତ ପାଢ଼ୀ ନିଜ ଅଫିସରେ ଆଜି ସକାଳେ ବସିଥିଲେ। ବିଲ୍ ପାସ କରାଇବା ପାଇଁ ଜଣେ ଠିକାଦାରଙ୍କଠାରୁ ୧ ଲକ୍ଷ ଟଙ୍କା ଦାବି କରିଥିଲେ।

Advertisement
ଭିଜିଲାନ୍ସ ଜାଲରେ ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ
Stop
Zee Odisha Desk|Updated: Jul 24, 2024, 02:32 PM IST

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଜିତ କୁମାର ପାଢ଼ୀ। ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଜିତ କୁମାର ପାଢୀ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଟିମ୍ ଶ୍ରୀ ପାଢ଼ୀଙ୍କ ବିଭିନ୍ନ ସମ୍ପତି ଉପରେ ଚଢ଼ଉ କରିଛନ୍ତି। ତେବେ ୫୦ ହଜାର ଟଙ୍କା ନେଉଥିବା ବେଳେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ତୁରନ୍ତ ତାଙ୍କ ପ୍ରକୋଷ୍ଠକୁ ଯାଇ ଧରିଥିଲା। ଭିଜିଲାନ୍ସ ଉକ୍ତ ୫୦ ହଜାର ଟଙ୍କା ଓ ତାଙ୍କ ଅଫିସରୁ କିଛି କାଗଜପ୍ରତ୍ର ନେବା ସହ ତାଙ୍କୁ ବଲାଙ୍ଗୀର ନେଇ ଯାଇଥିବା ଜଣାପଡ଼ିଛି। 

ସୂଚନାଯୋଗ୍ୟ ଯେ, ଯନ୍ତ୍ରୀ ସୁଜିତ ପାଢ଼ୀ ନିଜ ଅଫିସରେ ଆଜି ସକାଳେ ବସିଥିଲେ। ବିଲ୍ ପାସ କରାଇବା ପାଇଁ ଜଣେ ଠିକାଦାରଙ୍କଠାରୁ ୧ ଲକ୍ଷ ଟଙ୍କା ଦାବି କରିଥିଲେ। ଠିକାଦାର ଘଟଣାକୁ ଭିଜିଲାନ୍ସକୁ ଜଣାଇଥିଲେ। ପୂର୍ବ ଯୋଜନାରେ ଅନୁସାରେ ଆଜି ସକାଳେ ଠିକାଦାର ଙ୍କ ବିଲ୍ ପାସ୍ କରାଇବା ପାଇଁ ତାଙ୍କ ଠାରୁ ୫୦ ହଜାର ଟଙ୍କା ଅଗ୍ରୀମ ନେଉଥିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଜିତ ପାଢ଼ୀ। ସେହି ସମୟରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲେ। ଲାଞ୍ଚ ଟଙ୍କା ସମେତ ତାଙ୍କୁ କାବୁ କରିଥିଲେ। ତେବେ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ଜଣାପଡ଼ିଛି। 

Read More
{}{}