Hindi News >>Home >>Odisha State

ଓକାକରେ ସିଏଜି ଅଡିଟ୍‍! ଅଫିସର ଓ କର୍ମଚାରୀଙ୍କ ମନରେ ଛନକା

ପ୍ରାୟ ଦୁଇ ଦଶନ୍ଧି ପରେ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର ( ଓକାକ୍‍)ରେ ପ୍ରିନ୍ସିପାଲ୍‍ ଆକାଉଣ୍ଟାଣ୍ଟ ଜେନେରାଲ୍‍ (ପିଏଜି)ଙ୍କ ଦ୍ୱାରା ଅଡିଟ୍‍ ଆରମ୍ଭ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ନବୀନ ପଟ୍ଟନାୟକଙ୍କ ଶାସନରେ ଏହି ବିଭାଗ ଦ୍ୱାରା ଅନେକ ଆଇଟି ରୂପାନ୍ତରଣ କାର୍ଯ୍ୟ ପରିଚାଳନା କରାଯାଇଥିଲା। 

Advertisement
OCAC
Stop
Jagdish Barik|Updated: Jun 24, 2024, 10:21 PM IST

ଭୁବନେଶ୍ୱର: ପ୍ରାୟ ଦୁଇ ଦଶନ୍ଧି ପରେ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର ( ଓକାକ୍‍)ରେ ପ୍ରିନ୍ସିପାଲ୍‍ ଆକାଉଣ୍ଟାଣ୍ଟ ଜେନେରାଲ୍‍ (ପିଏଜି)ଙ୍କ ଦ୍ୱାରା ଅଡିଟ୍‍ ଆରମ୍ଭ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ନବୀନ ପଟ୍ଟନାୟକଙ୍କ ଶାସନରେ ଏହି ବିଭାଗ ଦ୍ୱାରା ଅନେକ ଆଇଟି ରୂପାନ୍ତରଣ କାର୍ଯ୍ୟ ପରିଚାଳନା କରାଯାଇଥିଲା। ଏହା ସହ ବିଭିନ୍ନ ବିଭାଗର ସୋମାଶାଲ୍‍ ମିଡିଆ ଆକାଉଣ୍ଟକୁ ଏହି ବିଭାଗ ମାଧ୍ୟମରେ ବାହାର ଏଜେନ୍ସୀକୁ ଠିକା ଦିଆଯାଇଥିଲା। କୌଣସି ଗବେଷଣା ବା କାର୍ଯ୍ୟାନ୍ୱୟନକୁ ନିଜର କର୍ମଚାରୀଙ୍କ ଦ୍ୱାରା ନକରାଇ ଠିକା ସଂସ୍ଥାକୁ ବାଣ୍ଟିଥିବା ଏହି ଏଜେନ୍ସୀରେ ସରକାରୀ ଅଡିଟ୍‍ ଆଗକୁ ଅନେକ ଦୁର୍ନୀତିକୁ ପଦାରେ ପକାଇବ ବୋଲି ଆଶଙ୍କା କରାଯାଇଛି। 

ଆଚାର୍ଯ୍ୟ ବିହାରରେ ଥିବା ଓକାକ୍‍ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ଦ୍ୱାରା ପରିଚାଳିତ ହୋଇଥାଏ। ରାଜ୍ୟ ସରକାରଙ୍କ ସ୍କୁଲ୍‍ ରୂପାନ୍ତରଣ ତଥା ବିଭିନ୍ନ ବିଭାଗକୁ କମ୍ପ୍ୟୁଟର ଯୋଗାଣ, ଟେକ୍ନୋଲୋଜି ନିର୍ମାଣ ଏବଂ ତାହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଏହି ଓକାକ୍‍କୁ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ କାର୍ଯ୍ୟ କରୁଥିବା ଉପଦେଷ୍ଟା ମନୋଜ ମିଶ୍ର ଏହାର ସଚିବ ପଦବୀରେ ମଧ୍ୟ ଅଧିଷ୍ଠିତ ଥିଲେ। ସେ ସମୟରେ ଅନେକ ରାଜ୍ୟ ତଥା ରାଜ୍ୟ ବାହାରର ଏଜେନ୍ସୀକୁ ଏହି କାର୍ଯ୍ୟସବୁକୁ ପରିଚାଳନା ଲାଗି ଦିଆଯାଇଥିଲା। ସ୍କୁଲ୍‍ଗୁଡ଼ିକୁ ସ୍ମାର୍ଟ ବୋର୍ଡ ଯୋଗାଇବା ହେଉ କି ବିଜୁଳି ନଥାଇ ସ୍କୁଲ୍‍ରେ କମ୍ପ୍ୟୁଟର ଲଗାଇବା ସବୁକିଛି ଏହି ଏଜେନ୍ସୀ ଦ୍ୱାରା ପରିଚାଳନା କରାଯାଇଥିଲା। କହିବାକୁ ଗଲେ ଏହି ଏଜେନ୍ସୀ ଏକ ଠିକାଦାର ସଂସ୍ଥାରେ ପରିଣତ ହୋଇଥିଲା। 

ମିଳିଥିବା ସୂଚନା ଅନୁସାରେ ପିଏଜି କାର୍ଯ୍ୟାଳୟ ପକ୍ଷରୁ ଗତ ୪ ବର୍ଷର ଅଡିଟ୍‍ ହେବ। ଏଥିରେ ଆର୍ଥିକ କାରବାର, ପ୍ରକଳ୍ପର ଗତି, ପ୍ରକଳ୍ପରେ ସ୍ୱଚ୍ଛତା ବିଷୟକୁ ଧ୍ୟାନ ଦିଆଯିବ। ପରେ ରିପୋର୍ଟ ବିଭାଗକୁ ହସ୍ତାନ୍ତର କରାଯିବ।

Read More
{}{}