Hindi News >>Home >>Odisha State

ପାନ ଗୁଟକା ସମ୍ପୂର୍ଣ୍ଣ ଵ୍ୟାନ୍, ନୂଆବର୍ଷରୁ ଶ୍ରୀମନ୍ଦିରରେ ନିୟମ ଲାଗୁ

ନୂଆବର୍ଷରୁ ଶ୍ରୀମନ୍ଦିରରେ ପାନ, ଗୁଟଖା ସମ୍ପୂର୍ଣ୍ଣ ବନ୍ଦ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଜି ବସିଥିବା ନୀତି ସବ୍ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହା ସହିତ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ନିୟମ ମଧ୍ୟ କଡ଼ାକଡି ଲାଗୁ ହେବ ବୋଲି ସୂଚନା ଦିଆଯାଇଛି । ଆଜିର ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତା କରିଥିବା

Advertisement
ପାନ ଗୁଟକା ସମ୍ପୂର୍ଣ୍ଣ ଵ୍ୟାନ୍, ନୂଆବର୍ଷରୁ ଶ୍ରୀମନ୍ଦିରରେ ନିୟମ ଲାଗୁ
Stop
Soubhagya Ranjan Mishra|Updated: Dec 08, 2023, 10:31 PM IST

Puri News: ନୂଆବର୍ଷରୁ ଶ୍ରୀମନ୍ଦିରରେ ପାନ, ଗୁଟଖା ସମ୍ପୂର୍ଣ୍ଣ ବନ୍ଦ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଜି ବସିଥିବା ନୀତି ସବ୍ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହା ସହିତ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ନିୟମ ମଧ୍ୟ କଡ଼ାକଡି ଲାଗୁ ହେବ ବୋଲି ସୂଚନା ଦିଆଯାଇଛି । ଆଜିର ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତା କରିଥିବା ବେଳେ ଶ୍ରୀମନ୍ଦିର ନୀତି ପ୍ରଶାସକ, ଜିଲ୍ଲାପାଳ, ପରିଚାଳନା କମିଟିର ସଦସ୍ୟ, ନୀତି ସବକମିଟି ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିବା ଏହି ବୈଠକରେ ଆସନ୍ତା ୧୬ରୁ ଜାନୁୟାରୀ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜୀଉଙ୍କ ପହିଲି ଭୋଗ ଓ ୧୫ ତାରିଖରେ ହେବାକୁ ଥିବା ଧନୁ ସଂକ୍ରାନ୍ତି ନେଇ ନୀତିନିର୍ଘଣ୍ଟ କରାଯାଇଛି । 

ତେବେ ପହିଲି ଭୋଗ ଆରମ୍ଭ ଦିନ ରାତି ୨ଟାରେ ସିଂହଦ୍ୱାର ଫିଟାଯାଇ ଭୋର ୫ଟା ୨୦ରୁ ୬ଟା ମଧ୍ୟରେ ପହିଲି ଭୋଗ ନୀତି ସମ୍ପର୍ଣ୍ଣ ହେବ । ପହିଲି ଭୋଗ ନୀତି ଚାଲିବା ସମୟରେ ନୂଆବର୍ଷ ପୂର୍ବଦିନ ୩୧ ତାରିଖ ପଡୁଛି, ତେଣୁ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆବଶ୍ୟକ ପଡିଲେ ରାତ୍ର ପହୁଡ ହେବନାହିଁ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । 

ଏହା ସହିତ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ଜାନୁଆରୀ ୧ ତାରିଖରେ ଦିବା ପହୁଡ ହେବନାହିଁ । ଆଜି ବୈଠକରେ ହୋଇଥିବା ଚୂଡାନ୍ତ ନୀତି ନିର୍ଘଣ୍ଟକୁ ଆସନ୍ତା ୧୧ ତାରିଖରେ ହେବାକୁ ଥିବା ଛତିଶା ନିଯୋଗ ବୈଠକରେ ଅନୁମୋଦନ ପରେ ପରିଚାଳନା କମିଟିରେ ପାରିତ କରାଯିବ ।  ଏହା ସହିତ ଜାନୁୟାରୀ ୨୫ ତାରିଖରେ ହେବାକୁ ଥିବା ଦେବାଭିଷେକ ନୀତି ସମ୍ପର୍କରେ ଆଲୋଚନା କରାଯାଇ ନୀତିନିର୍ଘଣ୍ଟ ଚୂଡାନ୍ତ ହୋଇଛି ।

ନୂଆବର୍ଷରୁ ଶ୍ରୀମନ୍ଦିରରେ ପାନ, ଗୁଟ୍‌ଖା ସମ୍ପୂର୍ଣ୍ଣ ବନ୍ଦ ରହିବ। ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ନିୟମ କଡ଼ାକଡି ଲାଗୁ ହେବ। ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଉତ୍ତର ଦ୍ୱାରରେ ରାମ୍ପ ବ୍ୟବସ୍ଥା ହେବ। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ଏହି ସୂଚନା ଦେଇଛନ୍ତି ।

Also Read- ଯେବେ ଟଙ୍କା ନଥିଲା, ଆଳୁ ପିଆଜ ବିକି ପଢ଼ିଥିଲେ ପାଠ, ଏବେ ହୋଇଗଲେ ଜିଏସ୍ଟି ଇନ୍ସପେକ୍ଟର

Also Read- ପାସପୋର୍ଟ ଭେରିଫିକେସନ ପାଇଁ ଥାନାକୁ ଯାଇଥିଲେ ମହିଳା, ମୁଣ୍ଡରେ ବାଜିଲା ପୋଲିସ ଗୁଳି

Read More
{}{}