Hindi News >>Home >>Odisha State

Mo Bus: 'ମୋ ବସ' ରେ ଯାତ୍ରା କରୁଥିଲେ ସାବଧାନ୍ ! ଆପଣ ବି ହୋଇପାରନ୍ତି ...

Mo Bus: 'ମୋ ବସ' ରେ ଯାତ୍ରା କରିବାକୁ ଯାତ୍ରୀଙ୍କୁ ଲାଗୁଛି ଭୟ!  ଯଦି ଆପଣ ମୋ ବସ' ରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କୁ ସାବଧାନ୍ ରହିବାକୁ ପଡି଼ବ (Mo Bus passenger) । ପଢନ୍ତୁ ଏହି ରିପୋର୍ଟ...

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Oct 09, 2023, 07:00 PM IST

Mo Bus: 'ମୋ ବସ' ରେ ଯାତ୍ରା କରିବାକୁ ଯାତ୍ରୀଙ୍କୁ ଲାଗୁଛି ଭୟ!  ଯଦି ଆପଣ ମୋ ବସ' ରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କୁ ସାବଧାନ୍ ରହିବାକୁ ପଡି଼ବ (Mo Bus passenger) । କାହିଁକିନା 'ମୋ ବସ' ରେ ଦିନକୁ ଦିନ ଲୁଟେରାଙ୍କ ଦୌରାମ୍ୟ ବଢିବାରେ ଲାଗିଛି । 'ମୋ ବସ' ରେ ଯାତ୍ରା କରୁଥିବା ଯାତ୍ରୀ ଲୁଟର ଶୀକାର ହୋଇଛନ୍ତି।  ଯାତ୍ରୀଙ୍କ ଠାରୁ ୨୦ ହଜାର ଟଙ୍କା ଚୋରୀ ହୋଇଥିବା ଅଭିଯୋଗ ହୋଇଛି (Passenger Robbed Inside Mo Bus)।  'ମୋ ବସ' ରେ ଯାତ୍ରା କରୁଥିବା ସମୟରେ ଜଣେ ଯାତ୍ରୀଙ୍କ ସହ ଘଟିଛି ଏଭଳି ଘଟଣା। ଏନେଇ କଟକ ଜିଲ୍ଲା ପୁରୀଘାଟ୍ ଥାନାରେ ଏତଲା ଦେଇଛନ୍ତି ଲୁଟର ଶୀକାର ହୋଇଥିବା ଯାତ୍ରୀ। 

Also Read: Bus Strike Update: ଘରୋଇ ବସ୍ ଧର୍ମଘଟ ନେଇ ଆସିଲା ବଡ଼ ଅପଡେଟ୍, କାଲିଠୁ...

ସୂଚନା ଅନୁସାରେ, ଯାଜପୁର ଅଞ୍ଚଳରେ ଦେବେନ୍ଦ୍ର ସାହୁ କୌଣସି ଏକ କାମରେ ଆଜି କଟକ ଆସିଥିଲେ। ନେତାଜୀ ସୁବାଷ ବୋଷ ଟର୍ମିନାଲରୁ ୧୮ ନମ୍ବର ରୁଟ୍ ପାଇଁ ମୋ-ବସରେ ପୁରୀଘାଟ୍ ଯାଉଥିଲେ।  ଏହି ସମୟରେ ପୁରୀଘାଟ୍ ଥାନା ନିକଟରେ ତାଙ୍କ ପକେଟମାର ହୋଇଥିଲା। ଲୁଟେରାମାନେ ତାଙ୍କ ପକେଟ୍ ମାରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ଏନେଇ ଦେବେନ୍ଦ୍ର ପୁରୀଘାଟ୍ ଥାନାରେ ଚୋରୀ ହୋଇଥିବା ନେଇ ଏତଲା ଦେଇଛନ୍ତି। 

ନିକଟରେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ସମାନ ଘଟଣା ଘଟିଥିଲା। ଏକ ଦମ୍ପତ୍ତିଙ୍କ ଠାରୁ ଦମ୍ପତ୍ତିଙ୍କ ଠାରୁ ୪୨ ହଜାର ଟଙ୍କା ଚୋରି କରିନେଲେ ଦୁର୍ବୃତ୍ତ ।
ସୂଚନା ଅନୁସାରେ,  ନୟାଗଡ଼ ଜିଲ୍ଲାର ବିରଞ୍ଚି ସେଠୀ ।  'ମୋ ବସ' ରେ ବାଣୀ ବିହାରରୁ ସେ ଖଣ୍ଡଗିରି ଯାତ୍ରା କରୁଥିଲେ। କିନ୍ତୁ ନୟାପଲ୍ଲୀ ଠାରେ ବସ୍ ମଧ୍ୟରେ ତାଙ୍କର ୪୨ ହଜାର ଟଙ୍କା ଲୁଟିନେଇଥିଲେ ଦୁର୍ବୃତ୍ତ। ଏ ନେଇ ନୟାପଲ୍ଲୀ ଥାନାରେ ସେ ଅଭିଯୋଗ କରିଛନ୍ତି । ବିରଞ୍ଚି ଭୁବନେଶ୍ୱର ଭିଏସଏସ ନଗରରେ ରୁହନ୍ତି।  ଏବଂ ବୃତ୍ତିରେ  ସେ ଜଣେ ଡ୍ରାଇଭର। ବନ୍ଧକ ସୁନା ମୁକୁଳେଇବା ପାଇଁ ଟଙ୍କା ନେଇ ଯାଉଥିବା ସେ ଲୁଟର ଶିକାର ହୋଇଥିଲେ। 

Read More
{}{}