Hindi News >>Home >>Odisha State

Puri News: ପଞ୍ଚୁକର ପାଞ୍ଚ ଦିନରେ ମହାପ୍ରଭୁଙ୍କର ହୁଏ ଏହି ୫ ବେଶ

Panchaka Brata: ମହାଧାର୍ମିକ କାର୍ତ୍ତିକ ମାସରେ ଆଜିଠାରୁ ପଞ୍ଚୁକ ବ୍ରତ (Panchaka Brata)ଆରମ୍ଭ ହୋଇଛି। ଏନେଇ ଚଳଚଞ୍ଚଳ ହୋଇ ପଡିଛି ଶ୍ରୀକ୍ଷେତ୍ର (Srikhetra)। ଶ୍ରୀମନ୍ଦିରରେ(srimandir) ପଞ୍ଚୁକ ବ୍ରତରେ ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଦର୍ଶନ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ସ ବ୍ୟବସ୍ଥା ଗ୍ରହଣ କରାଯାଇଛି। 

Advertisement
Puri News: ପଞ୍ଚୁକର ପାଞ୍ଚ ଦିନରେ ମହାପ୍ରଭୁଙ୍କର ହୁଏ ଏହି ୫ ବେଶ
Stop
Zee Odisha Desk|Updated: Nov 23, 2023, 07:20 AM IST

Panchaka Brata: ମହାଧାର୍ମିକ କାର୍ତ୍ତିକ ମାସରେ ଆଜିଠାରୁ ପଞ୍ଚୁକ ବ୍ରତ(Panchaka Brata)ଆରମ୍ଭ ହୋଇଛି। ଏନେଇ ଚଳଚଞ୍ଚଳ ହୋଇ ପଡିଛି ଶ୍ରୀକ୍ଷେତ୍ର (Srikhetra)। ଶ୍ରୀମନ୍ଦିରରେ(srimandir) ପଞ୍ଚୁକ ବ୍ରତରେ ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଦର୍ଶନ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ସ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷ କରି ଭିଡକୁ ନିୟନ୍ତ୍ରଣ କରିବା ଲାଗି ମରିଚିକୋଟ ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଅସ୍ଥାୟୀ ବାରିକେଡ ଦେଇ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିବାର ବ୍ୟବସ୍ଥା ହୋଇଛି । ଏଥି ସହିତ ମହିଳା, ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କେବଳ ଯାତ୍ରୀବାହି ବସ୍‌‌ ସହର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିବା ବେଳେ ଟୁରିଷ୍ଟ ବସ୍‌‌ ମାଳତୀପାଟପୁର କିମ୍ବା ତାଳବଣିଆ ପାଖରେ ଅଟକି ରହିବ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୩୦ ପ୍ଲାଟୁନ୍‌‌ ପୋଲିସ୍‌‌ ଫୋର୍ସ୍‌‌ ମୁତୟନ କରାଯାଇଛି।

Also Read: Venus Transit in Libra: ୩୦ ନଭେମ୍ବର ଠାରୁ ଚମକିବ ଏହି ସବୁ ରାଶିଙ୍କ ଭାଗ୍ୟ, ମାଟି ଧରିଲେ ହେବ ସୁନା

ସେପଟେ ଶ୍ରୀମନ୍ଦିରରେ ପଞ୍ଚୁକ ବ୍ରତ ସମୟରେ ପ୍ରତ୍ୟହ ଅବକାଶ ନୀତି ଶେଷ ହେବାପରେ ଶ୍ରୀଜୀଉମାନଙ୍କୁ (Lord Jagannath) ଏହି ୫ ଦିନ ବିଭିନ୍ନ ଆକର୍ଷଣୀୟ ବେଶରେ ସଜ୍ଜିତ କରାଯିବ । ଆଜି ପଞ୍ଚୁକ ବ୍ରତର ପ୍ରଥମ ଦିନରେ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଏବଂ ହରିଉତ୍ଥାପନ ଏକାଦଶୀ ଅନୁଷ୍ଠିତ ହୋଇଥାଏ । କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ ଅନୁଷ୍ଠିତ ହୋଇଥାଏ। ସେହିପରି, ଆସନ୍ତାକାଲି , ମହାପ୍ରଭୁଙ୍କ ବାଙ୍କଚୁଡ ବେଶ ୨୫ ତାରିଖରେ, ତ୍ରିବିକ୍ରମ, ୨୬ରେ ଲକ୍ଷ୍ମୀନୃସିଂହ ଏବଂ ନଭେମ୍ବର ୨୭ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ(Kartik Purnima)ରାଜାଧିରାଜ ବେଶ ତଥା ସୁନାବେଶ ଅନୁଷ୍ଠିତ ହେବ। 

ପଞ୍ଚୁକ ନେଇ କଣ କୁହେ କିମ୍ବଦନ୍ତୀ:

କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନ, ଅର୍ଥାତ୍ କାର୍ତ୍ତିକ ଶୁକ୍ଲ ଏକାଦଶୀଠାରୁ ପୂର୍ଣ୍ଣିମା ପାଳନ କରାଯାଏ । ଏହା ମହା ପଞ୍ଚକ, ବଳ ପଞ୍ଚକ ବା ଭୀଷ୍ମ ପଞ୍ଚକ ଭାବେ ବେଶ ଜଣାସୁଣା । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ ପାଳନ କରିପାରନ୍ତି ନାହିଁ ସେମାନେ ଏହି ପାଞ୍ଚ ଦିନ ହବିଷ୍ୟ ପାଳନ କରିପାରନ୍ତି । ଆଉ କେତେକ ଲୋକେ ଅଳାଁ ନବମୀଠାରୁ ସାତଦିନ ହବିଷ୍ୟ କରନ୍ତି । ଏହି ପାଞ୍ଚ ଦିନ ଆମିଷ ଛାଡ଼ି ହିନ୍ଦୁମାନେ ସାତ୍ତ୍ବିକ ଭୋଜନ କରିଥାଆନ୍ତି । କିମ୍ବଦନ୍ତୀ ଅନୁଯାୟୀ, ଏହି ପଞ୍ଚୁକ ପାଞ୍ଚ ଦିନ ବଗମାନେ ମଧ୍ୟ ଆମିଷ ଭୋଜନରୁ ନିବୃତ୍ତ ରହିଥାଆନ୍ତି । ତେଣୁ ଏହାକୁ "ବକ ପଞ୍ଚକ" ମଧ୍ୟ କୁହାଯାଏ ।

Read More
{}{}